ଜୁଏଲଙ୍କ ଦିଲ୍ଲୀ ଘରେ ବିଜେପି ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ମୋଦି ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଭେଟିଛନ୍ତି। ଆଜି  ସକାଳେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧର୍ମେନ୍ଦ୍ର ଏବଂ ପ୍ରତାପ, ଜୁଏଲଙ୍କ ନୂଆଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ। ଦୁଇ ମନ୍ତ୍ରୀ ପହଞ୍ଚିବା ପରେ ଜୁଏଲ୍ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଜୁଏଲଙ୍କ ଦିଲ୍ଲୀ ଘରେ ବିଜେପିର ବହୁ ବରିଷ୍ଠ […]

c-00

Tapas Behera
  • Published: Friday, 31 May 2019
  • , Updated: 31 May 2019, 02:52 PM IST

ନୂଆଦିଲ୍ଲୀ: ମୋଦି ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଭେଟିଛନ୍ତି। ଆଜି  ସକାଳେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧର୍ମେନ୍ଦ୍ର ଏବଂ ପ୍ରତାପ, ଜୁଏଲଙ୍କ ନୂଆଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ। ଦୁଇ ମନ୍ତ୍ରୀ ପହଞ୍ଚିବା ପରେ ଜୁଏଲ୍ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ଜୁଏଲଙ୍କ ଦିଲ୍ଲୀ ଘରେ ବିଜେପିର ବହୁ ବରିଷ୍ଠ ନେତା ତଥା କେଭି ସିଂହଦେଓ, ସଂଗୀତା ସିଂହଦେଓ, ମନମୋହନ ସାମଲ ଓ କେତେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଗତଥର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଜୁଏଲ ଏଥର ମୋଦିଙ୍କ କ୍ୟାବିନେଟରୁ ବାଦ୍ ପଡ଼ିଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ପ୍ରସଙ୍ଗରେ ଜୁଏଲ କହିଛନ୍ତି, ୩୩୦ ସାଂସଦ ଜିତିକି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦/୫୦ ମନ୍ତ୍ରୀ ହେବେ। ଏଥର କିଛି ଲୋକଙ୍କୁ ସୁଯୋଗ ମିଳିଛି। କିଛି ଲୋକ ବାଦ୍ ପଡ଼ିଛନ୍ତି। ଗତଥର ତାଙ୍କୁ ସୁଯୋଗ ମିଳିଥିଲା। ଏଥର ଆଉ କିଛି ବ୍ୟକ୍ତିଙ୍କୁ ମିଳିଛି।  ଏହା ଗଣତନ୍ତ୍ରର ସୁସ୍ଥ ପରମ୍ପରା। ପାର୍ଟି ମୋତେ ଯାହା କାମ ଦିଏ, ମୁଁ ତାହା କରେ ବୋଲି କହିଛନ୍ତି ଜୁଏଲ୍ ଓରାମ।

Related story