ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ଥମୁନି ଚର୍ଚ୍ଚା, ସିବିଆଇ ତଦନ୍ତ ଦାବି କଲେ ସେବାୟତ

Ordigital Desk
  • Published: Saturday, 02 June 2018
  • , Updated: 02 June 2018, 08:53 PM IST
<p>ପୁରୀ(ଓଡିଶା ରିପୋର୍ଟର): କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି? ପରିଚାଳନା କମିଟି ବୈଠକ ବିବରଣୀ ଆଧାରରେ ଚାବି ହଜିଯାଇଥିବା ସ୍ପଷ୍ଟ ହେବା ଏବଂ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ହଇଚଇ ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଉଛି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଆପଣାଉଥିବା ଖାମଖିଆଲ ମନୋଭାବ ପଦାରେ ପଡିଛି। ଚାବି ହଜିବା ଘଟଣା ସାମ୍ନାକୁ ଆସିବା ଘଟଣାକୁ ୨ ମାସ ବିତିବାକୁ ବସିଲାଣି, ହେଲେ ଏଥିପ୍ରତି କାହାରି ଯେମିତି ନିଘା ନାହିଁ । ଜଗନ୍ନାଥଙ୍କ କଥା ଯେମିତି ଜଗନ୍ନାଥ ବୁଝିବେ, ସେଇ ମନୋଭାବରେ ପୁରା ବ୍ୟବସ୍ଥା ଚାଲିଛି। ଲଣେ ଏଭଳି ସ୍ଥିତିରେ ପୁରା ଘଟଣାର ସିବିଆଇ ତଦନ୍ତ ନେଇ ଦାବି ଉଠିଲାଣି।</p> <p>ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଚାବି ହଜିଯାଇଥିବା ନେଇ ଏପ୍ରିଲ ୪ ପରିଚାଳନା କମିଟି ବୈଠକ ବିବରଣୀରୁ ସ୍ପଷ୍ଟ ହେବା ପରେ, ଏବେ ସବୁ ଓଡିଆଙ୍କ ମନରେ ପ୍ରଶ୍ନ ଉଠିଛି। &nbsp;ସବୁ ଜଗନ୍ନାଥ ପ୍ରେମୀଙ୍କର ସେଦିନ ଭଣ୍ଡାର ଯାଞ୍ଚକୁ ଏକ ସୁପରିକଳ୍ପିତ ଡ୍ରାମା ବୋଲି କହିଲେଣି। &lsquo;ପାଖରେ ଯଦି ଚାବି ନ ଥିଲା, କାହିଁକି ବୀର ଦର୍ପରେ ସର୍ଚ୍ଚ ଲାଇଟ୍ ସହ ୧୭ ଜଣିଆ ଯାଞ୍ଚକାରୀ ଦଳ ମନ୍ଦିର ପ୍ରବେଶ କରିଥିଲେ ବୋଲି ପ୍ରଶ୍ନ ଉଠିଛି।</p> <p>ସବୁଠୁ ବଡ଼ କଥା ହେଉଛି ଭିତର ରତ୍ନଭଣ୍ଡାର ଯାଞ୍ଚ ମିଶନ୍ ଫେଲ୍ ମାରିବା ଏବଂ ଚାବି ହଜିଥିବା ବିଷୟ ସ୍ପଷ୍ଟ ହେବାର ୨ ମାସ ପରେ ବି ଚାବି କୁଆଡ଼େ ଗଲା, କିଏ ନେଲା, ଏବେ କାହା ପାଖରେ ଅଛି ସେନେଇ ତଦନ୍ତ ଘର ଶୂନ୍। ଏଭଳି ସ୍ଥିତିରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସିବିଆଇ ତଦନ୍ତ ଦାବି କରିଛି।&nbsp; ପୁରା ଘଟଣା ଉପରେ ହାଇକୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ଥିବା କହିଛନ୍ତି ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ।</p> <p>ବିଧି ବ୍ୟବସ୍ଥା ଅନୁଯାୟୀ ଚାବି ଟ୍ରେଜେରୀ ବା ଜିଲ୍ଲା କୋଷାଗାରରେ ରହିବା କଥା। ଏପରିକି ୧୯୭୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ପରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଚାବି ହସ୍ତାନ୍ତର କରାଯାଇଥିବା ସେତେବେଳର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ହେଲେ ଏପ୍ରିଲ୍ ୪ ପରିଚାଳନା କମିଟି ବୈଠକରେ ବର୍ତ୍ତମାନର ଜିଲ୍ଲାପାଳ କହିଥିଲେ, ଚାବି ଟ୍ରେଜେରୀରେ ନାହିଁ । ଏଣୁ କିଏ ସତ କହୁଛନ୍ତି ତାହାର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ ।</p>

Related story