ପପୁଙ୍କ ବିରୋଧରେ ମାନହାନି ଚେତାବନୀ ଦେଲେ ଦୂତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନେଇ ବଢ଼ୁଛି ବିବାଦ। ନିଜର ଅପକମିଂ ଫିଲ୍ମ ‘ମିଷ୍ଟର୍ କହ୍ନେୟା’ର ପୋଷ୍ଟରକୁ ନେଇ ଅଡ଼ୁଆ ବଢ଼ୁଥିବା ବେଳେ ଏବେ ପୁଣି ଥରେ ଆଥଲେଟ୍‌ ଦୂତିଚାନ୍ଦ ପପୁଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଏମିତିକି ପପୁଙ୍କ ବିରୋଧରେ ମାନହାନି ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି। ଦୂତି ନିଜ ଫେସବୁକ୍‌ରେ ଲେଖିଛନ୍ତି ଯେ, “ମତେ ବହୁତ ଖରାପ ଲାଗୁଛି। ମୁଁ କେବେ ବି ପପୁ ଭାଇଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାଇ ନାହିଁ। […]

p-865

Tapas Behera
  • Published: Tuesday, 20 August 2019
  • , Updated: 20 August 2019, 04:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନେଇ ବଢ଼ୁଛି ବିବାଦ। ନିଜର ଅପକମିଂ ଫିଲ୍ମ 'ମିଷ୍ଟର୍ କହ୍ନେୟା'ର ପୋଷ୍ଟରକୁ ନେଇ ଅଡ଼ୁଆ ବଢ଼ୁଥିବା ବେଳେ ଏବେ ପୁଣି ଥରେ ଆଥଲେଟ୍‌ ଦୂତିଚାନ୍ଦ ପପୁଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଏମିତିକି ପପୁଙ୍କ ବିରୋଧରେ ମାନହାନି ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି। ଦୂତି ନିଜ ଫେସବୁକ୍‌ରେ ଲେଖିଛନ୍ତି ଯେ, "ମତେ ବହୁତ ଖରାପ ଲାଗୁଛି। ମୁଁ କେବେ ବି ପପୁ ଭାଇଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାଇ ନାହିଁ। ମୋ ପରିବାର ବିଷୟରେ ନଜାଣି କାହିଁକି ଏମିତି ଖରାପ କରି କହିଲ" ବୋଲି ଦୂତି ପ୍ରଶ୍ନ କରିଛନ୍ତି। "ଏବେ ମୁଁ ମୋର ବ୍ୟକ୍ତିଗତ ହିସାବରେ ଯାହା କରିବାର ହେବ ମୁଁ କରିବି। ମୁଁ ଏବେ ଆଇନ୍‌ର ସହାୟତା ନେବି। ମତେ ଆପଣ ସର୍ବସମ୍ମୁଖରେ ଲଜ୍ଜିତ କରିଛନ୍ତି। ମତେ ମାନିସିକ ଭାବେ ହାରାସ୍‌ କରିଛନ୍ତି। ମୁଁ ଆପଣଙ୍କ ଉପରେ ମାନହାନି ମକଦ୍ଦମା କରିବି" ବୋଲି ଦୂତି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଲେଖିଛନ୍ତି।

କିନ୍ତୁ ପପୁ କହିଥିବା କେଉଁ କଥା ତାଙ୍କୁ ଆଘାତ ଦେଇଛି, ସେ ସମ୍ପର୍କରେ ଦୂତି ଏହି ପୋଷ୍ଟରେ ଉଲ୍ଲେଖ କରିନାହାନ୍ତି। ତେବେ ଗୋଟିଏ ସୂତ୍ର ଅନୁସାରେ, ପପୁ କୁଆଡ଼େ ଦୂତିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କେତେକ 'ଆପତ୍ତିଜନକ ଟିପ୍ପଣୀ' ଦେଇଥିଲେ ଏବଂ ଏହାର ଅଡିଓ ବିଭିନ୍ନ ମହଲରେ ପ୍ରସାରିତ ହୋଇଛି।

ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରେ ଦୂତିଙ୍କ ସହ ଅନେକ ସାମାଜିକ କର୍ମୀ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ଦୂତି ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ପପୁ ଓ ‘ମିଷ୍ଟର କହ୍ନେୟା’ର ପ୍ରଯୋଜକଙ୍କ ବିରୋଧରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ମଧ୍ୟ ଅଭିଯୋଗ କରିଥିଲେ।

Related story