ପୁଣି ଖୋଲିବ ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନଭଣ୍ଡାର: ଥରେ ଶୁଣାଯାଇଥିଲା ଭୟଙ୍କର ଗର୍ଜନ

Ordigital Desk
• Published: Wednesday, 21 March 2018
• , Updated: 21 March 2018, 10:41 PM IST

ପୁରୀ: (ଓଡ଼ିଶା ରିପୋର୍ଟର):୩୪ ବର୍ଷ ପରେ ପୁଣି ଖୋଲିବ ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ଓ ଦୁର୍ଭେଦ୍ୟ ରତ୍ନଭଣ୍ଡାର। ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଜାଣିବା ଜରୁରୀ ବୋଲି ଏଏସ୍ଆଇର ମତ ପରେ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ହୋଇଛି ନିଷ୍ପତ୍ତି । ତେବେ ରତ୍ନ ଭଣ୍ଡାରର ଅଧିକ କୋଠରୀ ଖୋଲିବା ପୂର୍ବରୁ ପ୍ରଥମେ ବରିଷ୍ଠ ସେବାୟତ ଓ ଛତିଶା ନିଯୋଗ ସହ ଆଲୋଚନା କରିବାକୁ ଦିଆଯାଇଛି ପରାମର୍ଶ।  ସେପଟେ ପୂର୍ବରୁ ବହୁଥର ଏହି ଚେଷ୍ଟା ବିଫଳ ହେବା ପରେ ପୁଣି ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ବଢିଛି ଭକ୍ତଙ୍କ ଉତ୍କଣ୍ଠା।

ରହସ୍ୟମୟ  ରତ୍ନଭଣ୍ଡାର

ଶ୍ରୀମନ୍ଦିରର ସବୁଠୁ ରହସ୍ୟମୟ ରତ୍ନଭଣ୍ଡାର କ’ଣ ଓ କେତେ ରତ୍ନ ଅଳଙ୍କାର ରହିଛି ସେ ଭଣ୍ଡାରରେ? ଯାହା କି ଶହ ଶହ ବର୍ଷ ଧରି ଅଜଣା ଓ କୁହେଳିକାପୂର୍ଣ୍ଣ ହୋଇ ରହିଛି । ଏବେ କିନ୍ତୁ ତାକୁ ଖୋଲିବାକୁ ହୋଇଛି ନିଷ୍ପତ୍ତି।  ନାଟମଣ୍ଡପ ମରାମତି ପୂର୍ବରୁ ପ୍ରଥମେ ରତ୍ନଭଣ୍ଡାରର ସ୍ଥିତି ଜାଣିବାକୁ ଚାହିଁଛି ମନ୍ଦିର ପ୍ରଶାସନ ଓ ଏଏସ୍ଆଇ।  ଭଣ୍ଡାର ଘର ଦୁର୍ବଳ ଥିଲେ ପ୍ରଥମେ ତା’ର ମରାମତି ସାରିବା ପରେ ଯାଇ ନାଟମଣ୍ଡପ କାମ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ବଢିଛି ଉଭୟ ଭକ୍ତ ଓ ସେବାୟତଙ୍କ ଉତ୍କଣ୍ଠା । ତେବେ ବରିଷ୍ଠ ସେବାୟତ କହିଛନ୍ତି ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ଛତିଶା ନିଯୋଗ ଓ ପୁରୁଖା ସେବାୟତଙ୍କ ପରାମର୍ଶ ଆବଶ୍ୟକ। .

ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନ ଭଣ୍ଡାର

ବିଶ୍ୱାସ ରହିଛି ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନ ଭଣ୍ଡାରରେ ରହିଛି ମହଣ ମହଣ ସୁନା, ରୂପା, ମୋତି ଓ ମାଣିକ୍ୟ ଭଳି ମୂଲ୍ୟବାନ ଦ୍ରବ୍ୟ । ଯାହାର ଅଳ୍ପ କିଛି ଝଲକ ଶ୍ରୀଜୀଉଙ୍କ ସୁନାବେଶବେଳେ ଦେଖିବାକୁ ମିଳିଥାଏ। ଶ୍ରୀମନ୍ଦିର ମାଦଳାପାଞ୍ଜି କହେ ୧୪୬୪ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମଦେବ କାଞ୍ଚି ଅଭିଯାନ ସାରି ୧୬ଟି ହାତୀରେ ଆଣିଥିବା ନାନାଦି ଅଳଙ୍କାର ଏହି ଭଣ୍ଡାର ଘରେ ରଖିଥିଲେ। ଯାହାକି ଭଣ୍ଡାରର ଅନେକ କୋଠରୀରେ ଗଚ୍ଛିତ ରହିଛି।  ବର୍ତ୍ତମାନ ସୁଦ୍ଧା ଏ ରତ୍ନ ଭଣ୍ଡାରର ମାତ୍ର ୩ଟି କୋଠରୀ ଖୋଲାଯାଇଛି। ଯେଉଁଥିରୁ ପ୍ରଥମ କୋଠରୀରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ବ୍ୟବହାର ହେଉଥିବା ଅଳଙ୍କାର ରହିଥିବାବେଳେ ଦ୍ୱିତୀୟ କୋଠରୀରେ ରହିଛି କିଛି ଅବ୍ୟବହୃତ ଅଳଙ୍କାର । ଆଉ ତୃତୀୟ କୋଠରୀରେ ଅଛି ଶ୍ରୀଜୀଉଙ୍କ ରଘୁନାଥବେଶ ପାଇଁ ବ୍ୟବହୃତ ଅଳଙ୍କାର । ଏପରିକି ୧୯୭୮ ମସିହାରେ ଏହି ସବୁ ଭଣ୍ଡାର ଘର ଖୋଲାଯାଇ ଅଳଙ୍କାର ଗୁଡ଼ିକର ତାଲିକା ମଧ୍ୟ କରାଯାଇଥିଲା।   ହେଲେ ଭୟଙ୍କର ଗର୍ଜନ ଶୁଣାଯିବାରୁ କୌଣସି ଅଘଟଣ ଆଶଙ୍କାରେ ଅଧିକ କୋଠରୀ ଖୋଲିବାକୁ ସାହାସ ହୋଇ ନ ଥିଲା।  ଆଉ ଏବେ ପୁଣି ଥରେ ହୋଇଛି ସେଭଳି ଉଦ୍ୟମ। ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ୱର୍ଣ୍ଣ ଅଳଙ୍କାର ଗଣତି ଓ ଚିହ୍ନଟ ପାଇଁ ମନ୍ଦିର ପରିଚାଳନା ପରିଷଦରେ ପ୍ରସ୍ତାବ ଆସିଥିଲା।  କିନ୍ତୁ ଏହାକୁ ସେବାୟତ ବିରୋଧ କରିଥିଲେ।

Related story