ପୁରୀ-ଯୋଧପୁର, ପୁରୀ-ଆଜମୀରକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ; କେବେଠାରୁ ଗଡ଼ିବ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ-ଯୋଧପୁର ଓ ପୁରୀ-ଆଜମୀର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ପୁରୀ-ଯୋଧପୁର-ପୁରୀ ମଧ୍ୟରେ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ୨୦ ତାରିଖରୁ ପୁରୀରୁ ପ୍ରତି ବୁଧବାର ଅପରାହ୍ନ ୪.୫ ମିନିଟ୍‌ରେ ଛାଡିବ। ଜାନୁଆରୀ ୨୩ ତାରିଖରୁ ଯୋଧପୁରରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୨.୧୫ ମିନିଟ୍‌ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର […]

train

Manoranjan Sial
  • Published: Thursday, 14 January 2021
  • , Updated: 14 January 2021, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ-ଯୋଧପୁର ଓ ପୁରୀ-ଆଜମୀର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇଛି।

ପୁରୀ-ଯୋଧପୁର-ପୁରୀ ମଧ୍ୟରେ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ୨୦ ତାରିଖରୁ ପୁରୀରୁ ପ୍ରତି ବୁଧବାର ଅପରାହ୍ନ ୪.୫ ମିନିଟ୍‌ରେ ଛାଡିବ। ଜାନୁଆରୀ ୨୩ ତାରିଖରୁ ଯୋଧପୁରରୁ ପ୍ରତ୍ୟେକ ଶନିବାର ଅପରାହ୍ନ ୨.୧୫ ମିନିଟ୍‌ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼, ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜଇନ, ଜୟପୁର ଇତ୍ୟାଦି ଷ୍ଟେସନ ଗୁଡିକରେ ରହଣି କରିବ।

ସେହିପରି ପୁରୀ-ଆଜମୀର-ପୁରୀ ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ୨୧ ତାରିଖରେ ପୁରୀରୁ ପ୍ରତ୍ୟେକ ସୋମବାର ଓ ଗୁରୁବାର ରାତି ୧୧.୦୫ ମିନିଟ୍‌ରେ ଛାଡିବ। ଜାନୁଆରୀ ୨୬ ତାରିଖରୁ ଆଜମୀରରୁ ପ୍ରତ୍ୟେକ ମଙ୍ଗଳବାର ଓ ଗୁରୁବାର ସନ୍ଧ୍ୟା ୬.୫୦ ମିନିଟ୍‌ରେ ଛାଡିବ। ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ବରଗଡ ରୋଡ୍, ବାଲାଙ୍ଗୀର, ଟିଟିଲାଗଡ, କାଣ୍ଟାବାଞ୍ଜି, ଖରିଆର ରୋଡ୍‌, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱାର୍ଧା, ଭୁଷାବଲ, ଜଲଗାଓଁ, ସୁରଟ, ଭଦୋଦରା, ଅହମ୍ମଦାବାଦ, ସାବରମତୀ ସହିତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହିବ।

Related story