ବିଚ୍ଛିନ୍ନାଞ୍ଚଳକୁ କେବେ ଯୋଡ଼ିହେବ ସେତୁ, ଡେଡ୍ ଲାଇନ୍ ପୁରିବାକୁ ବସିଲାଣି ସରିନି କାମ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚତୁର୍ଥ ଥର ପାଇଁ ଘୁଞ୍ଚିପାରେ ମାଲକାନ୍‌ଗିରି ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ। ତୃତୀୟ ଥର ପାଇଁ ଧାର୍ଯ୍ୟ ଡେଡ୍‌ଲାଇନ୍ ପୁରିବାକୁ ଆଉ ମାତ୍ର ମାସଟିଏ ସମୟ ଥିବା ବେଳେ ବାସ୍ତବିକ ସ୍ଥିତି କିନ୍ତୁ କହୁଛି ଆହୁରି ତିନି ମାସ ସମୟ ଲାଗିପାରେ  । ସେପଟେ ମନ୍ଥର କାମ ଯୋଗୁଁ ବ୍ରିଜ୍‌ ହେବା ନେଇ ସ୍ୱପ୍ନ ଦେଖି ଆସୁଥିବା ବିଚ୍ଛିନ୍ନାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ହେଲେ ବିଭାଗୀୟ ଅଧିକାରୀ ଓ କମ୍ପାନି କର୍ତ୍ତୃପକ୍ଷଙ୍କ […]

bt

Rakesh Mallick
  • Published: Sunday, 21 January 2018
  • , Updated: 21 January 2018, 10:31 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚତୁର୍ଥ ଥର ପାଇଁ ଘୁଞ୍ଚିପାରେ ମାଲକାନ୍‌ଗିରି ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ। ତୃତୀୟ ଥର ପାଇଁ ଧାର୍ଯ୍ୟ ଡେଡ୍‌ଲାଇନ୍ ପୁରିବାକୁ ଆଉ ମାତ୍ର ମାସଟିଏ ସମୟ ଥିବା ବେଳେ ବାସ୍ତବିକ ସ୍ଥିତି କିନ୍ତୁ କହୁଛି ଆହୁରି ତିନି ମାସ ସମୟ ଲାଗିପାରେ  । ସେପଟେ ମନ୍ଥର କାମ ଯୋଗୁଁ ବ୍ରିଜ୍‌ ହେବା ନେଇ ସ୍ୱପ୍ନ ଦେଖି ଆସୁଥିବା ବିଚ୍ଛିନ୍ନାଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ହେଲେ ବିଭାଗୀୟ ଅଧିକାରୀ ଓ କମ୍ପାନି କର୍ତ୍ତୃପକ୍ଷଙ୍କ କହିବା କଥା କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବ ।

ବିଚ୍ଛିନ୍ନ ହୋଇଥିବା ବିଚ୍ଛିନ୍ନାଞ୍ଚଳକୁ ପୁଣି ଯୋଡ଼ିବାକୁ ସ୍ୱପ୍ନର ସେତୁ ଗୁରୁପ୍ରିୟା । ହେଲେ ବିଚ୍ଛିନ୍ନାଞ୍ଚବାସୀଙ୍କ ଭାଗ୍ୟ ପରି ଯେମିତି ଘୁଞ୍ଚି ଘୁଞ୍ଚି ଚାଲିଛି ଏଇ ବିକାଶ ସେତୁର ଭାଗ୍ୟ । ପ୍ରଥମେ ୨୦୧୭ ସେପ୍ଟେମ୍ବର, ପରେ ନଭେମ୍ବର ତା ପରେ ଚଳିତ ବର୍ଷ ଫେବ୍ରୁଆରୀକୁ ଡେଡ୍ ଲାଇନ୍ ପରେ ଡେଡ୍ ଲାଇନ୍ ଗଡ଼ି ଚାଲିଛି । ହେଲେ କାମ ସରୁନି । ୯୧୦ ମିଟିର ଲମ୍ବ ବିଶିଷ୍ଟ ଏଇ ସେତୁର ଆହୁରି ୩ଟି ଷ୍ଟିଲ୍ ଗାର୍ଡର ପଡ଼ିନି । ବ୍ରିଜ୍ର ୭୦ ପ୍ରତିଶତ ରେଲିଂ କାମ ହୋଇନି।  ଛାତର ଗ୍ରିଡିଙ୍ଗ କାମ ୮୦ ପ୍ରତିଶତ ବାକି ରହିଛି।  ପଥର ପ୍ୟାକିଂ ଓ ରଙ୍ଗ କାମ ଆରମ୍ଭ ହିଁ ହୋଇନି । ୧୨ ଶହ ମିଟର ଆପ୍ରୋଚ ରୋଡ୍ କାମ ବି ଅଧା । ଏଭଳି ସ୍ଥିତିରେ ଫେବ୍ରୁଆରି ଶେଷ ସୁଦ୍ଧା କାମ କେମିତି ସରିବ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

Related story