ଏସପି ସାଗରିକାଙ୍କ ପ୍ରୟାସ: ସୁନ୍ଦରଗଡ଼ରେ ବଦଳିବ ବର୍ଷ ବର୍ଷର କୁତ୍ସିତ ପରମ୍ପରା

ବୀରମିତ୍ରପୁର(ରାକେଶ ସାହୁ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମାଞ୍ଚଳର କିଛି ଖଳ ଲୋକଙ୍କ ପ୍ରରୋଚନାରେ ମଣିଷ ମଣିଷର ଜୀବନ ନେବାକୁ ତିଳେ ମାତ୍ର ଚିନ୍ତା କରୁନାହିଁ ଯେ ଏହା ପରେ ମୋର ମୋ ପରିବାରର ଅବସ୍ତା କ ‘ଣ ହେବ । ଏହି ଅନ୍ଧ ବିଶ୍ୱାସକୁ ନେଇ ବୀବିରମିତ୍ରପୁର ଥାନା ଅଞ୍ଚଳରେ ଏକ ସଚେତନତା ରଥ ଗଡ଼ିଛି।  ନୂତନ ଭାବେ ସୁନ୍ଦରଗଡରେ ଏସପି ଭାବେ ଯୋଗ ଦେଇଥିବା ସାଗରିକା ନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କୁ […]

5nc

Tapas Behera
  • Published: Saturday, 01 August 2020
  • , Updated: 01 August 2020, 07:25 PM IST

ବୀରମିତ୍ରପୁର(ରାକେଶ ସାହୁ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମାଞ୍ଚଳର କିଛି ଖଳ ଲୋକଙ୍କ ପ୍ରରୋଚନାରେ ମଣିଷ ମଣିଷର ଜୀବନ ନେବାକୁ ତିଳେ ମାତ୍ର ଚିନ୍ତା କରୁନାହିଁ ଯେ ଏହା ପରେ ମୋର ମୋ ପରିବାରର ଅବସ୍ତା କ 'ଣ ହେବ । ଏହି ଅନ୍ଧ ବିଶ୍ୱାସକୁ ନେଇ ବୀବିରମିତ୍ରପୁର ଥାନା ଅଞ୍ଚଳରେ ଏକ ସଚେତନତା ରଥ ଗଡ଼ିଛି।  ନୂତନ ଭାବେ ସୁନ୍ଦରଗଡରେ ଏସପି ଭାବେ ଯୋଗ ଦେଇଥିବା ସାଗରିକା ନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।

ଏନେଇ ଏସପିଙ୍କ ନିର୍ଦ୍ଦେଶରେ ସାଦ୍ରୀ ଓ ଓଡିଆ ଭାଷାରେ ଦୁଇଟି କ୍ୟାସେଟ ପ୍ରସ୍ତୁତ ହୋଇଛି । ଯଦ୍ୱାରା ଲୋକଙ୍କୁ ସଠିକ ଭାବେ ସେମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର କରିବା ସହ ଏହିସବୁ ଅବାନ୍ତର କଥାରେ ପଡି ନିଜ ପରିବାର ପରିଜନଙ୍କୁ ଅସୁବିଧାରେ ନ ପକାଇବାକୁ ସଚେତନ କରାଯିବ । ଆଜି ସୁନ୍ଦରଗଡ଼ ଏସପି ବୀରମିତ୍ରପୁର ଥାନାରେ ପହଞ୍ଚି ସଚେତନତା ରଥକୁ ଉଦଘାଟନ କରିବା ସହ ଅତିରିକ୍ତ ଏସପି ଆର ଏନ ବାରିକଙ୍କ ସହିତ ସବୁଜ ପତାକା ଦେଖାଇ ପରିଭ୍ରମଣ ସକାସେ ସଙ୍କେତ ପ୍ରଦାନ କରିଥିଲେ ।

Related story