ଭାଇର ଶୁଭ ମନାସି ଭଉଣୀ ବାନ୍ଧିବ ରାକ୍ଷୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇ-ଭଉଣୀର ପବିତ୍ର ବନ୍ଧନ ରକ୍ଷା ବନ୍ଧନ। ଏଥିପାଇଁ ଉତ୍ସବମୁଖର ଗାଁଠୁ ସହର। ସେଥିପାଇଁ ନିଜ ମନପସନ୍ଦର ରାକ୍ଷୀ କିଣି ଭାଇର ମଙ୍ଗଳ କାମନା କରି ତା’ ହାତରେ ବାନ୍ଧିଦେବା ପାଇଁ ଅପେକ୍ଷା କରିଛି ଭଉଣୀ। ଏଥିପାଇଁ ଟ୍ଵିନସିଟି କଟକ ଓ ଭୁବନେଶ୍ୱରରେ ରାକ୍ଷୀ ଦୋକାନରେ ଲାଗିଛି ପ୍ରବଳ ଭିଡ଼। ଭାଇ ପାଇଁ ମନ ପସନ୍ଦର ରାକ୍ଷୀ କିଣୁଛନ୍ତି ଭଉଣୀ। ସେପଟେ ବଡ଼ଦେଉଳରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ସାନଭାଇ କାଳିଆ ସାଆନ୍ତଙ୍କ ହାତରେ ବାସୁଙ୍ଗାପାଟର […]

rakhi

Manoranjan Sial
  • Published: Wednesday, 14 August 2019
  • , Updated: 14 August 2019, 10:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇ-ଭଉଣୀର ପବିତ୍ର ବନ୍ଧନ ରକ୍ଷା ବନ୍ଧନ। ଏଥିପାଇଁ ଉତ୍ସବମୁଖର ଗାଁଠୁ ସହର। ସେଥିପାଇଁ ନିଜ ମନପସନ୍ଦର ରାକ୍ଷୀ କିଣି ଭାଇର ମଙ୍ଗଳ କାମନା କରି ତା’ ହାତରେ ବାନ୍ଧିଦେବା ପାଇଁ ଅପେକ୍ଷା କରିଛି ଭଉଣୀ। ଏଥିପାଇଁ ଟ୍ଵିନସିଟି କଟକ ଓ ଭୁବନେଶ୍ୱରରେ ରାକ୍ଷୀ ଦୋକାନରେ ଲାଗିଛି ପ୍ରବଳ ଭିଡ଼। ଭାଇ ପାଇଁ ମନ ପସନ୍ଦର ରାକ୍ଷୀ କିଣୁଛନ୍ତି ଭଉଣୀ।

ସେପଟେ ବଡ଼ଦେଉଳରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ସାନଭାଇ କାଳିଆ ସାଆନ୍ତଙ୍କ ହାତରେ ବାସୁଙ୍ଗାପାଟର ରାକ୍ଷୀ ବାନ୍ଧିବେ ଭଉଣୀ ଦେବୀ ସୁଭଦ୍ରା। ସେଥିପାଇଁ ପରମ୍ପରା ଓ ରୀତିନୀତିରେ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି। ରାକ୍ଷୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପାଟେରା ସେବାୟତ। ପାଟେରା ସେବାୟତମାନେ ୪ଟି ପାଟ ରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରି ଦେଇଥାନ୍ତି। ସକାଳଧୂପ ଓ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କୁ ବେଶ କରାଯାଇ ରାକ୍ଷୀ ଲାଗି କରାଯାଇଥାଏ। ସେପଟେ ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ପାଳନ କରାଯାଇଥାଏ। ଏପଟେ ଶ୍ରୀକ୍ଷେତ୍ରରେ ବିଭିନ୍ନ ରାକ୍ଷୀ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି।

Related story