ମନ୍ତ୍ରୀ-ପ୍ରଶାସକ ମଧ୍ୟରେ ସମ୍ପର୍କର ପରିଭାଷା ବଦଳିଛି: ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଓ ପ୍ରଶାସକର ସମ୍ପର୍କ ଏବଂ ଭୂମିକାର ପରିଭାଷା ଏବେ ବଦଳି ଯାଇଛି। ବୁଝିବା ଲୋକକୁ ଇଶାରା ଯଥେଷ୍ଟ ବୋଲି କହି ବିଜେଡି ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବ୍ୟୁରୋକ୍ରାସି ବା ପ୍ରଶାସନିକ କଳ କିଭଳି ଓଲଟା ଗତିରେ କାମ କରୁଛି ତା’ର ଗୁମର ଖୋଲିଛନ୍ତି। ବ୍ୟୁରୋକ୍ରାସି ଥ୍ରାଇଭସ୍ ଅନ୍ ମିନିଷ୍ଟ୍ରିଆଲ ରେସପନ୍ସିବିଲିଟି ଅର୍ଥାତ୍ ମନ୍ତ୍ରୀଙ୍କ ଦାୟିତ୍ୱରେ ପ୍ରଶାସନିକ କଳ କାର୍ଯ୍ୟ କରିଥାଏ ବୋଲି ରହିଥିବା ପରିଭାଷା ଏବେ ସମ୍ପୂର୍ଣ୍ଣ […]

98

98

Tapas Behera
  • Published: Wednesday, 18 December 2019
  • Updated: 18 December 2019, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଓ ପ୍ରଶାସକର ସମ୍ପର୍କ ଏବଂ ଭୂମିକାର ପରିଭାଷା ଏବେ ବଦଳି ଯାଇଛି। ବୁଝିବା ଲୋକକୁ ଇଶାରା ଯଥେଷ୍ଟ ବୋଲି କହି ବିଜେଡି ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବ୍ୟୁରୋକ୍ରାସି ବା ପ୍ରଶାସନିକ କଳ କିଭଳି ଓଲଟା ଗତିରେ କାମ କରୁଛି ତା’ର ଗୁମର ଖୋଲିଛନ୍ତି। ବ୍ୟୁରୋକ୍ରାସି ଥ୍ରାଇଭସ୍ ଅନ୍ ମିନିଷ୍ଟ୍ରିଆଲ ରେସପନ୍ସିବିଲିଟି ଅର୍ଥାତ୍ ମନ୍ତ୍ରୀଙ୍କ ଦାୟିତ୍ୱରେ ପ୍ରଶାସନିକ କଳ କାର୍ଯ୍ୟ କରିଥାଏ ବୋଲି ରହିଥିବା ପରିଭାଷା ଏବେ ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି ବୋଲି କହିବାକୁ ସେ ପଛାଇ ନଥିଲେ।

