ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ଦୌଡ଼ ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ସମ୍ପର୍କକୁ ନେଇ ପୂର୍ବରୁ ଲାଇମଲାଇଟ୍‌ରେ ଥିବା ଦୂତୀ ଏଥର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଯିଏ ମୋ ସମ୍ପର୍କକୁ ନେଇ ବିରୋଧ କରୁଥିଲେ ଏବେ ସିଏ ନିଜେ ସେଇ ସମଲିଙ୍ଗୀ ସମ୍ପର୍କରେ ପଡ଼ିଛନ୍ତି। ଆଉ କେହି ନୁହେଁ, ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ନାଁରେ ଆଣିଛନ୍ତି ଏମିତି ଅଭିଯୋଗ। ଦୂତୀ କହିଛନ୍ତି ଯେ, ମୋ ବାନ୍ଧବୀଙ୍କ ସହ ମୋର ଦୀର୍ଘ ଦିନ […]

dutee-1

Tapas Behera
  • Published: Saturday, 11 July 2020
  • , Updated: 11 July 2020, 06:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ ଦୌଡ଼ ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ସମ୍ପର୍କକୁ ନେଇ ପୂର୍ବରୁ ଲାଇମଲାଇଟ୍‌ରେ ଥିବା ଦୂତୀ ଏଥର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଯିଏ ମୋ ସମ୍ପର୍କକୁ ନେଇ ବିରୋଧ କରୁଥିଲେ ଏବେ ସିଏ ନିଜେ ସେଇ ସମଲିଙ୍ଗୀ ସମ୍ପର୍କରେ ପଡ଼ିଛନ୍ତି। ଆଉ କେହି ନୁହେଁ, ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ନାଁରେ ଆଣିଛନ୍ତି ଏମିତି ଅଭିଯୋଗ।

ଦୂତୀ କହିଛନ୍ତି ଯେ, ମୋ ବାନ୍ଧବୀଙ୍କ ସହ ମୋର ଦୀର୍ଘ ଦିନ ଧରି ସମ୍ପର୍କ ରହିଛି। ଏ ବିଷୟରେ ମୁଁ ପବ୍ଲିକ୍‌ରେ ପ୍ରକାଶ କରିସାରିଛି। ଏଥିରେ ମୋ’ ଘର ଲୋକଙ୍କ ସମର୍ଥନ ଥିଲା। ହେଲେ ମୋ’ ଭଉଣୀ ସମର୍ଥନ କରୁନଥିଲେ। ନିଜ ସ୍ୱାର୍ଥ ପାଇଁ ସେ ଆମ ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ। ସେ ଯେଉଁ ଟଙ୍କା ଦାବି କରୁଥିଲେ, ମୁଁ ତାହା ଦେଉନଥିଲି। ତା’ ପରେ ସେ ମୋତେ ଲୋକଲୋଚନକୁ ଆଣି ସାରା ଦୁନିଆରେ ଲଜ୍ଜିତ କଲେ। ତଥାପି ମୁଁ ତାକୁ ସହିଲି। ସବୁକିଛି ଠିକ୍‌ଠାକ୍‌ ଥିଲା। ତଥାପି ମୋ’ ଭଉଣୀ ମୋତେ ଧମକଚମକ ଦେଲେ। ସୋଶାଲ୍‌ ମିଡିଆରେ ଅପମାନ ବି କଲେ। ତେବେ ମୋ’ ଭଉଣୀ ବିବାହ ନକରି କାହିଁକି ଏତେ ଦିନ ଧରି ରହୁଛନ୍ତି? ତାହା ଜାଣିବା ପାଇଁ ମୁଁ ଚେଷ୍ଟା କଲି। ପରେ ଜାଣିଲି ଆମ ଘରେ ଯେଉଁ ଝିଅଟି ରହୁଥିଲା, ସେ ହେଉଛି ମୋ’ ଭଉଣୀର ବାନ୍ଧବୀ। ଆଉ ନିଜର ଛାତ୍ରୀ ବୋଲି କହି ଆମ ଘରେ ସେ ରହୁଥିଲେ। ମୋତେ ଏବିଷରେ ଗାଁ ଲୋକେ କହିଲେ। ଏହାର ପ୍ରମାଣ ମଧ୍ୟ ମୋ’ ପାଖରେ ଅଛି। ତେବେ ମୁଁ ମଧ୍ୟ ତାଙ୍କ ସମ୍ପର୍କକୁ ବିରୋଧ କରୁନାହିଁ। ହେଲେ ସେ ମୋତେ କାହିଁକି ଘରେ ପୂରାଇ ଦେଉ ନାହାନ୍ତି ? ମୋ ବାପାମାଙ୍କଠାରୁ ମୋତେ କାହିଁକି ଦୂରେଇ ରଖିଛନ୍ତି ବୋଲି ଦୂତୀ ପ୍ରଶ୍ନ କରିଛନ୍ତି।

https://youtu.be/u9Tg4wXLR4E

ସୂଚନାଯୋଗ୍ୟ, ଗତ ବର୍ଷ ଦୂତୀ ସମଲିଙ୍ଗୀ ସମ୍ପର୍କ (ସେମ୍ ସେକ୍ସ ରିଲେସନଶିପ୍)କୁ ନେଇ ମୁହଁ ଖୋଲିଥିଲେ। ଦୂତୀ ତାଙ୍କ ଗାଁ ଚକ୍ର ଗୋପାଳପୁର (ଯାଜପୁର ଜିଲ୍ଲାରେ)ର ଜଣେ ଝିଅ ସହ ସଂପର୍କରେ ଥିବା କଥା କହିଥିଲେ। ସେ ତାଙ୍କୁ ହିଁ ବିବାହ କରିବେ ବୋଲି ଦୃଢ଼ଦାର ସହ କହିଥିଲେ। ଯେବେ ବିବାହ କରିବେ, ସମସ୍ତଙ୍କୁ ନିମନ୍ତ୍ରଣ ଦେବେ ବୋଲି ସ୍ପଷ୍ଟ ଭାବେ କହିଥିଲେ। ତେବେ ଦୂତୀ ନିଜ ପାର୍ଟନରଙ୍କ ନାଁ ପ୍ରକାଶ କରିନଥିଲେ।

ତାଙ୍କର ଏହି ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି  ତାଙ୍କ ବଡ଼ ଭଉଣୀ ଓ ମା' ଗୁରୁତର ଅଭିଯୋଗ ଆଣିଥିଲେ। ବଡ଼ ଭଉଣୀ ସରସ୍ୱତୀ କହିଥିଲେ ଯେ ଦୂତୀଙ୍କ ଟଙ୍କା ହଡ଼ପ ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର।

Related story