ମୁଲତବୀ ଆଲୋଚନା ପାଇଁ ସମୟ ନିର୍ଘଣ୍ଟ କଲେ ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୃହରେ ମୁଲତବୀ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ସମୟସୀମା ଧାର୍ଯ୍ୟ କରିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆସୁଥିବା ମୁଲତବୀ ପ୍ରସ୍ତାବ ଉପରେ ମୋଟ ୯୫ ମିନିଟ୍ ଆଲୋଚନା ହେବ। ସର୍ବଦଳୀୟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗୃହକୁ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ, ଚଳିତ ଅଧିବେଶନରେ ଦିନ ୧୧ଟା ୨୫ମିନିଟରୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବ। ବିଭାଗୀୟ ମନ୍ତ୍ରୀ ସର୍ବମୋଟ […]

Surya Narayan Patra

Manoranjan Sial
  • Published: Thursday, 26 November 2020
  • , Updated: 26 November 2020, 06:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୃହରେ ମୁଲତବୀ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ସମୟସୀମା ଧାର୍ଯ୍ୟ କରିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆସୁଥିବା ମୁଲତବୀ ପ୍ରସ୍ତାବ ଉପରେ ମୋଟ ୯୫ ମିନିଟ୍ ଆଲୋଚନା ହେବ।

ସର୍ବଦଳୀୟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗୃହକୁ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ, ଚଳିତ ଅଧିବେଶନରେ ଦିନ ୧୧ଟା ୨୫ମିନିଟରୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବ। ବିଭାଗୀୟ ମନ୍ତ୍ରୀ ସର୍ବମୋଟ ୧୫ମିନିଟ୍ (ପ୍ରସ୍ତାବ ଆଲୋଚନା ଆରମ୍ଭ ଓ ଶେଷ)ରେ ନିଜ ଉତ୍ତର ରଖିବେ। ବିରୋଧୀ ଦଳ ସଦସ୍ୟଙ୍କ ପାଇଁ ମୋଟ ୬୫ମିନିଟ୍ ଓ ଶାସକ ଦଳର ସଦସ୍ୟଙ୍କୁ ୧୫ମିନିଟ୍ ସମୟ ଦିଆଯିବ।

ସୂଚନାଯୋଗ୍ୟ, କରୋନା କଟକଣାକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ ଏବେ ସକାଳ ସାଢ଼େ ୧୦ଟାରୁ ୧ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଚାଲୁଛି।

Related story