ରାତି ପାହିଲେ ଧନୁ ସଂକ୍ରାନ୍ତି, ପାହାନ୍ତିଆରେ ପହିଲି ଭୋଗ ଖାଇବେ ମହାପ୍ରଭୁ

ପୁରୀ: ରାତି ପାହିଲେ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଲାଗି ହେବ ଧନୁମୁଆଁ । ଖାଲି ଧନୁମୁଆଁ ନୁହେଁ ସ୍ୱତନ୍ତ୍ର ଭାବେ ମାସକ ଲାଗି ଠାକୁରଙ୍କ ପାଖରେ ଲାଗି ହେବ “ପହିଲି ଭୋଗ” । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ଯାଏ ପାଳନ ହେବ ଏହି ବିଧି। ଶ୍ରୀଜୀଉମାନଙ୍କ ପାଖରେ ପାହାନ୍ତିଆରୁ ଲାଗି ହେବ ନାନା ପ୍ରକାର ପିଠା ଓ ମିଠା। କ’ଣ ରହିଛି ଲୋକକଥା: କଥାରେ ଅଛି ମନକଥା ମା’ଠୁ ଅଧିକ କେହି ବୁଝେନା । […]

fr

Rakesh Mallick
  • Published: Friday, 15 December 2017
  • , Updated: 16 December 2017, 02:39 PM IST

ପୁରୀ: ରାତି ପାହିଲେ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଲାଗି ହେବ ଧନୁମୁଆଁ । ଖାଲି ଧନୁମୁଆଁ ନୁହେଁ ସ୍ୱତନ୍ତ୍ର ଭାବେ ମାସକ ଲାଗି ଠାକୁରଙ୍କ ପାଖରେ ଲାଗି ହେବ “ପହିଲି ଭୋଗ” । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ଯାଏ ପାଳନ ହେବ ଏହି ବିଧି। ଶ୍ରୀଜୀଉମାନଙ୍କ ପାଖରେ ପାହାନ୍ତିଆରୁ ଲାଗି ହେବ ନାନା ପ୍ରକାର ପିଠା ଓ ମିଠା।

କ’ଣ ରହିଛି ଲୋକକଥା: କଥାରେ ଅଛି ମନକଥା ମା’ଠୁ ଅଧିକ କେହି ବୁଝେନା । ଏଣୁ ଶ୍ରୀମନ୍ଦିର ନିୟମ ମୁତାବକ ଏମିତି ଗୋଟିଏ ଲୋକକଥା ରହିଛି ଯେ, ମାତା ଯଶୋଦାଙ୍କୁ ଏହି ପର୍ବଟି ଉତ୍ସର୍ଗିକୃତ। ପୌଷମାସରେ ପୁଆର ମନ ବୁଝି ରାତିପାହିବା ଆଗରୁ କଳାଠାକୁରଙ୍କୁ ସକାଳ ଭୋଜନ ପରସି ଦିଅନ୍ତି ମା’ ଯଶୋଦା। ସୂର୍ଯ୍ୟୋଦୟ ପୂର୍ବରୁ ଠାକୁରଙ୍କ ପାଖରେ ପ୍ରସାଦ ଲାଗି ହେଉଥିବାରୁ ଏହାକୁ ପହଲି(ଓଡିଆରେ ଏହାର ଅର୍ଥ ପ୍ରଥମ) ଭୋଗ କୁହାଯାଏ।

ପ୍ରସାଦରେ କ’ଣ ଥାଏ: ଶ୍ରୀମନ୍ଦିରରେ ସକାଳ ଧୂପ ପୂର୍ବରୁ ଏହି ଅତିରିକ୍ତ ଭୋଗ ୧ ମାସ ଧରି ଠାକୁରଙ୍କୁ ଲାଗି ହୋଇଥାଏ। ଏଥିରେ ସଙ୍ଖୁଡି(ଅନ୍ନ, ଡାଲି, ବେସର ଭଳି ରନ୍ଧନ ପ୍ରସାଦ) ଭୋଗ ଲାଗି ହୁଏନାହିଁ। ବିଶେଷ କରି ସୁଖିଲା ପିଠା ଓ ମିଠା ଜାତୀୟ ଖାଦ୍ୟସାମଗ୍ରୀ ପ୍ରସାଦ ଭାବେ ଲାଗି ହୁଏ। ଏଥିରେ ଥାଏ ଉଖୁଡା, ଖିଇ, ଆରିସା, କାକରା, ମଣ୍ଡା, ପୁଳି, ମାଠପୁଳୀ, ବରା, ମାଣ୍ଡଅ, ମୁଆଁ ଭଳି ଅନେକ ବ୍ୟାଞ୍ଜନ।

Related story