୩ ଜିଲ୍ଲାରେ କାଲିଠୁ ନୂଆ ଗାଡ଼ି ପଞ୍ଜୀକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ୩ ଜିଲ୍ଲାରେ ଗାଡ଼ି ଶୋ’ରୁମ୍‌ ଖୋଲିବା ଓ ପଞ୍ଜୀକରଣ ପାଇଁ ଅନୁମତି ମିଳିବ। ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଗାଡ଼ି ଶୋ’ରୁମ୍‌ ଖୋଲିବ। ଶୋ’ରୁମ୍‌ ଖୋଲିବା ଅନୁମତି ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି STA। ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା ଓ ଗଜପତି RTOରେ ରେଜିଷ୍ଟ୍ରେସନ ହେବ। ଏହି ୪ଟି RTOରେ ନୂଆଗାଡ଼ି ରେଜିଷ୍ଟ୍ରେସନ୍‌ ହୋଇପାରିବ। ଲକ୍‌ଡାଉନ୍‌ରେ ଅନ୍ୟ ଜିଲ୍ଲାରେ ଗାଡ଼ି ଶୋ’ରୁମ୍‌ ଖୋଲିବା ଅନୁମତି ନାହିଁ। STA allows new […]

rto

Manoranjan Sial
  • Published: Monday, 31 May 2021
  • , Updated: 31 May 2021, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ୩ ଜିଲ୍ଲାରେ ଗାଡ଼ି ଶୋ’ରୁମ୍‌ ଖୋଲିବା ଓ ପଞ୍ଜୀକରଣ ପାଇଁ ଅନୁମତି ମିଳିବ। ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଗାଡ଼ି ଶୋ’ରୁମ୍‌ ଖୋଲିବ। ଶୋ’ରୁମ୍‌ ଖୋଲିବା ଅନୁମତି ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି STA।

ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ାଗଜପତି RTOରେ ରେଜିଷ୍ଟ୍ରେସନ ହେବ। ଏହି ୪ଟି RTOରେ ନୂଆଗାଡ଼ି ରେଜିଷ୍ଟ୍ରେସନ୍‌ ହୋଇପାରିବ। ଲକ୍‌ଡାଉନ୍‌ରେ ଅନ୍ୟ ଜିଲ୍ଲାରେ ଗାଡ଼ି ଶୋ’ରୁମ୍‌ ଖୋଲିବା ଅନୁମତି ନାହିଁ।

https://twitter.com/STAOdisha/status/1399293515721441281?s=20

ସୂଚନାରୁ ପ୍ରକାଶ, ଗତକାଲି ରାଜ୍ୟ ସରକାର ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଇଛନ୍ତି। ହେଲେ ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଲକ୍‌ଡାଉନ୍‌କୁ ସାମାନ୍ୟ କୋହଳ କରାଯାଇଛି। ଏହି ୩ଟି ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଭାବେ କମିଥିବାରୁ ରାଜ୍ୟ ସରକାର କଟକଣାରେ କୋହଳ କରିଛନ୍ତି। ସଂକ୍ରମଣ ପୁଣି ଥରେ ବଢ଼ିଲେ କଟକଣା ଲାଗୁ ହେବ।

ତେବେ ଆଜି ରାଜ୍ୟରେ ୮୩୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୬୫୮ଟି ଲୋକାଲ୍ କେସ୍‌। ସେହିପରି ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କଟକରୁ ୫୯୩, ମୟୂରଭଞ୍ଜରୁ ୫୩୨, ଅନୁଗୋଳରୁ ୫୦୫, ବାଲେଶ୍ୱର ଜିଲ୍ଲାରୁ ୪୫୨ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୭୯, ଭଦ୍ରକରୁ ୧୧୭, ବଲାଙ୍ଗିରରୁ ୧୧୯, ବୌଦ୍ଧରୁ ୨୦୯, ଦେବଗଡ଼ରୁ ୫୫, ଢେଙ୍କାନାଳରୁ ୪୦୭, ଗଜପତିରୁ ୮୫, ଗଞ୍ଜାମରୁ ୧୨୯, ଜଗତସିଂହପୁରରୁ ୨୮୦, ଯାଜପୁରରୁ ୩୫୪, ଝାରସୁଗୁଡ଼ାରୁ ୧୧୧, କଳାହାଣ୍ଡିରୁ ୧୬୨, କନ୍ଧମାଳରୁ ୯୦, କେନ୍ଦ୍ରାପଡ଼ାରୁ ୩୩୧, କେନ୍ଦୁଝରରୁ ୧୮୦, କୋରାପୁଟରୁ ୧୯୮, ମାଲକାନଗିରିରୁ ୧୦୩, ନବରଙ୍ଗପୁରରୁ ୨୦୫, ନୟାଗଡ଼ରୁ ୨୮୩, ନୂଆପଡ଼ାରୁ ୫୩, ପୁରୀରୁ ୪୦୫, ରାୟଗଡ଼ାରୁ ୧୪୮, ସମ୍ବଲପୁରରୁ ୨୦୪, ସୋନପୁରରୁ ୧୨୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪୬୫ ଜଣ ଚିହ୍ନଟ ହୋଇଛନ୍ତି।

Related story