ଗଞ୍ଜେଇ ଗଛ କାଟିଲେ ଏସ୍‌ପି

ଫୁଲବାଣୀ(ତ୍ରିନାଥ ସାହୁ): ଗଞ୍ଜେଇ ଗଛ କାଟିଲେ ଖୋଦ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି  କନ୍ଧମାଳ ପୁଲିସ୍‌ ଓ ଅବକାରୀ ବିଭାଗ  ପକ୍ଷରୁ ଫିରିଙ୍ଗିଆ  ଥାନା ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ ହୋଇଥିଲା । ଏହାପରେ ୧୩୦ ଏକର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷରୁ ଅଧିକ ହେବ ବୋଲି […]

ganja-1

Niharika Rout
  • Published: Monday, 09 November 2020
  • , Updated: 09 November 2020, 01:08 PM IST

ଫୁଲବାଣୀ(ତ୍ରିନାଥ ସାହୁ): ଗଞ୍ଜେଇ ଗଛ କାଟିଲେ ଖୋଦ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି  କନ୍ଧମାଳ ପୁଲିସ୍‌ ଓ ଅବକାରୀ ବିଭାଗ  ପକ୍ଷରୁ ଫିରିଙ୍ଗିଆ  ଥାନା ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ ହୋଇଥିଲା । ଏହାପରେ ୧୩୦ ଏକର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ଏସ୍‌ପି ନିଜେ କଟର ଧରି ଗଛକୁ ନଷ୍ଟ କରିବା ସହ ଆଖପାଖ ଅଞ୍ଚଳରେ ଚଢ଼ଉ କରିଥିଲେ। ଏହି ଅପରେସନ୍‌ରେ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ସାମିଲ ଥିଲେ ।

ଆଗକୁ ପଢ଼ନ୍ତୁ : ‘ଭାରତରେ ମଧ୍ୟ ଜଣେ ବାଇଡେନ୍ ଆବଶ୍ୟକ’

Related story