ଭୁବନେଶ୍ୱରରୁ ସିଧାସଳଖ ସାରଜାହକୁ ଉଡ଼ିବ ବିମାନ

ଭୁବନେଶ୍ୱର: ବିଦେଶକୁ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଭୁବନେଶ୍ୱରରୁ ସିଧାସଳଖ ସାରଜାହକୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛି ସ୍ପାଇସ୍‌ଜେଟ୍। ଏହାସହ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ମଧ୍ୟ ଉଡ଼ାଣ କରିବ ଏହି ବିମାନ। ଏବେ ସପ୍ତାହକୁ ୫ ଥର ଭୁବନେଶ୍ୱରରୁ ସିଧାସଳଖ ମାଲେସିଆର କୁଆଲାଲୁମ୍ପୁରକୁ ବିମାନ ଚଳାଚଳ କରୁଛି।  ସ୍ପାଇସଜେଟ୍‌ ଏହି ବିମାନ ଉଡ଼ିଲେ ଓଡ଼ିଶାରୁ ମଧ୍ୟପ୍ରାଚ୍ୟ ତଥା ୟୁରୋପ ଓ ଆମେରିକାକୁ ଯାତ୍ରା ସୁବିଧା ହୋଇପାରିବ। ପୂର୍ବରୁ ଦକ୍ଷିଣ ଏସିଆର କୁଆଲାଲୁମ୍ପୁରକୁ ବିମାନ […]

spicejet

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 01:06 PM IST

ଭୁବନେଶ୍ୱର: ବିଦେଶକୁ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଭୁବନେଶ୍ୱରରୁ ସିଧାସଳଖ ସାରଜାହକୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛି ସ୍ପାଇସ୍‌ଜେଟ୍। ଏହାସହ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ମଧ୍ୟ ଉଡ଼ାଣ କରିବ ଏହି ବିମାନ। ଏବେ ସପ୍ତାହକୁ ୫ ଥର ଭୁବନେଶ୍ୱରରୁ ସିଧାସଳଖ ମାଲେସିଆର କୁଆଲାଲୁମ୍ପୁରକୁ ବିମାନ ଚଳାଚଳ କରୁଛି।  ସ୍ପାଇସଜେଟ୍‌ ଏହି ବିମାନ ଉଡ଼ିଲେ ଓଡ଼ିଶାରୁ ମଧ୍ୟପ୍ରାଚ୍ୟ ତଥା ୟୁରୋପ ଓ ଆମେରିକାକୁ ଯାତ୍ରା ସୁବିଧା ହୋଇପାରିବ।

ପୂର୍ବରୁ ଦକ୍ଷିଣ ଏସିଆର କୁଆଲାଲୁମ୍ପୁରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟପ୍ରାଚ୍ୟକୁ ଆରମ୍ଭ ହେଉଥିବା ସେବା ନିଶ୍ଚିତ ଭାବେ ପର୍ଯ୍ୟଟକ ଓ ସାଧାରଣ ଯାତ୍ରୀଙ୍କ ପାଇଁ ଉପଯୋଗୀ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି। ଓଡ଼ିଶାରୁ ଅନେକ ଯାତ୍ରୀ ମୁମ୍ବାଇ ଓ ନୂଆଦିଲ୍ଲୀ ବିମାନବନ୍ଦରରୁ ଦୁବାଇ, କତାର, ସାରଜାହ ପ୍ରଭୃତି ଅଞ୍ଚଳକୁ ଯାତ୍ରା କରୁଛନ୍ତି। କଷ୍ଟମ୍ ଓ ଇମିଗ୍ରେସନକୁ ନେଇ ସେମାନଙ୍କୁ ଦୀର୍ଘ ସମୟ ଅଟକି ହଇରାଣ ହେବାକୁ ପଡୁଛି।

ତେଣୁ ସ୍ପାଇସଜେଟ୍‌ର ଏହି ସିଧାସଳଖ ବିମାନ ସେବାକୁ ଉଭୟ ଯାତ୍ରୀ ଓ ଟ୍ରାଭେଲ୍ ଏଜେଣ୍ଟମାନେ ଅପେକ୍ଷା କରି ରହିଛନ୍ତି। ଏପଟେ ଏୟାର ଏସିଆ ମଧ୍ୟ ଭୁବନେଶ୍ୱରରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏୟାର ଏସିଆର ବିମାନ ବେଙ୍ଗାଲୁରୁ ଓ କୋଲକାତା ସହ ଭୁବନେଶ୍ୱର ବିମାନ ଯାତ୍ରୀଙ୍କୁ ଯୋଡ଼ିବ।

ବର୍ତ୍ତମାନ ଭୁବନେଶ୍ୱରରୁ ପ୍ରତିଦିନ ୨୮ଟି ବିମାନ ୧୦ଟି ବିଭିନ୍ନ ସହରକୁ ଯାତ୍ରା କରୁଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ, ଗୋ ଏୟାର, ଭିସ୍ତାରା ଓ ଏୟାର ଏସିଆ ପ୍ରଭୃତି ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ପ୍ରଦାନ କରୁଛନ୍ତି।

Related story