ମେଡିକାଲ୍‌ରେ ଠେଲାପେଲା, ଟିକା ନେବାକୁ ଆସି ଘରକୁ କରୋନା ନେବେନି ତ?

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ରେଡ୍‌ ଜୋନ୍‌ରେ ରହିଛି ଜଗତସିଂହପୁର। ଏହି ଜିଲ୍ଲାରେ ପ୍ରତିଦିନ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏଥିପ୍ରତି ବାଲିକୁଦାବାସୀ ବେଫିକର୍‌। ସେମାନେ ଆଜି ଖୋଲ୍‌ମଖୋଲା ଉଲ୍ଲଙ୍ଘନ କରିଛନ୍ତି କୋଭିଡ୍‌ ଗାଇଡ୍‌ଲାଇନ୍‌। ଭୁଲି ଯାଇଛନ୍ତି ସାମାଜିକ ଦୂରତା। ଟିକା ପାଇଁ ଠେଲାପେଲା, ଚଢ଼ାଚଢ଼ି ଓ ମାରାମାରି ହୋଇଥିବା ଦେଖିବାକୁ ମିଳିଛି। ପୂରା ଘଟଣାଟି […]

Balikuda Medical

Manoranjan Sial
  • Published: Monday, 05 July 2021
  • , Updated: 05 July 2021, 08:44 PM IST

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ରେଡ୍‌ ଜୋନ୍‌ରେ ରହିଛି ଜଗତସିଂହପୁର। ଏହି ଜିଲ୍ଲାରେ ପ୍ରତିଦିନ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ଅଣ୍ଟା ଭିଡ଼ିଛନ୍ତି। ହେଲେ ଏଥିପ୍ରତି ବାଲିକୁଦାବାସୀ ବେଫିକର୍‌। ସେମାନେ ଆଜି ଖୋଲ୍‌ମଖୋଲା ଉଲ୍ଲଙ୍ଘନ କରିଛନ୍ତି କୋଭିଡ୍‌ ଗାଇଡ୍‌ଲାଇନ୍‌। ଭୁଲି ଯାଇଛନ୍ତି ସାମାଜିକ ଦୂରତା। ଟିକା ପାଇଁ ଠେଲାପେଲା, ଚଢ଼ାଚଢ଼ି ଓ ମାରାମାରି ହୋଇଥିବା ଦେଖିବାକୁ ମିଳିଛି।

ପୂରା ଘଟଣାଟି ଏମିତି। ଆଜି ବାଲିକୁଦା ଡାକ୍ତରଖାନାରେ ଦିଆଯାଉଥିଲା ୧୮ରୁ ୪୪ ବର୍ଷର ବର୍ଗର ବ୍ୟକ୍ତିଙ୍କୁ କରୋନା ଟିକା। ଏଥିପାଇଁ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ବ୍ୟବସ୍ଥା ହୋଇଛି। ହେଲେ ଅବୁଝା ଲୋକଙ୍କୁ ବୁଝାଇବ କିଏ? ଟୋକ୍‌ନ ଓ ଟିକା ନେବା ପାଇଁ ଭୋର ୫ଟାରୁ ଲାଇନ୍‌ ଲଗାଇ ଦେଲେ। ଲୋକମାନେ ଧାଡ଼ିରେ ହୋଇଗଲେ। ହଠାତ୍‌ ଆରମ୍ଭ ହେଲା ଠେଲାପେଲା। ପରସ୍ପର ଉପରେ ଚଢ଼ି ଯାଇଥିଲେ ଲୋକ।

[caption id="attachment_656553" align="aligncenter" width="650"] କରାନା ଟିକା ନେବା ପାଇଁ ମେଡ଼ିକାଲରେ ଲୋକଙ୍କ ଠେଲାପେଲା[/caption]

ପରିବେଶରେ ଦେଖିଲେ ଲାଗୁଥିଲା ଲୋକମାନେ ଟିକା ନେବା ପାଇଁ ନୁହେଁ, ମେଳା ବୁଲିବାକୁ ଆସିଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ ପୁଲିସକୁ ଡାକିବାକୁ ପଡ଼ିଥିଲା ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ। ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି।

ସେପଟେ ଗଂଜାମ ଜିଲ୍ଲା ପାତ୍ରପୁର ସାମନ୍ତିଆପଲ୍ଲୀ ଟିକାକରଣ କେନ୍ଦ୍ରରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ଟିକାକରଣ କେନ୍ଦ୍ରରେ ଭିଡ଼ ଲଗାଇଥିଲେ ଶହ ଶହ ଲୋକ। ଟିକା ନେବା ପାଇଁ କେନ୍ଦ୍ରରେ ବେଶ୍ କିଛି ସମୟ ଧରି ଧାଁ ଦୌଡ଼ ଚାଲିଥିଲା। ତେବେ ଟିକା ନେବାକୁ ଆସିଥିବା ଅନେକ ଲୋକଙ୍କ ମୁହଁରେ ନା ମାସ୍କ ଥିଲା ନା ଥିଲା ସାମାଜିକ ଦୂରତା।

 

Related story