ଆଦି ସୂର୍ଯ୍ୟ ଜଗନ୍ନାଥ: ଆପଣ ଜାଣିଛନ୍ତି କି ଶ୍ରୀମନ୍ଦିରରେ ଓଲଟା କ୍ରମରେ କାହିଁକି ରହିଛନ୍ତି ନବଗ୍ରହ?

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ପବିତ୍ର ମକର ସଂକ୍ରାନ୍ତି। ସମଗ୍ର ଭାରତବର୍ଷ ଏହି ପର୍ବ ପାଇଁ ଉତ୍ସବମୁଖର। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉତ୍ତରାୟଣ ଗତି ଆଧାରରେ ପାଳିତ ହୁଏ ଏହି ଉତ୍ସବ। ଆଉ ଏଠି ଆମ ଓଡିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ଉତ୍ତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ। ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଉଦ୍ଭବ ପ୍ରାଣୀମାନଙ୍କ ତାରକ ଓ […]

jagannath-alati

Manoranjan Sial
  • Published: Wednesday, 15 January 2020
  • , Updated: 05 January 2022, 04:15 PM IST

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ପବିତ୍ର ମକର ସଂକ୍ରାନ୍ତି। ସମଗ୍ର ଭାରତବର୍ଷ ଏହି ପର୍ବ ପାଇଁ ଉତ୍ସବମୁଖର। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉତ୍ତରାୟଣ ଗତି ଆଧାରରେ ପାଳିତ ହୁଏ ଏହି ଉତ୍ସବ। ଆଉ ଏଠି ଆମ ଓଡିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ଉତ୍ତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ।

ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଉଦ୍ଭବ ପ୍ରାଣୀମାନଙ୍କ ତାରକ ଓ କାରକ। ହେଲେ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଭଗବାନ ଜଗନ୍ନାଥ ହେଉଛନ୍ତି ଆଦିସୂର୍ଯ୍ୟ । ଏହି କଥାର ପ୍ରମାଣ ଆପଣମାନେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବୁଲିବା ବେଳେ ଜାଣିପାରିବେ। ଲଷ୍ମୀ ମନ୍ଦିର ପାର୍ଶ୍ଵରେ ରହିଥିବା ନବଗ୍ରହ ମନ୍ଦିରରେ ସୂର୍ଯ୍ୟଙ୍କ ଓଲଟା ଉପସ୍ଥିତି ହିଁ ଜଗନ୍ନାଥ ମହାପ୍ରଭୁ ଯେ ଆଦି ସୂର୍ଯ୍ୟ ତାହା ପ୍ରମାଣିତ କରେ।

କହିବାର ଅଭିପ୍ରାୟ ଏହା ଯେ, କୋଇଲି ବୈକୁଣ୍ଠକୁ ଲାଗି ଭିତର ବେଢାର ପ୍ରାଚୀର ପାର୍ଶ୍ଵରେ ରହିଛି ନବଗ୍ରହ ମନ୍ଦିର। ଯେହେତୁ କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କ ପ୍ରାକଟ୍ୟ ଲୀଳା ଅନୁଷ୍ଠିତ ହୁଏ, ତେଣୁ ଓଲଟା କ୍ରମେ ଏଠାରେ ନବଗ୍ରହ ସ୍ଥାପିତ ହୋଇଛନ୍ତି। ଯେଉଁ କ୍ରମରେ ବିଭିନ୍ନ ମନ୍ଦିରରେ ଆମେ ସୂର୍ଯ୍ୟଙ୍କଠାରୁ ଆରମ୍ଭ କରି କେତୁଙ୍କ ପର୍ଯ୍ୟନ୍ତ ଗ୍ରହ ଗଣନା କରି ଉପସନା କରୁ ତାହାର ଠିକ ଓଲଟା କ୍ରମ ଏଠାରେ ଦେଖିବାକୁ ମିଳେ।

ମକର ଚଉରାଶି କାହିଁକି ?

ଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର। ଏଣୁ ସେ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଜନ୍ତୁଙ୍କ ପାଳକ। ଏଣୁ ସେହି ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ୮୪ ପ୍ରକାର ବ୍ୟଞ୍ଜନ ପ୍ରସାଦ ଲାଗି ହୁଏ। ଯାହାକୁ ମକର ଚଉରାଶି ଭୋଗ କୁହାଯାଏ। ମକର ଚାଉଳ ବା ଅପକ୍ୱ ଅରୁଆ ଚାଉଳରେ ବିଭିନ୍ନ ସୁମିଷ୍ଟ ଦ୍ରବ୍ୟ ମିଶାଇ ଅନ୍ନବଳି ଭାବେ ମହାପ୍ରଭୁଙ୍କ ପାଖରେ ଦିଗପାଳମାନଙ୍କୁ ସମର୍ପଣ କରାଯାଏ। ଏହା ବ୍ୟତୀତ ମହାପ୍ରଭୁଙ୍କ ପାଖେ ଲାଗି ହେଉଥିବା ୮୪ ପ୍ରକାର ବ୍ୟଞ୍ଜନର ନାଁ ଜାଣିବାକୁ ଚାହୁଁଛନ୍ତି କି। ତେବେ ପଢନ୍ତୁ।

