୧୧ ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଏସବୁ ଜିଲ୍ଲାର ଯୁବ ସଭାପତିଙ୍କୁ ନିଯୁକ୍ତି ଦେବା ସହ ଯୁବ କଂଗ୍ରେସର ରାଜ୍ୟ ମିଡିଆ ଟିମ୍ ଓ ଲିଗାଲ୍ ଟିମ୍ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଯୁବ କଂଗ୍ରେସ ପକ୍ଷରୁ ଜାରି ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଭାବେ ଅଂଶୁମାନ ଦାସ, ବୌଦ- ମହେଶ୍ୱର ପ୍ରଧାନ, କେନ୍ଦୁଝର- ସୁନେଶ କୁମାର ଧୀର, […]

Congress-is-indirectly-helping-ruling-bjd-in-odisha-say-political-analysts

Tapas Behera
  • Published: Wednesday, 19 August 2020
  • , Updated: 19 August 2020, 06:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଏସବୁ ଜିଲ୍ଲାର ଯୁବ ସଭାପତିଙ୍କୁ ନିଯୁକ୍ତି ଦେବା ସହ ଯୁବ କଂଗ୍ରେସର ରାଜ୍ୟ ମିଡିଆ ଟିମ୍ ଓ ଲିଗାଲ୍ ଟିମ୍ ମଧ୍ୟ ନିଯୁକ୍ତି ଦେଇଛନ୍ତି।
ଯୁବ କଂଗ୍ରେସ ପକ୍ଷରୁ ଜାରି ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଭାବେ ଅଂଶୁମାନ ଦାସ, ବୌଦ- ମହେଶ୍ୱର ପ୍ରଧାନ, କେନ୍ଦୁଝର- ସୁନେଶ କୁମାର ଧୀର, ଭୁବନେଶ୍ୱର-ରଞ୍ଜିତ ପାତ୍ର, ଖୋର୍ଦ୍ଧା- ସ୍ୱାଗତ କର, କନ୍ଧମାଳ- ବସନ୍ତ କୁମାର ପାଢ଼ୀ, ଦେବଗଡ଼- ଅମିତ୍ କୁମାର ରଞ୍ଜିତ, ପୁରୀ- ପ୍ରେମଜିତ୍ ମହାନ୍ତି, ବାଲେଶ୍ୱର- ରଞ୍ଜନ କୁମାର ଦାସ, ରାୟଗଡ଼ା- ପ୍ରଦୀପ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି। ବରଗଡ଼ ଜିଲ୍ଲାରେ ୨ଜଣ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ ଓ ଅଭିଷେକ ସେଠଙ୍କୁ ଅବସ୍ଥାପିତ କରାଯାଇଛି।

ସେହିପରି ଯୁବ କଂଗ୍ରେସର ମୁଖପାତ୍ର ଭାବେ ୭ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ନଳିନୀକାନ୍ତ ନାୟକଙ୍କୁ ମିଡିଆ ସଂଯୋଜକ କରାଯାଇଛି। ତାଙ୍କ ବ୍ୟତୀତ ମାନସ ରଞ୍ଜନ କର,ଅଜୟ କୁମାର ସାହୁ, ଅମ୍ରିତା ଦାସ, ବୀରେନ୍ଦ୍ର ବାଗ, ଶ୍ରୀଜିତ୍ ମହ।।ପାତ୍ର ଓ ସୁମିତ୍ରା ଜେନାଙ୍କୁ ମୁଖପାତ୍ର ଏବଂ ଆଦିତ୍ୟ ପ୍ରସାଦ ପରିଡ଼ାଙ୍କୁ ଲିଗାଲ୍ ସେଲ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।

Related story