ବାତ୍ୟା -ବନ୍ୟାରେ ଅନ୍ୟୂନ ୪୫ ଜଣଙ୍କ ମୃତ୍ୟୁ ହୋଇଛି, ଏସଆରସିଙ୍କୁ ବହିଷ୍କାର କର : ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଏବଂ ପରେ ଭୟଙ୍କର ବନ୍ୟା ପରିସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ବିତ୍ପାତ ଯୋଗୁ ଉଭୟ ଜିଲ୍ଲାରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି  ୩ ଜଣ ନିଖୋଜ ଅଛନ୍ତି। ଏପରି ଅଭିଯୋଗ ଆଣିଛି ରାଜ୍ୟ ବିଜେପି। ଆଜି ଏକ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଏପରି ଅଭିଯୋଗ ଆଣିଛି। ଏହାସହ ଏସ୍‌ଆରସି ଓ ବନ୍ୟା ପ୍ରଭାବିତ ଅଞ୍ଚଳର […]

bjp1

Jyoshna Pradhan
  • Published: Sunday, 14 October 2018
  • , Updated: 14 October 2018, 08:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଏବଂ ପରେ ଭୟଙ୍କର ବନ୍ୟା ପରିସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ବିତ୍ପାତ ଯୋଗୁ ଉଭୟ ଜିଲ୍ଲାରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି  ୩ ଜଣ ନିଖୋଜ ଅଛନ୍ତି। ଏପରି ଅଭିଯୋଗ ଆଣିଛି ରାଜ୍ୟ ବିଜେପି।

ଆଜି ଏକ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଏପରି ଅଭିଯୋଗ ଆଣିଛି। ଏହାସହ ଏସ୍‌ଆରସି ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳଙ୍କ ବହିଷ୍କାର ଦାବି କରିଛି ଦଳ।

ବାରମ୍ବାର ପାଣିପାଗ ବିଭାଗର ପୂର୍ବାନୁମାନ ପରେ ମଧ୍ୟ ରାଜ୍ୟ ସରକାର ଏହାକୁ ଖାମଖିଆଲି ଭାବେ ଗ୍ରହଣ କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦଳ ଅଭିଯୋଗ କରିଛି।

ସେହିପରି ପଥର ଧସି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଖରେ ଏପର୍ଯ୍ୟନ୍ତ ରନ୍ଧା ଖାଦ୍ୟ, ପିଇବା ପାଣି, ବିଦ୍ୟୁତ୍‌ ପହଞ୍ଚି ପାରିନାହିଁ। ଯାହା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରିଚୟ ଦେଉଥିବା ବୋଲି ବିଜେପି କହିଛି।

Related story