ରାଜଧାନୀ ଏକ୍ସପ୍ରେସରେ ଦିଆଯାଉଛି ବାସି ରୁଟି, ଦରସିଝା ଚିକେନ୍‌!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ରେନ୍‌ରେ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସେ। ଆଜି ପୁଣି ଏମିତି ଏକ ଅଭିଯୋଗ ସାମ୍ନାକୁ ଆସିଛି। ତାହା ପୁଣି ରାଜଧାନୀ ଏକ୍ସପ୍ରେସ୍‌ରୁ। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜଧାନୀର B-5 ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ୫ଟାରେ ନୂଆଦିଲ୍ଲୀରୁ ଛାଡ଼ିବାର ଥିଲା ରାଜଧାନୀ ଏକ୍ସପ୍ରେସ୍‌ (ଟ୍ରେନ୍‌ ନଂ ୨୨୮୨୪)। ମାତ୍ର ରାତି ୧୦.୧୫ ମିନିଟ୍‌ରେ ଟ୍ରେନ୍‌ ଛାଡ଼ିଥିଲା। […]

Train

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 07:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ରେନ୍‌ରେ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସେ। ଆଜି ପୁଣି ଏମିତି ଏକ ଅଭିଯୋଗ ସାମ୍ନାକୁ ଆସିଛି। ତାହା ପୁଣି ରାଜଧାନୀ ଏକ୍ସପ୍ରେସ୍‌ରୁ। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରାଜଧାନୀର B-5 ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ୫ଟାରେ ନୂଆଦିଲ୍ଲୀରୁ ଛାଡ଼ିବାର ଥିଲା ରାଜଧାନୀ ଏକ୍ସପ୍ରେସ୍‌ (ଟ୍ରେନ୍‌ ନଂ ୨୨୮୨୪)। ମାତ୍ର ରାତି ୧୦.୧୫ ମିନିଟ୍‌ରେ ଟ୍ରେନ୍‌ ଛାଡ଼ିଥିଲା। ଟ୍ରେନ୍‌ ବିଳମ୍ୱରେ ଛାଡ଼ିଥିବାରୁ ଯାତ୍ରୀଙ୍କୁ ଖାଦ୍ୟ ଦିଆଯିବା କଥା। ଖାଇବାକୁ ଦେଲେ, କିନ୍ତୁ ରାତି ୧୨ ଟାରେ। ତାହା ପୁଣି ନିମ୍ନମାନର। ତେଣୁ ସେହି ଖାଦ୍ୟକୁ କେତେକ ଯାତ୍ରୀ ଫେରାଇ ଦେଇଥିଲେ। ତା’ପରଦିନ ସେହି ବାସି ଖାଦ୍ୟକୁ ମଧ୍ୟାହ୍ନ ବଦଳରେ ଅପରାହ୍ନ ୩ ଟାରେ ଖାଇବାକୁ ଦିଆଯାଇଥିଲା, ଯାହା ଖାଇବା ଉପଯୋଗୀ ନଥିଲା। ଚିକେନ୍‌ ଦରସିଝା ଥିଲା ବେଳେ ପନିର ଓ ଅନ୍ୟାନ୍ୟ ଖାଦ୍ୟ ବାସି ହୋଇଯାଇଥିଲା। ଯାତ୍ରୀମାନେ ଏହାକୁ ନଖାଇ ଫିଙ୍ଗି ଦେଇଥିଲେ। ଆଉ କେତେକ ଯାତ୍ରୀ ଏହି ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ଏନେଇ ଯାତ୍ରୀମାନେ ଇଣ୍ଡିଆନ୍‌ ରେଲେୱେ କ୍ୟାଟରିଂ ଆଣ୍ଡ ଟୁରିଜିମ ଲିଃ ମ୍ୟାନେଜର ଓ ରେଳ ମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ। ମାତ୍ର କିଛି ଉତ୍ତର ମିଳିନଥିଲା। ଏପରି ଟିଟି ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇପାରିନ ଥିଲେ। ଯେଉଁଥିପାଇଁ ଟାଟା ନଗର ଷ୍ଟେସନ୍‌ରେ ଯାତ୍ରୀମାନେ ଟ୍ରେନ୍‌ଟିକୁ ଅଟକାଇ ଥିଲେ। ୪୦ ମିନିଟ୍‌ ଅଟକିଲା ପରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି।

ଟ୍ରେନ୍‌କୁ ସଫା ବି ରଖାଯାଉନି

ଖାଦ୍ୟ କଥା ତ ଆପଣମାନେ ପଢ଼ିଲେ। ଟ୍ରେନ୍‌ର ସ୍ୱଚ୍ଛତା କଥା ନକହିବା ଭଲ। ଗତକାଲି ନୂଆଦିଲ୍ଲୀରୁ ଛାଡ଼ିଥିବା ରାଜଧାନୀ ଏକ୍ସପ୍ରେସର କୌଣସି ବଗିରେ ସଫା ହୋଇନାହିଁ। ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ବଗି ଗୁଡ଼ିକରେ ଯେଉଁଠି ଦେଖିବେ ଅଳିଆ ଗଦା ହୋଇଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related story