ଏପଟେ ବୈଠକ, ସେପଟେ ବଦଳି

ପୁରୀ/ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତାରାତି ନିଷ୍ପତ୍ତି। ବଦଳିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ଜେନାଙ୍କ ସ୍ଥାନରେ ମନ୍ଦିର ଦାୟିତ୍ୱ ଏଣିକି ବୁଝିବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ୍ତ ମହାପାତ୍ର। ସେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ହେଲେ ଏଥରର ନିଷ୍ପତ୍ତି ହଠାତ୍‌ ହୋଇଛି। ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବା ପରେ ସେବାୟତଙ୍କ ଚିନ୍ତା ବଢିଥିବା ବେଳେ ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ […]

mukhia1

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 10:46 PM IST

ପୁରୀ/ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତାରାତି ନିଷ୍ପତ୍ତି। ବଦଳିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ଜେନାଙ୍କ ସ୍ଥାନରେ ମନ୍ଦିର ଦାୟିତ୍ୱ ଏଣିକି ବୁଝିବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ୍ତ ମହାପାତ୍ର। ସେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ହେଲେ ଏଥରର ନିଷ୍ପତ୍ତି ହଠାତ୍‌ ହୋଇଛି।

ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବା ପରେ ସେବାୟତଙ୍କ ଚିନ୍ତା ବଢିଥିବା ବେଳେ ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ଛତିଶାନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସହ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଅଧ୍ୟକ୍ଷତା କରୁଥିଲେ। ଏତିକି ବେଳେ ହଠାତ୍‌ ବଦଳି ନିଷ୍ପତ୍ତି ଗଣମାଧ୍ୟମରେ ବାଜିଥିଲା। ବୈଠକରେ ବସିଥିବା ପ୍ରଦୀପ ବୋଧହୁଏ ନିଜ ବଦଳି ସମ୍ପର୍କରେ କିଛି ଜାଣି ନ ଥିବେ।

ସୂଚନାଯୋଗ୍ୟ, ପ୍ରଦୀପ୍ତ ବର୍ତ୍ତମାନ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଏମିତି ଅତର୍କିତ ବଦଳି କ’ଣ ପାଇଁ ସେନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ। ଏଣେ ଏହି ଘଟଣାରେ ୩ୟ ମହଲାର ସମ୍ପୃକ୍ତି ନେଇ ମଧ୍ୟ କଥା ଉଠିଲାଣି।

Related story