ଦୋକାନରେ ଅଯଥା ଗହଳି ନକରିବାକୁ ଅପିଲ୍ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେବ। ରାଜ୍ୟ ସରକାରଙ୍କ ଘୋଷଣା ପରେ ବିଭିନ୍ନ ଗ୍ରୋସରୀ ଦୋକାନରେ ଗହଳି ଜମିବାରେ ଲାଗିଛି। ଏପରି ଗହଳି ନକରିବାକୁ ଅପିଲ୍‌ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ସେ କହିଛନ୍ତି-“ଲକ୍‌ଡାଉନ୍‌ ସମୟରେ ଅଧିକ ସାମଗ୍ରୀ କିଣିବା ପାଇଁ ବ୍ୟଗ୍ର ହୁଅନ୍ତୁନି। ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ପାଇଁ […]

Pradeep Jena

Manoranjan Sial
  • Published: Monday, 03 May 2021
  • , Updated: 03 May 2021, 10:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେବ। ରାଜ୍ୟ ସରକାରଙ୍କ ଘୋଷଣା ପରେ ବିଭିନ୍ନ ଗ୍ରୋସରୀ ଦୋକାନରେ ଗହଳି ଜମିବାରେ ଲାଗିଛି। ଏପରି ଗହଳି ନକରିବାକୁ ଅପିଲ୍‌ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା।

ସେ କହିଛନ୍ତି-“ଲକ୍‌ଡାଉନ୍‌ ସମୟରେ ଅଧିକ ସାମଗ୍ରୀ କିଣିବା ପାଇଁ ବ୍ୟଗ୍ର ହୁଅନ୍ତୁନି। ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ପାଇଁ କୌଣସି ଅସୁବିଧା ହେବନି। ସୋମବାରଠାରୁ ଶୁକ୍ରବାର ସକାଳ ୬ଟାରୁ ୧୨ଟା ଯାଏ ଦୋକାନ ଖୋଲା ରହିବ। ଗ୍ରୋସେରୀ, ମାଛ, ଖାଦ୍ୟ ଓ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ। କେବଳ ଶନିବାର ଓ ରବିବାର ଦୋକାନ ବନ୍ଦ ରହିବ। ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ସାମଗ୍ରୀ ମହଜୁଦ ଅଛି।”

ସୂଚନାରୁ ପ୍ରକାଶ, ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ହେବ। କିନ୍ତୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଏହା ସତ୍ତ୍ୱେ ଲୋକମାନେ ଭୟଭୀତ ହୋଇ ଗ୍ରୋସରୀ କିଣିବା ପାଇଁ ବିଭିନ୍ନ ଦୋକାନରେ ଗହଳି ଲଗାଉଛନ୍ତି। ଏପରିକି ଗ୍ରୋସରୀ କିଣିବା ପାଇଁ ଘଣ୍ଟାଘଣ୍ଟା ଧରି ଖରାରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି। ସେଠାରେ ସେମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଅଭିଯୋଗ ହେଉଛି। ଏପରିସ୍ଥିତି କରୋନା ନିୟନ୍ତ୍ରଣ ହେବା ପରିବର୍ତ୍ତେ ବ୍ୟାପିବାର ଆଶଙ୍କା ରହିଛି। ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଛି।

ବ୍ୟାପକ ସଚେତାନତା ସତ୍ତ୍ୱେ ଗତ ୨୪ ଘଣ୍ଟା ଭିତରେ ୮,୯୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୫,୦୮୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩,୮୩୩ଟି ଲୋକାଲ୍ କେସ୍‌। ସେହିପରି କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୫୯୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁରରୁ ୫୨୦, ବରଗଡ଼ରୁ ୪୫୨, ନବରଙ୍ଗପୁରରୁ ୪୩୩, ଭଦ୍ରକରୁ ୩୫୧, ଅନୁଗୋଳରୁ ୩୩୧, ଝାରସୁଗୁଡ଼ାରୁ ୩୦୪, ବଲାଙ୍ଗିରରୁ ୨୯୧, ନୂଆପଡ଼ାରୁ ୨୭୮, ଗଞ୍ଜାମରୁ ୨୬୨, କଳାହାଣ୍ଡିରୁ ୨୩୬ ଓ ଯାଜପୁରରୁ ୨୩୨ ଜଣ ଚିହ୍ନଟ ହୋଇଛନ୍ତି।

Related story