ସେହି ଭୋଗ ଦ୍ରବ୍ୟର ନା ହେଲା :-
୧: ଜଗନ୍ନାଥ ବଲ୍ଲଭ
୨: ଖଜା
୩: ଗଜା
୪: ଶୁକ୍ଳ ଫେଣି
୫: ମିଠା ଫେଣି
୬: ଲୁଣି ଖୁରୁମା
୭: ମିଠା ଖୁରୁମା
୮: ବଡ଼ପୁରୀ
୯: ସାନପୁରୀ
୧୦: କାକତୁଆ ଝିଲି
୧୧: ବଡନାଡୀ
୧୨: ସାନନାଡୀ
୧୩: କାକରା
୧୪: ହଂସକେଳି
୧୫: ଚନ୍ଦ୍ରକାନ୍ତି
୧୬: ବଡା
୧୭: ନାନମାନ
୧୮: ବସନ୍ତ ଆରିସା
୧୯: ପାଗ ଆରିସା
୨୦: ମରିଚ ଲଡୁ
୨୧: ବଡ କ୍ଷୀରିସା
୨୨: କଦମ୍ବା
୨୩: ମେଣ୍ଢା ମୁଣ୍ଡିଆ ଖେଚୁଡ଼ି
୨୪: ନେତ୍ରପୁରୀ
୨୫: ମଗଜ ଲଡୁ
୨୬: ଅମାଲୁ
୨୭: ଡାଳିମ୍ବ
୨୮: ମନୋହର
୨୯: ସରଭଜା
୩୦: ପରିଜାତକ
୩୧: ମାଣ୍ଡୁଅ
୩୨: ବଲ୍ଲଭ କୋରା
୩୩: ଗୋପାଳ ବଲ୍ଲଭ
୩୪: ଅମୃତ ରସାବଳୀ
୩୫: ସୁଆରୀ
୩୬: ଚଢେଇନଦା
୩୭: ବଡକାନ୍ତି
୩୮: ମାଠପୁଳି
୩୯: ଗଗୁଡି
୪୦: ନଡ଼ିଆ ଖୁରି
୪୧: ବୁନ୍ଦିଆ ଖିରି
୪୨: ଟାକୁଆ
୪୩: ପଣା
୪୪: ମହାଦେଇ ଖେଚୁଡ଼ି
୪୫: ମହନଭୋଗ
୪୬: ଜେନାମଣି
୪୭: ସୁଜିଗଜା
୪୮: ବଳିବମାନ ମୁଗ
୪୯: ସୁଆର ପିଠା/ପୋଡା ପିଠା
୫୦: ମାଖନ
୫୧: ଖଳି ରୁଟି
୫୨: କନିକା
୫୩: ସାଧାଅନ୍ନ
୫୪: ଡାଲି
୫୫: ବେସର
୫୬: ପାୟସ
୫୭: ପୁରଏଣ୍ଡୁରି
୫୮: ଅଡାପାକନ
୫୯: ଖୁଆମଣ୍ଡା
୬୦: ଖାଇରଚୁଳ
୬୧: ଲଷ୍ମୀବିଳାସ

୬୨: ଘିଅନ୍ନ
୬୩: ଅନ୍ନ ରସାବଳୀ
୬୪: ଲଡୁ
୬୫: ନଡ଼ିଆ କେଳି
୬୬: ଖାଇର ଚୁଳିଆ
୬୭: ମୋତିଚୁଳ
୬୮: ଧନୁସଂକ୍ରାନ୍ତି ପିଠା
୬୯: ପନସୁଆ ଲଡୁ
୭୦: ସରକୁମ୍ପା
୭୧: ଅରଖଫୁଲ
୭୨: କଡମ୍ବା
୭୩: ଖେଇମଣ୍ଡା
୭୪: ଚେନାପିଠା
୭୫: ଶ୍ରୀହସ୍ତକୋରା
୭୬: ରାଧାବଲ୍ଲଭି
୭୭: ସାଧା ଏଣ୍ଡୁରି
୭୮: ଚୁଲିଆକୂପଡ
୭୯: ଗଇଁଠା
୮୦: ଯେଉଟ
୮୧: କାନଫୁଲି
୮୨: ମେଣ୍ଢାସିଙ୍ଗିଆ
୮୩: ଖଣ୍ଡମଣ୍ଡା
୮୪: କାନ୍ତି

Related story