ଲଙ୍ଗଳା ହେବେ ସୋନା?

ଭୁବନେଶ୍ୱର (ଦେବଦତ୍ତ ରଥ): ଭକ୍ତ ସାଲବେଗଙ୍କ ରଚିତ ଜଗନ୍ନାଥ ଜଣାଣ “ଆହେ ନୀଳ ଶଇଳ”କୁ ବିକୃତ ଢଙ୍ଗରେ ଗାଇବା ପରଠାରୁ ବିବାଦ ସୋନା ମହାପାତ୍ରଙ୍କ ପିଛା ଛାଡ଼ୁନି। ସୋସିଆଲ ମିଡିଆରେ ସୋନା ପ୍ରବଳ ମାତ୍ରାରେ ଟ୍ରୋଲ୍ ବା ସମାଲୋଚିତ ହେଉଛନ୍ତି। ଗଣମାଧ୍ୟମ ଗୁଡ଼ିକରେ ତୀବ୍ର ସମାଲୋଚନାର ଶିକାର ହେବାପରେ ନିଜେ ସୋନା ବି ବିଚଳିତ ହୋଇପଡ଼ିଛନ୍ତି। ପ୍ରତିବାଦରେ ସେ ମଧ୍ୟ ସୋସିଆଲ୍ ମିଡିଆରେ ଅତ୍ୟନ୍ତ କ୍ରୋଧର ସହ ସମସ୍ତଙ୍କୁ ଗାଳି ଦେଇ କିଛି ଲେଖା ପୋଷ୍ଟ କରିଛନ୍ତି। […]

Sona-1

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 09:30 PM IST

ଭୁବନେଶ୍ୱର (ଦେବଦତ୍ତ ରଥ): ଭକ୍ତ ସାଲବେଗଙ୍କ ରଚିତ ଜଗନ୍ନାଥ ଜଣାଣ "ଆହେ ନୀଳ ଶଇଳ"କୁ ବିକୃତ ଢଙ୍ଗରେ ଗାଇବା ପରଠାରୁ ବିବାଦ ସୋନା ମହାପାତ୍ରଙ୍କ ପିଛା ଛାଡ଼ୁନି। ସୋସିଆଲ ମିଡିଆରେ ସୋନା ପ୍ରବଳ ମାତ୍ରାରେ ଟ୍ରୋଲ୍ ବା ସମାଲୋଚିତ ହେଉଛନ୍ତି। ଗଣମାଧ୍ୟମ ଗୁଡ଼ିକରେ ତୀବ୍ର ସମାଲୋଚନାର ଶିକାର ହେବାପରେ ନିଜେ ସୋନା ବି ବିଚଳିତ ହୋଇପଡ଼ିଛନ୍ତି। ପ୍ରତିବାଦରେ ସେ ମଧ୍ୟ ସୋସିଆଲ୍ ମିଡିଆରେ ଅତ୍ୟନ୍ତ କ୍ରୋଧର ସହ ସମସ୍ତଙ୍କୁ ଗାଳି ଦେଇ କିଛି ଲେଖା ପୋଷ୍ଟ କରିଛନ୍ତି।

ତେବେ ସୋନାଙ୍କ ପୋଷ୍ଟରୁ ଲାଗୁଛି, ସତେ ଯେପରି ସେ ଜାଣିଶୁଣି ବିବାଦକୁ ଆମନ୍ତ୍ରଣ କରୁଛନ୍ତି। ବିବାଦରେ ରହିବାକୁ ସେ ଭଲ ପାଉଛନ୍ତି। ତାଙ୍କୁ କିଏ ଗାଳି ଦେବା ଓ ସେ କାହାକୁ ଗାଳି ଦେବା ତାଙ୍କ ପାଇଁ ଏକ ସାଧାରଣ ଓ ରୋଚକ କଥା। ଏପରି ବିବାଦ ପାଇଁ ସେ ପୂର୍ବରୁ ଓଡ଼ିଶାର ଗଣମାଧ୍ୟମ ଗୁଡ଼ିକୁ ଦାୟୀ କରିଥିଲେ।

ସୋନା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି- ‘ଓଏ, ଚୁପ ରୁହ ତୁମେ। ତୁମର ମୁର୍ଖାମୀ କିଛିଦିନ ହେଲା ଯଥେଷ୍ଟ ସହିଲିଣି। କିଛିଦିନ ହେଲା ତମ ଅସଭ୍ୟ ବାନ୍ତି ମୋ ଟାଇମ୍‌ ଲାଇନ୍‌ରେ ଦେଖୁଛି। ତୁମେ ଯଦି ଚୁପ ନରୁହ, ତେବେ ମୁଁ ସଂପୂର୍ଣ ଉଲଗ୍ନ ହୋଇ ହାଇ ହିଲ୍ ପିନ୍ଧି ମୋର ପ୍ରକୃତ ଚଣ୍ଡୀରୂପ ଦେଖେଇବି। ଚଣ୍ଡୀ କେବେ ପୋଷାକ ପିନ୍ଧନ୍ତି ନାହିଁ।’

ସ୍ଥିତି ଯେଉଁ ଆଡ଼କୁ ଯାଉଛି, ସୋନା ଯେ କେବେ ସତରେ କିଛି ଅଘଟଣ କରି ନବସିବ କିଏ କହିବ। ତେବେ ତାଙ୍କର ଏପରି ଅଭଦ୍ରୋଚିତ ବ୍ୟବହାର, ତାଙ୍କ ବିବାଦୀୟ ବିକୃତ ଭଜନ ଗାୟନକୁ ବି ବଳିଗଲାଣି।

Related story