ଶ୍ରୀମନ୍ଦିର ସେବା ନୀତିରେ ସଂସ୍କାର ଆଣାଯିବା ଉଚିତ୍‌ କି ? ଏମିତି କହିଲେ ରାଜନେତା ଓ ସେବାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଦେଇଥିବା ମତକୁ ନେଇ ଏବେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ଚର୍ଚ୍ଚା। ସଂସ୍କାର ପ୍ରସଙ୍ଗକୁ ଭିତ୍ତି କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ମତ ରଖିବାକୁ ମନ୍ଦିର ପ୍ରଶାସନକୁ କହିଛନ୍ତି। ଏପରିକି ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରସଙ୍ଗ ମଧ୍ୟ ଉଠିଛି। ତେବେ ମାନ୍ୟବର ଅଦାଲତଙ୍କ ଏ ନିର୍ଦ୍ଦେଶକୁ ସେବାୟତ ଗୋଷ୍ଠୀ ଓ ଗବେଷକ ମହଲରେ ବିରୋଧ କରାଯାଇଛି। ଖାଲି ସେବାୟତ କିମ୍ବା ଗବେଷକ ନୁହନ୍ତି, ଏ […]

sree

sree

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଦେଇଥିବା ମତକୁ ନେଇ ଏବେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ଚର୍ଚ୍ଚା। ସଂସ୍କାର ପ୍ରସଙ୍ଗକୁ ଭିତ୍ତି କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ମତ ରଖିବାକୁ ମନ୍ଦିର ପ୍ରଶାସନକୁ କହିଛନ୍ତି। ଏପରିକି ବଂଶାନୁକ୍ରମିକ ସେବା ଉଚ୍ଛେଦ ପ୍ରସଙ୍ଗ ମଧ୍ୟ ଉଠିଛି। ତେବେ ମାନ୍ୟବର ଅଦାଲତଙ୍କ ଏ ନିର୍ଦ୍ଦେଶକୁ ସେବାୟତ ଗୋଷ୍ଠୀ ଓ ଗବେଷକ ମହଲରେ ବିରୋଧ କରାଯାଇଛି। ଖାଲି ସେବାୟତ କିମ୍ବା ଗବେଷକ ନୁହନ୍ତି, ଏ ପ୍ରସଙ୍ଗରେ ଏବେ ରାଜନୈତିକ ବ୍ୟକ୍ତି ମଧ୍ୟ ବିବୃତି ଦେବା ଆରମ୍ଭ କରିଛନ୍ତି।

ଆସନ୍ତୁ ଜାଣିବା ଏହି ପ୍ରସଙ୍ଗରେ କିଏ କ’ଣ କହିଛନ୍ତି।

‘ବଂଶାନୁକ୍ରମିକ ସେବା ବନ୍ଦ କରିବା ପ୍ରୟାସକୁ ମୁଁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛି। ଆମ ବାପ, ଜେଜେବାପ ଅମଳରୁ ଆମେ ଏମିତି ସେବା କରି ଆସୁଛୁ। ତେଣୁ ଏହାକୁ ପରିବର୍ତ୍ତନ କରାଗଲେ ମୁଁ ନିଜେ କୋର୍ଟରେ ପକ୍ଷଭୁକ୍ତ ହୋଇ ଆଇନ୍‌ଗତ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ। ଏଭଳି କରାଗଲେ ହିନ୍ଦୁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ।’

ପ୍ରେମାନନ୍ଦ ଦାସମହାପାତ୍ର, ଦଇତାପତି ସେବକ

‘ବଂଶାନୁକ୍ରମିକ ସେବା ସକାଶେ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ସଂସ୍କୃତି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି। ଏଣୁ ଶ୍ରୀମନ୍ଦିରରେ ଏହି ପ୍ରଥା ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ। ମୁଁ ଏହାକୁ ବିରୋଧ କରୁଛି।’

ଦୁର୍ଗା ଦାସମହାପାତ୍ର, ସେବକ

 

