ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପତ୍ତି ଯାଞ୍ଚ ନିୟମକୁ ଫୁ: ୩୩ ବର୍ଷ ହେଲା କାହିଁକି ଖୋଲା ଯାଇନଥିଲା

Ordigital Desk
  • Published: Tuesday, 05 June 2018
  • , Updated: 05 June 2018, 09:08 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କିଏ ରଖିବେ? ସମ୍ପତ୍ତି କିଏ ଯାଞ୍ଚ କରିବେ? ସେଇପାଇଁ ରହିଛି ସ୍ୱତନ୍ତ୍ର ଆଇନ। ୧୯୬୦ ମସିହା ଜଗନ୍ନାଥ ଟେମ୍ପଲ୍ ରୁଲ୍ସରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ପ୍ରତି ୬ ମାସରେ ଥରେ ଏହାର ଯାଞ୍ଚ ହେବ। ହେଲେ ଏଠି ପ୍ରଶ୍ନ ଉଠୁଛି, ୧୯୮୫ ମସିହା ପରଠାରୁ ଏହି ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାରେ କାହିଁକି ଅବହେଳା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ?</p> <p>&lt;a href=&quot;&quot;&gt;(image) &lt;/a&gt;ଭଣ୍ଡାର ଘର ଚାବି କିଏ ରଖିବ, ସମ୍ପତ୍ତି ତାଲିକା କେମିତି ହେବ ଓ କେଉଁମାନେ ଏହାର ଦାୟିତ୍ୱରେ ରହିବେ ତାହା ଜଗନ୍ନାଥ ଟେମ୍ପଲ୍ ରୁଲ୍ସରେ ରହିଛି। ରତ୍ନ ଭଣ୍ଡାରରେ ଥିବା ସମସ୍ତ ସମ୍ପତ୍ତିକୁ ୩ ପ୍ରକାରେ ତାଲିକାଭୁକ୍ତ କରାଯାଇଛି। ପ୍ରଥମଟି ହେଉଛି ଆଦୌ ବ୍ୟବହୃତ ହେଉନଥିବା ଧନରତ୍ନ, ଦ୍ୱିତୀୟଟି ପର୍ବ ପର୍ବଣ ସମୟରେ ବ୍ୟବହୃତ ଅଳଙ୍କାର ଓ ତୃତୀୟଟି ଦୈନନ୍ଦିନ ନୀତିକାନ୍ତି ପାଇଁ ଠାକୁରଙ୍କୁ ଲାଗି ହେଉଥିବା ଅଳଙ୍କାର ଏବଂ ସାମଗ୍ରୀ ଇତ୍ୟାଦି। ଏ ସମସ୍ତ ଧନରତ୍ନ ଶ୍ରୀମନ୍ଦିର ପ୍ରଶାସକ, ଦୁଇଜଣ ପରିଚାଳନା କମିଟି ସଦସ୍ୟ, ଜିଲ୍ଲାପାଳ, ଏସପି ଓ ଗଜପତି କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଯାଞ୍ଚ କରାଯିବ। ୧୯୨୬ ମସିହାରେ ପୁରୀ ଗଜପତି ଦେଇଥିବା ସମ୍ପତ୍ତି ତାଲିକା ଯାହା ଜିଲ୍ଲାପାଳଙ୍କ ରେକର୍ଡ଼ ରୁମରେ ରହିଛି, ଯଦି ସେଥିରେ କୌଣସି ବ୍ୟତିକ୍ରମ ଦେଖାଦିଏ ତେବେ ତାହାର ଏକ ପୃଥକ୍ ତାଲିକା କରାଯିବ। ତେଣୁ ୧୯୨୬ ମସିହାରେ ପୁରୀ ଗଜପତି ଦେଇଥିବା ତାଲିକା ଅନୁସାରେ ସମ୍ପତ୍ତି ରତ୍ନ ଭଣ୍ଡାରରେ ଅଛି ତ? ତାହାକୁ ନେଇ ଉଠୁଛି ପ୍ରଶ୍ନବାଚୀ।</p> <p>&lt;a href=&quot;http://odishareporter.in/wp-content/uploads/2018/03/ratna-final-1.jpg&quot;&gt;(image) &lt;/a&gt;ଧନରତ୍ନ କେମିତି ରହିବ ଓ ରତ୍ନଭଣ୍ଡାର ଚାବି କିଏ ରଖିବେ? ସେନେଇ ମଧ୍ୟ ଶ୍ରୀମନ୍ଦିର ଆଇନ୍&zwnj;ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଆଦୌ ବ୍ୟବହାର ହେଉନଥିବା ଅଳଙ୍କାର ସବୁକୁ ଭିତର ଭଣ୍ଡାରରେ ଦୁଇଟି ଜଉ ମୁଦ ତାଲା ପକାଯାଇ ରଖାଯିବ। ଯାହାର ଚାବି ମନ୍ଦିର ପ୍ରଶାସକ ସରକାରୀ ଟ୍ରେଜେରୀରେ ଦାଖଲ କରିବେ। ସେହି ତାଲା କେବଳ ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ଖୋଲାଯିବ। ସେହିଭଳି ପର୍ବପର୍ବାଣୀ ବେଳେ ବ୍ୟବହୃତ ଅଳଙ୍କାରକୁ ଦୁଇଟି ଚାବି ପକାଇ ରଖାଯିବ। ଗୋଟିଏ ଚାବି ମନ୍ଦିର ପ୍ରଶାସକ ଓ ଅନ୍ୟଟି ପାଟ୍ଟଯୋଶୀ ମହାପାତ୍ରଙ୍କ ପାଖରେ ରହିବ। ଆଉ ଦୈନନ୍ଦିନ ନୀତିକାନ୍ତିରେ ଲାଗୁଥିବା ଅଳଙ୍କାର ଘରର ଚାବି ରଖିବେ ଭଣ୍ଡାର ମେକାପ। ତେଣୁ ଆଇନ ଅନୁସାରେ ଗଜପତିଙ୍କ ପାଖରେ ରତ୍ନ ଭଣ୍ଡାରର କୌଣସି ଚାବି ରହିବା କେଉଁଠାରେ ଉଲ୍ଲେଖ ନାହିଁ। ତେଣୁ ରତ୍ନଭଣ୍ଡାର ଚାବି ହଜିବାରେ ଗଜପତିଙ୍କୁ ଅଯଥା ଟଣାନଯାଉ ବୋଲି କହିଛନ୍ତି ବରିଷ୍ଠ ଆଇନ୍&zwnj;ଜୀବୀ ପୀତାମ୍ବର ଆଚାର୍ଯ୍ୟ।<br /> https://youtu.be/W5RQyqztk6Q</p>

Related story