ଆଜି ରାଜ୍ୟ କ୍ୟାବିନେଟ ବୈଠକ; ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଆଜି ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକ ସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଏହି ବୈଠକ ବସିବ ।  ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବି ଆଲୋଚନା ହେବାର ସମ୍ଭାବନା ରହିଛି  । ମୁଖ୍ୟତଃ ବର୍ଷ ୨୦୧୯-୨୦ ପାଇଁ ଧାନ ସଂଗ୍ରହ ନୀତିକୁ ଆଜି କ୍ୟାବିନେଟ୍ ଅନୁମୋଦନ ଦେଇପାରେ । ଏହାବ୍ୟତୀତ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା  ସଂକ୍ରାନ୍ତରେ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି […]

navven-1

Niharika Rout
  • Published: Thursday, 26 September 2019
  • , Updated: 26 September 2019, 07:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଆଜି ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକ ସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଏହି ବୈଠକ ବସିବ ।  ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବି ଆଲୋଚନା ହେବାର ସମ୍ଭାବନା ରହିଛି  ।

ମୁଖ୍ୟତଃ ବର୍ଷ ୨୦୧୯-୨୦ ପାଇଁ ଧାନ ସଂଗ୍ରହ ନୀତିକୁ ଆଜି କ୍ୟାବିନେଟ୍ ଅନୁମୋଦନ ଦେଇପାରେ । ଏହାବ୍ୟତୀତ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା  ସଂକ୍ରାନ୍ତରେ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇପାରେ । ଏହାବ୍ୟତୀତ  ଅନ୍ୟ ୧୧ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବି ଆଲୋଚନା ହେବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story