‘ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ନେଇ ଦେଇଥିବା ରିପୋର୍ଟ ରାଜ୍ୟ ସରକାରଙ୍କ ଏବେସୁଦ୍ଧା ହସ୍ତଗତ ହୋଇନାହିଁ। କୋର୍ଟ ସମସ୍ତ କଥାକୁ ଭଲରେ ତର୍ଜମା କରିବା ପରେ ଏବେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଯାହାର ଆଲୋଚନା ଓ ତର୍ଜମାର ଆବଶ୍ୟକତା ରହିଛି। ଚୂଡ଼ାନ୍ତ ରାୟ ଆସିବା ପରେ ଆମେ ଏହାକୁ ଭଲରେ ପରଖି କାର୍ଯ୍ୟକାରୀ କରିବୁ। ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ପ୍ରସଙ୍ଗରେ କୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି। କେବଳ ଆଲୋଚନା ବା ତର୍ଜମା ଲାଗି କହିଛନ୍ତି। ଶ୍ରୀମନ୍ଦିର ସଂସ୍କାର ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ସଚେତନ ଅଛନ୍ତି।’

ପ୍ରତାପ ଜେନା, ଆଇନ୍‌ ମନ୍ତ୍ରୀ

‘ଆମ ମନ୍ଦିରରକୁ ଅନ୍ୟ ମନ୍ଦିର ସହ ତୁଳନା କରାଯିବା ଆଦୌ ଉଚିତ୍ ହେବନାହିଁ। ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଦୈନିକ ୧୨୦ ପ୍ରକାର ସେବା ରହିଥିବା ବେଳେ ଅନ୍ୟ କୌଣସି ମନ୍ଦିରରେ ଏଭଳି ପରମ୍ପରା ଦେଖିବାକୁ ମିଳେନାହଁ। ଏଣୁ ବଂଶାନୁକ୍ରମିକ ସେବା ବନ୍ଦ ହେଲେ ଠାକୁର ଉପାସ ରହିଯିବେ। ବଂଶାନୁକ୍ରମିକ ସେବା ନେଇ ଆଇନ୍‌ ରହିଛି। ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଏଭଳି ମତ ରଖିଛନ୍ତି। ଏହାକୁ ନେଇ ଭକ୍ତଙ୍କ ମନରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି।’

ବିଜୟ ମହାପାତ୍ର, ବିଜେପି ନେତା

‘ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଧର୍ମନିରପେକ୍ଷ ଦେବତା। ସାଲବେଗ, ଶ୍ରୀୟା ଚଣ୍ଡାଳୁଣୀ ଏହାର ଜ୍ୱଳନ୍ତ ଉଦାହରଣ। ଯିଏ ମଣିଷ, ସେ ତାଙ୍କର ଭକ୍ତ। ଶ୍ରୀମନ୍ଦିରକୁ ୪ ହଜାର ବର୍ଷ ହେଲାଣି ଅଣହିନ୍ଦୁ ପ୍ରବେଶ ବନ୍ଦ କରାଯାଇଛି। ସେ ପରମ୍ପରାକୁ ଭାଙ୍ଗିବାକୁ କହିବା ମୋ ପକ୍ଷେ ସମ୍ଭବ ନୁହେଁ। ଅଣହିନ୍ଦୁ ପ୍ରବେଶକୁ ବିରୋଧ କରିପାରିବିନି, ହେଲେ ଅଣହିନ୍ଦୁ ପଶନ୍ତୁ ବୋଲି ମଧ୍ୟ କହିପାରିବିନି। ପରମ୍ପରା ଭାଙ୍ଗିଲେ ଯେଉଁ ପ୍ରତିକ୍ରିୟା ହେବ, ସେ ପ୍ରତି ସତର୍କ ରହିବା ଦରକାର।’

ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ

‘ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଏହାର ପରମ୍ପରା ବହୁ ପୁରାତନ। ଶ୍ରୀମନ୍ଦିରର ନୀତିକାନ୍ତି, ସେବାପୂଜା ଅନ୍ୟ କେଉଁଠି ନାହିଁ। ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରର ତୁଳନା ଗ୍ରହଣୀୟ ନୁହେଁ। ଅଣହିନ୍ଦୁ ମନ୍ଦିର ପ୍ରବେଶ ଅଧିକାର ପାଇଲେ ରଥଯାତ୍ରା ବନ୍ଦ ହେବ। ଅଣହିନ୍ଦୁ ପ୍ରବେଶ, ସେବାୟତ ପ୍ରସଙ୍ଗ ବିତର୍କର ସମ୍ଭାବନା ସୃଷ୍ଟି କରିଛି।’

ମହେଶ୍ୱର ମହାନ୍ତି, ରାଜସ୍ୱ ମନ୍ତ୍ରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos