ଏମିତି ଆମ ପୋଲିସ୍‌: ପାଣ୍ଡିଆନଙ୍କ ଘର ଆଗରୁ ମହିଳାଙ୍କୁ ଟେକି ନେଇ ଚାପୁଡ଼ା ମାରିଲା, କହିଲା କହ ତତେ ବୈଜୟନ୍ତ ପଣ୍ଡା ପଠେଇଛନ୍ତି

Ordigital Desk
  • Published: Saturday, 28 April 2018
  • , Updated: 28 April 2018, 08:15 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): &nbsp;ପାଣ୍ଡିଆନଙ୍କ ଘର ନିକଟରୁ ତାଙ୍କୁ ପୋଲିସ୍&zwnj; ଉଠାଇ ନେବା ଘଟଣାରେ ସଂଗୀନ ଅଭିଯୋଗ ଆଣିଛନ୍ତି ସୋନାଲିକା ମହାନ୍ତି। ଆଜି ଏ ନେଇ ଏକ ପ୍ରେସ୍&zwnj;ମିଟ୍&zwnj; କରି ସେ ପୋଲିସ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ। ନିଜ ସମସ୍ୟାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ବାରମ୍ବାର ଚେଷ୍ଟା କରି ହତାଶ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହାୟତା ଚାହିଁଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ଦେବାକୁ ପାଣ୍ଡିଆନଙ୍କ ଘରକୁ ଯାଉଥିଲେ ବୋଲି କହିଛନ୍ତି ସୋନାଲିକା। ତେବେ ପୋଲିସ୍&zwnj; ତାଙ୍କୁ ରାସ୍ତା ଉପରରୁ ଉଠାଇ ନେଇ ବିଭିନ୍ନ ଥାନା ବୁଲାଇଲା ସେ ଅଭିଯୋଗ କରିଛନ୍ତି। ବହୁ ସମୟ ପରେ କଟକର ଏକ ଅଜଣା ସ୍ଥାନରେ ତାଙ୍କୁ ପୋଲିସ ଛାଡ଼ି ଦେଇଥିବା ସେ କହିଛନ୍ତି।</p> <p>&lt;a href=&quot;&quot;&gt;(image) &lt;/a&gt;କେବଳ ଏତିକି ନୁହେଁ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କହିବାକୁ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି।&nbsp; ବୈଜୟନ୍ତ ତାଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଉଛନ୍ତି ବୋଲି କହିବାକୁ ପୋଲିସ ତାଙ୍କୁ ବାଧ୍ୟ କରିଥିଲା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କାଗଜରେ ଲେଖିବାକୁ ପୋଲିସ ତାଙ୍କୁ ବାଧ୍ୟ କରିଥିଲା ବୋଲି ସେ କହିଛନ୍ତି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି। ତେବେ ସୋନାଲି ଆଉ ସବୁ କ&rsquo;ଣ କହିଛନ୍ତି ଏ ଭିଡିଓରୁ ଶୁଣନ୍ତୁ।</p> <p>https://youtu.be/fAY4AH1cizE</p>

Related story