ଶ୍ରୀଲଙ୍କାରେ ଓଡ଼ିଆ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା: ମୃତଦେହ ଗ୍ରହଣ କଲେନି ପରିବାରବର୍ଗ

ଭୁବନେଶ୍ୱର: ଗତ ଏପ୍ରିଲ ୨୪ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଯାଜପୁର ଜିଲ୍ଲା ବରୀ ନିକଟ ସାହୁପଡାର ଇଞ୍ଜିନିୟର ବିକାଶ ମହାନ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଜି ତାଙ୍କର ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ପରେ ସେଠାରୁ ତାଙ୍କ ଗାଁକୁ ଶବକୁ ପଠାଯାଇଥିଲା। କିନ୍ତୁ ସେ ଯେଉଁ କମ୍ପାନୀରେ କାର୍ଯ୍ୟ କରୁଥିଲେ ସେହି କମ୍ପାନୀ କର୍ତ୍ତୃପକ୍ଷ ମୃତ୍ୟୁର କାରଣ ସ୍ପଷ୍ଟ କରି ନ ଥିବାରୁ ପରିବାର ଲୋକେ ଶବକୁ ଗ୍ରହଣ କରି ନ ଥିଲେ। ଏହାସହ ବିକାଶଙ୍କ […]

deadbody

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 04:14 PM IST

ଭୁବନେଶ୍ୱର: ଗତ ଏପ୍ରିଲ ୨୪ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଯାଜପୁର ଜିଲ୍ଲା ବରୀ ନିକଟ ସାହୁପଡାର ଇଞ୍ଜିନିୟର ବିକାଶ ମହାନ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଜି ତାଙ୍କର ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ପରେ ସେଠାରୁ ତାଙ୍କ ଗାଁକୁ ଶବକୁ ପଠାଯାଇଥିଲା। କିନ୍ତୁ ସେ ଯେଉଁ କମ୍ପାନୀରେ କାର୍ଯ୍ୟ କରୁଥିଲେ ସେହି କମ୍ପାନୀ କର୍ତ୍ତୃପକ୍ଷ ମୃତ୍ୟୁର କାରଣ ସ୍ପଷ୍ଟ କରି ନ ଥିବାରୁ ପରିବାର ଲୋକେ ଶବକୁ ଗ୍ରହଣ କରି ନ ଥିଲେ। ଏହାସହ ବିକାଶଙ୍କ ସବୁ ଡକ୍ୟୁମେଣ୍ଟ ଓ ଦରମା ଅର୍ଥ ଦାବି କରିଛନ୍ତି ତାଙ୍କ ପରିବାରବର୍ଗ। ଏହାକୁ ନେଇ ଏୟାର ଇଣ୍ଡିଆ ବିମାନ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦ୍ୱନ୍ଦ୍ୱରେ ପଡିଛି।

ଅନ୍ୟପକ୍ଷରେ ଠିକଣାରେ ତ୍ରୁଟି ଥିବାରୁ ଭୁବନେଶ୍ୱର କାର୍ଗୋ ହବ୍‌ରେ ବେଶ କିଛି ସମୟ ପଡି ରହିଥିଲା ବିକାଶଙ୍କ କଫିନ୍।

ଏୟାର ଇଣ୍ଡିଆ ବିମାନ ଯୋଗେ ଶ୍ରୀଲଙ୍କାର କଲମ୍ବୋରୁ ନୂଆଦିଲ୍ଲୀ ଦେଇ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। କଫିନ୍‌ ହସ୍ତାନ୍ତର ପାଇଁ କାଗଜପତ୍ରରେ ଠିକଣା ଜୟପୁର କଲେକ୍ଟରେଟ୍‌ ସବଇନ୍ସପେକ୍ଟର ଭଜହରି ମିଶ୍ରଙ୍କ ନାଁ ରହିଥିଲା। ଶବ ନେବାକୁ ଉପରୋକ୍ତ ଠିକଣାରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଶବ ସେଠାକାର ନୁହେଁ ବୋଲି ଜଣାପଡିଥିଲା। ଏହାପରେ ପୁନଃବାର ବିକାଶଙ୍କ ଠିକଣା ଖୋଜା ପଡିଥିଲା। ଅନୁଧ୍ୟାନରୁ ଜଣା ପଡିଥିଲା ଯେ ବିକାଶଙ୍କ ଘର ଯାଜପୁର ଜିଲ୍ଲା ବରୀ ନିକଟ ସାହୁପଡା ଗାଁରେ। ଏହାପରେ ଯାଜପୁର ଜିଲ୍ଲା ବରୀ ତହସିଲଦାରଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ ନେତୃତ୍ୱରେ ଏକ ଟିମ୍‌ ଭୁବନେଶ୍ୱର ବିମାନବନ୍ଦରରୁ ଶବ ସଂଗ୍ରହ କରିଥିଲେ।

Related story