ପ୍ରାଥମିକ ଶିକ୍ଷାର ହାଲ୍: ୧ରୁ ୯ ଯାଏ ସଂଖ୍ୟା ଚିହ୍ନି ପାରୁନାହାନ୍ତି ପଞ୍ଚମ ଶ୍ରେଣୀର ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖସୁଛି ପ୍ରାଥମିକ ଶିକ୍ଷାର ମାନ। ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ୧ରୁ ୯ ଯାଏ ସଂଖ୍ୟା ଚିହ୍ନି ପାରୁନାହାନ୍ତି। ୫ମ ଶ୍ରେଣୀରେ ପଢୁଥିବା ପ୍ରାୟ ୫୮ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ପାଇଁ ଯୋଗ୍ୟ ବୋଲି ଆନୁଆଲ୍‌ ଷ୍ଟାଟସ ଅଫ୍ ଏଜୁକେସନ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ ପଞ୍ଚମ ଶ୍ରେଣୀରେ ପଢୁଥିବା ୩.୨ ପ୍ରତିଶତ ପିଲା ୧ରୁ ୯ ଓ ୧୩.୮ ପ୍ରତିଶତ ପିଲା ୯ରୁ ବଡ଼ ସଂଖ୍ୟା ଚିହ୍ନିବାରେ ଅସମର୍ଥ। ୩୩.୧ ପ୍ରତିଶତ […]

school

Manoranjan Sial
  • Published: Wednesday, 16 January 2019
  • , Updated: 16 January 2019, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖସୁଛି ପ୍ରାଥମିକ ଶିକ୍ଷାର ମାନ। ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ୧ରୁ ୯ ଯାଏ ସଂଖ୍ୟା ଚିହ୍ନି ପାରୁନାହାନ୍ତି। ୫ମ ଶ୍ରେଣୀରେ ପଢୁଥିବା ପ୍ରାୟ ୫୮ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ପାଇଁ ଯୋଗ୍ୟ ବୋଲି ଆନୁଆଲ୍‌ ଷ୍ଟାଟସ ଅଫ୍ ଏଜୁକେସନ ରିପୋର୍ଟରୁ ଜଣାପଡ଼ିଛି।

ରାଜ୍ୟରେ ପଞ୍ଚମ ଶ୍ରେଣୀରେ ପଢୁଥିବା ୩.୨ ପ୍ରତିଶତ ପିଲା ୧ରୁ ୯ ଓ ୧୩.୮ ପ୍ରତିଶତ ପିଲା ୯ରୁ ବଡ଼ ସଂଖ୍ୟା ଚିହ୍ନିବାରେ ଅସମର୍ଥ। ୩୩.୧ ପ୍ରତିଶତ ପିଲା ଫେଡ଼ାଣ ଜାଣିନାହାନ୍ତି। ଫେଡ଼ାଣ କରିପାରୁଥିବା ୨୪. ୫ ପ୍ରତିଶତ ପିଲା ଗଣିତରେ ଦୁର୍ବଳ। ଏକଥା ଆମେ କହୁନୁ କହୁଛି, ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ଉପରେ ପ୍ରସ୍ତୁତ ବାର୍ଷିକ ରିପୋର୍ଟ। କେବଳ ଏତିକି ନୁହେଁ, ପିଲାଙ୍କ ଜ୍ଞାନର ସ୍ତର ଏତେ କମ୍‌ ଯେ, ପଞ୍ଚମ ଶ୍ରେଣୀରେ ପଢୁଥିବା ୫୮ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ପାଇଁ ଯୋଗ୍ୟ ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟର ସତ୍ୟତା ପରଖିବା ଲାଗି ଓଡ଼ିଶା ରିପୋର୍ଟର ପ୍ରତିନିଧି ପହଞ୍ଚିଥିଲେ ମାଲକାନଗିରି ଟାଉନ୍‌ଠାରୁ ୧୫ କିଲୋମିଟର ଦୂରରେ ଥିବା ମାସାଗୁଡ଼ା ପ୍ରାଥମିକ ବିଦ୍ୟାଲୟରେ। ଗୋଟିଏ ଶ୍ରେଣୀରେ ବସି ପଢୁଛନ୍ତି ୧ରୁ ୫ ସମସ୍ତ ୫ଟି ଶ୍ରେଣୀର ପିଲା। ଏମାନଙ୍କ ଜ୍ଞାନ କଥା ନକହିବା ଭଲ। ଏମିତିକି ରିପୋର୍ଟରେ ଆସିଥିବା ତଥ୍ୟଠାରୁ ପିଲାଙ୍କ ଷ୍ଟାଣ୍ଡାର୍ଡ ଆହୁରି ଖରାପ ବୋଲି କୁହାଯାଇପାରିବ।

ସେହିପରି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଗୁଣ୍ଡିଚାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏ ୫ଟି ଶ୍ରେଣୀରେ ପଢୁଛନ୍ତି ମୋଟ ୫୬ ପିଲା। ତେବେ ସେମାନଙ୍କ ଲାଗି ଏଠି ଅଛନ୍ତି ମାତ୍ର ଜଣେ ଶିକ୍ଷୟିତ୍ରୀ। ଗୋଟିଏ କ୍ଲାସରେ ପଢାଇବା ବେଳେ ଅନ୍ୟ କ୍ଲାସର ପିଲା ପାଟିତୁଣ୍ଡ କରୁଛନ୍ତି। ତେଣୁ ସମସ୍ତଙ୍କୁ ଏକାଠି ବସାଇବାକୁ ଉଦ୍ୟମ କରୁଛନ୍ତି ଶିକ୍ଷୟିତ୍ରୀ। ଏହାସତ୍ତ୍ୱେ ପିଲାଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି।

ପ୍ରଥମ ସଂସ୍ଥା ପକ୍ଷରୁ ୩ରୁ ୧୬ ବର୍ଷ ପିଲାଙ୍କ ସାଧାରଣ ପଠନ ଓ ଗଣିତ ଜ୍ଞାନ ଉପରେ ଏହି ସର୍ଭେ କରାଯାଇଥିଲା। ଏହା ଅନୁୟାୟୀ, ୯.୬ ପ୍ରତିଶତ ସ୍କୁଲରେ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ୍ ନାହିଁ। ୫୬.୭ ପ୍ରତିଶତ ସ୍କୁଲରରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ୮୧.୩ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର ନାହିଁ। ଏଥିରୁ ଦେଶର ଭବିଷ୍ୟତ କିଭଳି ଗଢ଼ି ହେଉଛନ୍ତି?

Related story