ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ ଆଜି ତାଙ୍କୁ ୫୦ ହଜାର ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି। ଏଥିପାଇଁ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ଜାମିନରେ ସର୍ତ୍ତ ରଖିଛନ୍ତି କୋର୍ଟ। ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା। […]

prdeeep-moharathi

Manoranjan Sial
  • Published: Saturday, 27 April 2019
  • , Updated: 27 April 2019, 05:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ ଆଜି ତାଙ୍କୁ ୫୦ ହଜାର ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି। ଏଥିପାଇଁ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ତଦନ୍ତରେ ସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ଜାମିନରେ ସର୍ତ୍ତ ରଖିଛନ୍ତି କୋର୍ଟ।

ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ତାଙ୍କ ବିରୋଧରେ ଦଫା ୩୦୭ (ହତ୍ୟାପାଇଁ ଉଦ୍ୟମ)ରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭,୧୪୮,୧୪୯ ଦଫା ଲଗାଇଥିଲା। ଏଥିସହ ୧୭୧ ବି ,୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ମଧ୍ୟ ରୁଜୁ କରିଥିଲା ପୁଲିସ।

ଗିରଫ ପରେ ମହାରଥୀଙ୍କୁ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମେଡ଼ିକାଲ୍‌ରେ ଚିକିତ୍ସା ହେଉଛନ୍ତି।

Related story