‘କରୋନା’ରୁ ମୁକ୍ତି ପାଇଁ ହୋମ ଯଜ୍ଞ କଲେ ରାଜପରିବାର

ବାରିପଦା(ମାଣିକଲାଲ୍‌ ପାଣି): ଆଜକୁ ୧୦୦ ବର୍ଷ ତଳେ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀଙ୍କ ମନ୍ଦିରରେ ହୋଇଥିଲା ସ୍ୱତନ୍ତ୍ର ହୋମଯଜ୍ଞ। ଆଜି ପୁଣି ଥରେ ହୋଇଛି ଏହି ପୂଜା। ମହାମାରୀ ‘କରୋନା’ରୁ ମୁକ୍ତି ପାଇଁ ମୟୂରଭଞ୍ଜ ରାଜପରିବାର ପକ୍ଷରୁ ହୋଇଛି ଏହି ପୂଜା ଓ ହୋମଯଜ୍ଞ। ବିଶ୍ୱାସ ଅଛି, ମାଆଙ୍କ ପାଖରେ ଏହି ସ୍ୱତନ୍ତ୍ର ପୂଜା କଲେ ମୟୂରଭଞ୍ଜ ତଥା ଦେଶବାସୀଙ୍କର ମଙ୍ଗଳ ହୋଇଥାଏ। ‘କରୋନା’ ବିରୋଧରେ ଲଢ଼ିବା ପାଇଁ ସାହାସ ଓ ଶକ୍ତି ମିଳିଥାଏ। ସେଥିପାଇଁ […]

baripada

Tapaswini Nayak
  • Published: Saturday, 25 April 2020
  • , Updated: 25 April 2020, 08:57 PM IST

ବାରିପଦା(ମାଣିକଲାଲ୍‌ ପାଣି): ଆଜକୁ ୧୦୦ ବର୍ଷ ତଳେ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀଙ୍କ ମନ୍ଦିରରେ ହୋଇଥିଲା ସ୍ୱତନ୍ତ୍ର ହୋମଯଜ୍ଞ। ଆଜି ପୁଣି ଥରେ ହୋଇଛି ଏହି ପୂଜା। ମହାମାରୀ ‘କରୋନା’ରୁ ମୁକ୍ତି ପାଇଁ ମୟୂରଭଞ୍ଜ ରାଜପରିବାର ପକ୍ଷରୁ ହୋଇଛି ଏହି ପୂଜା ଓ ହୋମଯଜ୍ଞ।

ବିଶ୍ୱାସ ଅଛି, ମାଆଙ୍କ ପାଖରେ ଏହି ସ୍ୱତନ୍ତ୍ର ପୂଜା କଲେ ମୟୂରଭଞ୍ଜ ତଥା ଦେଶବାସୀଙ୍କର ମଙ୍ଗଳ ହୋଇଥାଏ। ‘କରୋନା’ ବିରୋଧରେ ଲଢ଼ିବା ପାଇଁ ସାହାସ ଓ ଶକ୍ତି ମିଳିଥାଏ। ସେଥିପାଇଁ ଆଜି ରାଜପରିବାର ପକ୍ଷରୁ ଏହି ପୂଜା ଆୟୋଜନ କରାଯାଇଛି। ଏହି ପୂଜାରେ ରାଜକୁମାରୀ ଅକ୍ଷିତା ଭଂଜଦେଓ ଓ ମହାରାଣୀ ରଶ୍ମିରାଜ୍ୟଲକ୍ଷ୍ମୀ ଭଂଜଦେଓ ସାମିଲ ଥିଲେ।  ତେବେ ଲକ୍‌ଡାଉନ୍‌ ରାଜ ପରିବାରର ଅନ୍ୟ ସଦସ୍ୟାମାନେ ସାମିଲ ହୋଇପାରି ନଥିଲେ। ଏହାଛଡ଼ା ରାଜ୍ୟର ପ୍ରଜାମାନେ ମଧ୍ୟ ସାମିଲ ହୋଇପାରି ନାହାନ୍ତି।

ରାଜକୁମାରୀ ଅଙ୍କିତା ଭଂଜଦେଓ କହିଛନ୍ତି-“ଅଷ୍ଟମ ଶତାବ୍ଦୀରୁ ମାଆ କିଚକେଶ୍ୱରୀ ପୂଜା ପାଇଆସୁଛନ୍ତି। ଭଂଜଦେଓ ରାଜବଂଶ ଯୋଦ୍ଧାମାନେ ଯୁଦ୍ଧକୁ ଯିବା ପୂର୍ବରୁ ମା’ଙ୍କ ପାଖରେ ପୂଜା କରିଆନ୍ତି। ନହେଲେ କୌଣସି ଭୟଙ୍କର ରୋଗ ବ୍ୟାପିଲେ ଏଠାରେ ପୂଜା କରାଯାଇଥାଏ। ବର୍ତ୍ତମାନ ପରିସ୍ଥିତିରେ ଆମେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ପିଛା କରୁଛୁ। ଏପରି ସମୟରେ ଆଧ୍ୟାତ୍ମିକତାବାଦକୁ ମଧ୍ୟ ମାନିବା ଦରକାର। ସେହି ଦୃଷ୍ଟିରୁ କରୋନାର ମୁକାବିଲା ପାଇଁ ସମଗ୍ର ଦେଶବାସୀଙ୍କ ଆଜି ହୋମଯଜ୍ଞ କରାଯାଇଛି।”

Related story