ସ୍ଥାନୀୟ ପ୍ରେସ୍ କ୍ଲବଠାରେ ଅବସରପ୍ରାପ୍ତ ଆଇଏଏସ୍ ତାରାଦତ୍ତଙ୍କ ପୁସ୍ତକ ‘ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ୍’ ଉନ୍ମୋଚନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ମନ୍ତ୍ରୀ ଓ ପ୍ରଶାସକର ଭୂମିକା ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଜଣେ ରାଜନୀତି ବିଜ୍ଞାନର ଛାତ୍ର ଭାବେ ତାରାଦତ୍ତଙ୍କ ପୁସ୍ତକରେ ପ୍ରଶାସନର ଅନେକ ଅକୁହା କଥା ରହିଥିବ ବୋଲି ସେ ଆଶା କରିଥିବା କହିଥିଲେ। ଜଣେ ଖବର ଅନ୍ୱେଷଣକାରୀ ସାମ୍ବାଦିକ ପାଇଁ ଭଲ ଖବରଟିଏ ମଧ୍ୟ ଏହି ବହିରୁ ମିଳିବ ନାହିଁ ବୋଲି ସେ କହିଥିଲେ। ସେ କହିଥିଲେ ଯେ, ‘ବ୍ୟୁରେକ୍ରାସି ଥ୍ରାଇଭସ୍ ଅନ୍ ମିନିଷ୍ଟ୍ରିଆଲ ରେସପନ୍ସିବିଲିଟି’। ଏହି ବାକ୍ୟଟି ଭିତରେ ଜଣେ ମନ୍ତ୍ରୀ ଓ ପ୍ରଶାସକର ଭୂମିକା କ’ଣ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ଏବେ ଏହା ଏକ୍ସଚେଞ୍ଜ ହୋଇ ପରସ୍ପରର ଜାଗା ନେଇସାରିଲେଣି। ସେ ଏହାର ଅଧିକ ବାଖ୍ୟା କରିବାକୁ ଚାହୁଁନାହାନ୍ତି। ସମଝଦାରକୁ ଇଶାରା କାଫି ହୈ। ମାତ୍ର ଏହା ସତ୍ୟ ଯେ ମିନିଷ୍ଟ୍ରିଆଲ ରେସପନ୍ସିବିଲିଟିର ସ୍ଥାନ ବ୍ୟୁରୋକ୍ରାସି ନେଇସାରିଲାଣି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ତାରାଦତ୍ତଙ୍କ ବହିରେ ଘଙ୍ଗାପାଟଣା ଜମି ଦୁର୍ନୀତି, ସରକାରୀ କଳ ସହ ବିଭେଦ କିମ୍ବା ମନ୍ତ୍ରୀ ଓ ପ୍ରଶାସକଙ୍କ ସହ ତାଙ୍କର ସମ୍ପର୍କ ଆଦିର ଅବତାରଣା କରାଯାଇଥିବ ବୋଲି ସେ ଭାବିଥିଲେ। ମାତ୍ର ସେଭଳି ନାହିଁ । ତାରାଦତ୍ତ ୨୪କ୍ୟାରେଟ୍ ଆଇଏଏସ୍ ଅଫିସର ହେବା ପାଇଁ ଚେଷ୍ଟା କରିଛନ୍ତି। ସେ ନିଜ ମୂଲ୍ୟବୋଧରେ ନିଜକୁ ବାନ୍ଧି ରଖିବାକୁ ପ୍ରତିବଦ୍ଧ। ତେବେ ଭଲ ଗହଣା ପାଇଁ ୨୪ କ୍ୟାରେଟ୍ ସୁନାରେ ଅନ୍ୟ ଧାତୁ ମିଶାଯିବାର ଆବଶ୍ୟକତା ରହିଛି। ତାରାଦତ୍ତଙ୍କ ପୁସ୍ତକରୁ ଅନେକ କିଛି ତଥ୍ୟ ଖବରକାଗଜଗୁଡ଼ିକ ପାଇଁ ମିଳିବ ବୋଲି ଆଶା ଥିଲା। ମାତ୍ର ତାହା ମିଳିପାରିନି। ରାଜନୀତି ବିଜ୍ଞାନର ଛାତ୍ର ଭାବେ ସେ ବହିରେ ପଢ଼ିଥିବା ଅନେକ କଥାର ଏବେ କିଛି ମୂଲ୍ୟ ନାହିଁ। ସଂସଦୀୟ ଗଣତନ୍ତ୍ର ପରିବର୍ତ୍ତେ ଏବେ ପ୍ରଧାନମନ୍ତ୍ରୀ ଆଧାରିତ ଗଣତନ୍ତ୍ର ହେଲାଣି। ବହୁ ଦ୍ରୁତଗତିରେ ସବୁକିଛି ବଦଳୁଛି। ତେଣୁ ପାଠରେ ପଢ଼ା ହୋଇଥିବା ବହିକୁ ଧରି ଚାଲିଲେ ବର୍ତ୍ତମାନ ଯୁଗରେ ଅପଦସ୍ତ ହେବା ହିଁ ସାର ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏସ୍ ସଞ୍ଜିବ ହୋତା, ବିବେକ ପଟ୍ଟନାୟକ ଓ ଯୁଗଳ କିଶୋର ମହାପାତ୍ର ଯୋଗ ଦେଇ ତାରାଦତ୍ତଙ୍କ ପୁସ୍ତକର ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story