ଉଭୟଙ୍କ ସ୍ଥିତି ସମାନ, ପ୍ରମୁଖ କିନ୍ତୁ ମାନ୍ୟତାପ୍ରାପ୍ତ ନୁହେଁ

Ordigital Desk
• Published: Friday, 22 June 2018
• , Updated: 22 June 2018, 09:31 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାଠ ବହିରେ ଅଛି ଭାରତର ଜାତୀୟ ଖେଳ ହକି। ହେଲେ ଜାଣିଛନ୍ତି ସରକାରୀ ଭାବେ ସେମିତି କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ଯାହା ସମ୍ପର୍କରେ ହୁଏତ ଭାରତାର ଅଧିକାଂଶ ଲୋକେ ଜାଣି ନ ଥିବେ । ଆଉ ହକି ଭଳି ଆମ ରାଜ୍ୟର ଗୋଟିଏ ଲୋକପ୍ରିୟ ଦେଶାତ୍ମବୋଧକ ସଙ୍ଗୀତ। ବନ୍ଦେ ଉତ୍କଳ ଜନନୀ । ସବୁ ସଭା, ସବୁ ମଞ୍ଚରେ ଏ ସଙ୍ଗୀନ ଗାନ ହେଉଥିବା ଆପଣ ବି ଶୁଣିଥିବେ । ଭାବିଥିବେ ଉତ୍କଳ ମାତାର ଗୁଣଗାନ ହୋଇଥିବା ଏହି ସଙ୍ଗୀତ ନିଶ୍ଚିତ ଭାବେ ସରକାରୀ ମାନ୍ୟତା ପାଇଥିବ। କିନ୍ତୁ ଦୁଃଭାଗ୍ୟ ଏ ସଙ୍ଗୀତର ଅବସ୍ଥା ମଧ୍ୟ ହକି ଭଳି। ଲୋକପ୍ରୀୟ ଆଉ ଜନାଦ୍ରୁତ ହେଲେ ମାନ୍ୟତାପ୍ରାପ୍ତ ନୁହେଁ।

ହକିକୁ ହକ୍ ଦେବାକୁ ଜାତୀୟସ୍ତରରେ ନବୀନଙ୍କ ଗୋଟିଚାଳନା ପରେ ଏବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନ ମିଳିବାକୁ ନେଇ ପ୍ରଶ୍ନ ଉଠିଛି । ନବୀନ ସରକାରଙ୍କ ପ୍ରଥମ ପାଳିରୁ ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ବି, ଶୀତଳଭଣ୍ଡାରରେ ପଡ଼ିଛି ରାଜ୍ୟ ସଂଗୀତ ମାନ୍ୟତାର ନିଷ୍ପତ୍ତି। ଯାହାକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ବିରୋଧୀ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ମାଟିର ବନ୍ଦନା, ମାଆର ବନ୍ଦନା, ଉତ୍କଳ ଜନନୀର ବନ୍ଦନା। ବିଧାନସଭା ହେଉ କି ରାଜ୍ୟ ଉତ୍ସବ, ଅନୁଷ୍ଠାନ ସବୁଠି ଆଗ ଏଇ ବନ୍ଦନା ଗାନ ହୋଇଥାଏ। ହେଲେ ଦୁର୍ଭାଗ୍ୟ ପ୍ରତିଟି ଓଡିଆର ଧମନୀରେ ପ୍ରବାହିତ ଏଇ ସଂଗୀତ କିନ୍ତୁ ଆଜି ଯାଏ ପାଇନି ରାଜ୍ୟ ସଂଗୀତର ମାନ୍ୟତା। ହକିକୁ ଜାତୀୟ ଖେଳର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରୁଥିବା ବେଳେ ବନ୍ଦେ ଉତ୍କଳ ଜନନୀକୁ କାହିଁକି ରାଜ୍ୟ ସଂଗୀତ ମାନ୍ୟତା  ମିଳୁନି ସେ ନେଇ ଉଠିଛି ପ୍ରଶ୍ନ। ପ୍ରତିବାଦରେ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛି ଆମେ ଓଡିଆ ଅନୁଷ୍ଠାନ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏଇ କାଳଜୟୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦାବି ବହୁ ପୁରୁଣା। ଉତ୍କଳ ସମ୍ମିଳନୀ ଭଳି ବହୁ ଅନୁଷ୍ଠାନର ଦାବି ପରେ ୨୧ ଡିସେମ୍ବର ୧୯୯୪ ମସିହାରେ ବିଧାନସଭାରେ ପ୍ରଥମ ଥର ପାଇଁ ଏଇ ସଂଗୀତ ଗାନ କରାଯାଇଥିଲା। ଏହା ପରେ ଏଇ ସଂଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା ୨୦୦୨ରେ । ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା, ସଂଗୀତ ଗାନର ଅବଧି ବି ସ୍ଥିର ହୋଇଥିଲା । ଏହା ପରେ ପୁଣି ୨୦୦୬ରେ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସି ବନ୍ଦେ ଉତ୍କଳ ଜନନୀ ସଂଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଂଗୀତ ଭାବେ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ସେବେଠୁ ଯେମିତି ଶୀତଳଭଣ୍ଡାରରେ ପଡିଛି ଏହି ନିଷ୍ପତ୍ତି।

ଏହି ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିରୋଧୀ। ସେପଟେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ସ୍ୱୀକୃତି ମିଳି ନ ଥିବା ଜାଣି ସେ ଆଶ୍ଚଯର୍ୟଚକିତ ବୋଲି ଟୁଇଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବନ୍ଦେ ଉତ୍କଳ ଜନନୀକୁ ଯଥାଶୀଘ୍ର ମାନ୍ୟତା ଦିଆଯିବା ଉଚିତ୍ ବୋଲି ସେ ଲେଖିଛନ୍ତି।

Related story