ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା ନେଇ ଭୁବନେଶ୍ୱରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ। ଆସନ୍ତା ୫ ଓ ୬ ତାରିଖରେ ASI ଟିମ୍ ଗର୍ଭଗୃହ ଅନୁଧ୍ୟାନ କରିବେ।
୧୪ ତାରିଖ ସଂଧ୍ୟା ସୁଦ୍ଧା ମରାମତି କାମ ସାରିବାକୁ ASIକୁ ନିର୍ଦ୍ଦେଶ ଦିଆଯାଇଛି।୧୬ ତାରିଖରେ ଜୟବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ। ସେହିପରି ଗର୍ଭଗୃହରେ ଫାଟ ନଥିଲେ ମଧ୍ୟ ଅଭିଯୋଗ ଥିବାରୁ ଅନୁଧ୍ୟାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।