ଅଜବ ବିଶ୍ୱାସ: କୁକୁରକୁ ବାହା ହେଉଛି ମଣିଷ ଛୁଆ

କରଞ୍ଜିଆ(ଦୀପକ କୁମାର ମହାନ୍ତ): ମଣିଷ ପିଲାଙ୍କ ସହିତ କୁକୁରର ବାହାଘର। କଥାଟି ଅଖାଡୁଆ ଲାଗୁଥାଇପାରେ। କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ। ଏପରି ବିଚିତ୍ର ବାହାଘର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ନାଉପନା ଗାଁର ଦାଡୁସାହିରୁ ଆସିଛି। ଆଦିବାସୀ ହୋ’ ସମ୍ପ୍ରଦାୟରେ ଯେଉଁ ମଣିଷ ଛୁଆର ମୁହଁର ଉପର ମାଢ଼ିରେ ପ୍ରଥମେ ଦାନ୍ତ ଉଠିବ, ତାହା ବାହାଘର କୁକୁର ସହିତ ହୋଇଥାଏ। ଏପରି କଲେ କୁଆଡେ ପିଲାଙ୍କ ରିଷ୍ଟ ଖଣ୍ଡନ ହେବ ସେମାନଙ୍କର ବିଶ୍ୱାସ ରହିଛି। […]

marriage

Manoranjan Sial
  • Published: Thursday, 28 January 2021
  • , Updated: 28 January 2021, 03:16 PM IST

କରଞ୍ଜିଆ(ଦୀପକ କୁମାର ମହାନ୍ତ): ମଣିଷ ପିଲାଙ୍କ ସହିତ କୁକୁରର ବାହାଘର। କଥାଟି ଅଖାଡୁଆ ଲାଗୁଥାଇପାରେ। କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ। ଏପରି ବିଚିତ୍ର ବାହାଘର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ନାଉପନା ଗାଁର ଦାଡୁସାହିରୁ ଆସିଛି। ଆଦିବାସୀ ହୋ’ ସମ୍ପ୍ରଦାୟରେ ଯେଉଁ ମଣିଷ ଛୁଆର ମୁହଁର ଉପର ମାଢ଼ିରେ ପ୍ରଥମେ ଦାନ୍ତ ଉଠିବ, ତାହା ବାହାଘର କୁକୁର ସହିତ ହୋଇଥାଏ। ଏପରି କଲେ କୁଆଡେ ପିଲାଙ୍କ ରିଷ୍ଟ ଖଣ୍ଡନ ହେବ ସେମାନଙ୍କର ବିଶ୍ୱାସ ରହିଛି। କାହିଁକି କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଥିବା ଜଣାପଡ଼ିଛି।

ରିଷ୍ଟ ଖଣ୍ଡନ କରିବା ପାଇଁ ପ୍ରଥମେ ଦୋଛକି ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ। ପୂଜାର୍ଚ୍ଚନା ସରିବା ପରେ ଶିଶୁର ଘର ଲୋକ ବାହାଘର ପାଇଁ କୁକୁର ଖୋଜିବା ଅଭିଯାନ ଆରମ୍ଭ କରିଥାଆନ୍ତି। ଯଦି ଶିଶୁ ପୁତ୍ର ହୋଇଥିବ, ତା’ ହେଲେ ମାଈ କୁକୁର ଖୋଜାଯିବ। ଯଦି ଝିଅ ହୋଇଥିବ, ତା’ ହେଲେ ପୁରୁଷ କୁକୁର ଖୋଜାଯିବାର ପରମ୍ପରା ରହିଛି। ଯାହା ଘରେ କୁକୁର ଥାଏ, ତାଙ୍କ ଘରକୁ ବାହାଘର ପ୍ରସ୍ତାବ ଦିଆଯାଇଥାଏ। ଝିଅ ଘରକୁ ହାଣ୍ଡିଆ ମଦ ନିଆଯାଇ ପ୍ରସ୍ତାବ ଦିଆଯାଇଥାଏ। କନ୍ୟା ଘର ଲୋକ ବର ଘର ଲେକମାନଙ୍କ ପାଦ ଧୋଇବା ସହିତ ଅତିଥି ଚର୍ଚ୍ଚା କରିଥାନ୍ତି। ସେଠାରେ ଉଭୟ ପକ୍ଷରୁ ଆଲୋଚନା ହୋଇ ବାହାଘର ପାଇଁ ସମୟ ସ୍ଥିର ହୋଇଥାଏ।

ବାହାଘର ସମୟ ଠିକ ହେଲା ପରେ କନ୍ୟା ଧୂମସା ଓ ମାଦଲ ବଜେଇ ପାରମ୍ପରିକ ନୃତ୍ୟ ପରିବେଷଣ କରି ବର ଘରକୁ ଆସିଥାନ୍ତି। ଅନ୍ୟ ପଟେ କୁକୁର ଛୁଆକୁ ନୂଆ ଡ୍ରେସ୍‌ ପିନ୍ଧାଇ ସୁସଜ୍ଜିତ କରାଯାଇଥାଏ। ବର ଓ କନ୍ୟାକୁ ପାଖରେ ବସାଇ ପାରମ୍ପରିକ ପ୍ରଥା ଅନୁସାରା ବାହାଘର କରାଯାଇଥାଏ। ମକର ପର୍ଵଠାରୁ  ଶିବ ରାତ୍ରୀ ମଧ୍ୟରେ ଏଭଳି କୁକୁର ବାହାଘର କରାଯାଇଥାଏ।

ଆଦିବାସୀ ହୋ’ ସମ୍ପ୍ରଦାର ଏପରି ଏକ ବାହାଘର ଗତ ଶୁକ୍ରବାର ହୋଇଯାଇଛି। ବର ଘର ଦାଡୁ ସାହିରେ ହୋଇଥିବା ବେଳେ କନ୍ୟା ଘର ବା କୁକୁର ଘର ହେଉଛି ଗୋମ୍ବାରିଆପାଳ ଗାଁରେ। ବାହାଘର ପାଇଁ ଦୁଇ ଗାଁ ଉତ୍ସବ ମୁଖର ହୋଇଥିଲା।

Related story