୯ ମାସ ୯ଦିନ ଗର୍ଭରେ ଧରିଥିବା ମାଆକୁ ଟାଙ୍ଗିଆରେ ହାଣିଦେଲା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ମାଆ। ଯିଏ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସମାଜ ଆଗରେ ପୁଅକୁ ଛିଡ଼ା କରିଥିଲେ। ପରିଚୟ ବି ଦେଇଥିଲେ। ଭାବିଥିଲେ ପୁଅ ବଡ଼ ହେଲେ ବୃଦ୍ଧା ଅବସ୍ଥାରେ ଆଶ୍ରାବାଡ଼ି ହେବ। ସୁଖ ଓ ଦୁଃଖର ସହଭାଗୀ ହେବ। ହେଲେ ମାଆର ସେହି ଭାବନା ଆଜି ଭାବନାରେ ରହିଯାଇଛି। ନିଜ ଜନ୍ମ କଲା ମାଆ ପୁଅ ସାଜିଲା ରାକ୍ଷସ। ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟାକରି ଶ୍ମଶାନରେ ପୋତିଦେଲା। ଆଜି ଏପରି ଦୁଃଖଦ […]

son

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 07:18 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ମାଆ। ଯିଏ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସମାଜ ଆଗରେ ପୁଅକୁ ଛିଡ଼ା କରିଥିଲେ। ପରିଚୟ ବି ଦେଇଥିଲେ। ଭାବିଥିଲେ ପୁଅ ବଡ଼ ହେଲେ ବୃଦ୍ଧା ଅବସ୍ଥାରେ ଆଶ୍ରାବାଡ଼ି ହେବ। ସୁଖ ଓ ଦୁଃଖର ସହଭାଗୀ ହେବ। ହେଲେ ମାଆର ସେହି ଭାବନା ଆଜି ଭାବନାରେ ରହିଯାଇଛି। ନିଜ ଜନ୍ମ କଲା ମାଆ ପୁଅ ସାଜିଲା ରାକ୍ଷସ। ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟାକରି ଶ୍ମଶାନରେ ପୋତିଦେଲା। ଆଜି ଏପରି ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁରରେ।

ରମ୍ଭା ଥାନା ସନ୍ତୋଷପୁର ଗାଁର ଝାମ୍ପି ଦାସ ଜଣେ ବିଧବା ମହିଳା। ତାଙ୍କର ଏକମାତ୍ର ପୁଅ ବିକ୍ରମ। ସେ କାମଦାମ କରି ପରିବାର ପୋଷଣ ଏବଂ ରୋଗୀଣା ମାଆଙ୍କ ଚିକିତ୍ସା କରନ୍ତି। ଏହାକୁ କିନ୍ତୁ ବୋହୂ ଗ୍ରହଣ କରିପାରନ୍ତି ନାହିଁ। ଅନେକ ସମୟରେ ଏହାକୁ ନେଇ ବିକ୍ରମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ବିକ୍ରମଙ୍କ ସ୍ତ୍ରୀ ଘର ଛାଡ଼ି ଚାଲି ଯାଇଥିଲେ। ପତ୍ନୀ ଗଲା ରୋଗୀଣା ମାଆଙ୍କ ସେବା କରୁଥିଲେ ବିକ୍ରମ। ଯାହାଫଳରେ କାମ କରିବାକୁ ଯାଇପାରୁନଥିଲେ। ଏହାକୁ ନେଇ ବିକ୍ରମ ଚିନ୍ତାରେ ଥିଲେ।

ଗତକାଲି ରାତିରେ ରୋଗୀ ମାଆ ଓ ପୁଅ ବିକ୍ରମଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିକ୍ରମ ଏକ ଟାଙ୍ଗିଆରେ ତାଙ୍କ ମାଆଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ମାଆଙ୍କ ମୃତ୍ୟୁ ଘଟିଥିଲା। ପରେ ମୃତଦେହକୁ ଗାଁ ଶ୍ମଶାନ ପାର୍ଶ୍ୱ ନାଳରେ ପୋତି ଦେଇଥିଲେ। ମାତ୍ର ମୃତଦେହକୁ ପୂରା ପୋତି ପାରିନଥିଲେ।

ଆଜି ସକାଳେ ଗାଁ ଲୋକେ ଝାମ୍ପିଙ୍କୁ ଖୋଜିଥିଲେ। ମାତ୍ର ପାଇନଥିଲେ। ପରେ ପୁଅ ବିକ୍ରମଙ୍କୁ ତାଙ୍କ ମାଆ ସମ୍ପର୍କରେ ପଚାରିଥିଲେ। ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାପରେ ଗାଁ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଅଧା ପୋତା ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story