ସରକାରୀ ବାସଭବନରୁ ପୁଲିସ୍ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଭୁବନେଶ୍ୱର ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ଶତପଥୀ। ସେ ଏସ୍‌ଏସ୍‌ବି ବାଟାଲିୟନର ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ। କୃଷ୍ଣଚନ୍ଦ୍ର ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରେ ନିଜ ପତ୍ନୀଙ୍କ ସହ ରହୁଥିଲେ। ଗତକାଲି ଡ୍ୟୁଟିରୁ ଫେରି କୌଣସି କଥା ପାଇଁ  ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା। ପରେ ସେ […]

police

  • Published: Friday, 28 October 2022
  • , Updated: 28 October 2022, 01:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଭୁବନେଶ୍ୱର ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ଶତପଥୀ। ସେ ଏସ୍‌ଏସ୍‌ବି ବାଟାଲିୟନର ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ।

କୃଷ୍ଣଚନ୍ଦ୍ର ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରେ ନିଜ ପତ୍ନୀଙ୍କ ସହ ରହୁଥିଲେ। ଗତକାଲି ଡ୍ୟୁଟିରୁ ଫେରି କୌଣସି କଥା ପାଇଁ  ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା। ପରେ ସେ ରାତିରେ ରୁମ୍‌ରେ ଏକା ଶୋଇଥିଲେ। ଆଜି ସକାଳେ  କୃଷ୍ଣଚନ୍ଦ୍ର ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। କୃଷ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୃଷ୍ଣଚନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ଅଛି ତାର କାରଣ ଜଣାପଡ଼ି ନାହିଁ। କୃଷ୍ଠଚନ୍ଦ୍ର ଆତ୍ମହତ୍ୟା ପଛରେ ପାରିବାରିକ ବିବାଦ ଅଛି କି ଆଉ କିଛି କାରଣ ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

କୃଷ୍ଣଚନ୍ଦ୍ରଙ୍କ  ପତ୍ନୀ କହିଛନ୍ତି ଯେ, ବକେୟା ପଇସା ସୁଝି ପାରୁ ନଥିବାରୁ ସେ ମାନସିକ ଚାପରେ ରହୁଥିଲେ। ଏହାସହ ଚାକିରି କ୍ଷେତ୍ରରେ ତାଙ୍କ ଉପରେ ଚାପ ରହୁଥିଲା।

 

 

Related story