୬ ସଂକ୍ରମିତ ଚିହ୍ନଟ, ରାଜ୍ୟ ଯୋଗାଣ ନିଗମ ଅଫିସ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଆଜି ନୟାପଲ୍ଲୀସ୍ଥିତ ରାଜ୍ୟ ଯୋଗାଣ ନିଗମ ଅଫିସରେ ୬ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏହି ଅଫିସକୁ ସିଲ୍ କରିଦିଆଯାଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ନିଗମର ସମସ୍ତ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଅଫିସ ପରିସରକୁ ସାନିଟାଇଜ୍ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଆଜି […]

State Civil Supplies Corporation Ltd office

Ordigital Desk
  • Published: Monday, 05 April 2021
  • , Updated: 05 April 2021, 10:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଆଜି ନୟାପଲ୍ଲୀସ୍ଥିତ ରାଜ୍ୟ ଯୋଗାଣ ନିଗମ ଅଫିସରେ ୬ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏହି ଅଫିସକୁ ସିଲ୍ କରିଦିଆଯାଇଛି।

ବିଏମସି ପକ୍ଷରୁ କୁହାଯାଇଛି ଯେ, ନିଗମର ସମସ୍ତ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଅଫିସ ପରିସରକୁ ସାନିଟାଇଜ୍ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା ହୋଇଛି ଓ ବିଏମସିର ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥିତି ଉପରେ ନଜର ରଖିଛନ୍ତି। ଏହି ଯୋଗାଣ ନିଗମ ଅଫିସକୁ ଆସନ୍ତା ୪୮ଘଣ୍ଟା ପାଇଁ ସିଲ୍ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ମଧ୍ୟ ବିଏମସି ସିଲ୍ କରିଥିଲା। ବିମାନବନ୍ଦର ଓ ରେଳଷ୍ଟେସନରେ ଚଳାଚଳ ନିମନ୍ତେ କୌଣସି କଟକଣା ନଥିବାରୁ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Related story