Advertisment

‘ତଥ୍ୟଭିତ୍ତିକ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସିଲାଣି ଧାମନଗର ଉପନିର୍ବାଚନ। ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ କରାଯାଉଛି।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଭିନ୍ନ ଅଭିଯୋଗ ହେଉଥିବା ବେଳେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ନେଇ ଦେଖାଦେଉଛି ସସ୍‌ପେନ୍ସ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ପ୍ରସଙ୍ଗ ଉପରେ ନିଜ ମତାମତ ରଖିଛନ୍ତି। ଏଥିସହ ତଥ୍ୟ […]

ଅଦ୍ୟତନ ହୋଇଛି
‘ତଥ୍ୟଭିତ୍ତିକ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ’

ec

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସିଲାଣି ଧାମନଗର ଉପନିର୍ବାଚନ। ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ କରାଯାଉଛି।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଭିନ୍ନ ଅଭିଯୋଗ ହେଉଥିବା ବେଳେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ନେଇ ଦେଖାଦେଉଛି ସସ୍‌ପେନ୍ସ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ପ୍ରସଙ୍ଗ ଉପରେ ନିଜ ମତାମତ ରଖିଛନ୍ତି। ଏଥିସହ ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Advertisment

ଶ୍ରୀ ଲୋହାନୀ କହିଛନ୍ତି, ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ। ୩ ତାରିଖରେ ନିର୍ବାଚନ ହେବ। ୬ ତାରିଖରେ କାଉଣ୍ଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ।

ଧାମନଗରରେ ନିରପେକ୍ଷ ନିର୍ବାଚନ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅବାଧ ନିର୍ବାଚନ କରାଯିବା ନିମନ୍ତେ ୧୧୦୮ ପୋଲିଂ ପର୍ସନ ନିୟୋଜିତ ହେବେ। ସେମାନେ ୨ ରାଉଣ୍ଡ ଟ୍ରେନିଂ ନେଇ ସାରିଛନ୍ତି। ଯେଉଁମାନଙ୍କୁ ପୋଲିଂ ପର୍ସନ ଭାବେ ନିୟୋଜିତ କରାଯାଇଛି, ସେମାନେ ଯେପରି ଉକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ହୋଇ ନ ଥିବେ ବା ସେଠାରେ ସରକାରୀ ନିଯୁକ୍ତି ପାଇ ନ ଥିବେ ତାହା ଉପରେ କଡ଼ା ନଜର ରଖାଯାଇଛି। ଫଳରେ ନିରପେକ୍ଷ ଭୋଟ ଗ୍ରହଣ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

Advertisment

ଚଳିତ ବର୍ଷ ଧାମନଗର ଉପନିର୍ବାଚନରେ ୫୦% ବୁଥ୍‌ରେ ୱେବକାଷ୍ଟ ହେବ। ଫଳରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହାକୁ ନିରୀକ୍ଷଣ କରାଯାଇପାରିବ।

ଧାମନଗର ଉପନିର୍ବାଚନକୁ ସୁରୁଖୁରୁରେ କରିବା ନିମନ୍ତେ ୨ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍‌ ଅଫିସର ନିରଞ୍ଜନ କୁମାର। ତାଙ୍କ ଫୋନ୍‌ ନମ୍ବର ହେଲା ୭୮୫୪୮୨୬୫୦୯। ରେଭିନ୍ୟୁ ଅଫିସର ଭାବେ ପ୍ରଣେଶ ଗୁପ୍ତା ଓଡ଼ିଶା ଆସିଛନ୍ତି। ତାଙ୍କ ଫୋନ୍‌ ନଂ ହେଉଛି ୮୨୬୦୭୪୫୬୨୬। ସେମାନେ ନିର୍ବାଚନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବା ସହ ଏହାକୁ  ଅନୁଧ୍ୟାନ କରୁଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ନେଇ ଯାହାର କିଛି ଅଭିଯୋଗ ଥିବ ସେମାନେ ଏହି ୨ ଅଫିସରଙ୍କୁ ଯୋଗାଯୋଗ କରି ଅଭିଯୋଗ କରିପାରିବେ ବୋଲି କହିଛନ୍ତି ସୁଶୀଲ ଲୋହାନୀ।

ଶାନ୍ତିଶୃଙ୍ଖଳାର ସହ ଧାମନଗରରେ ଉପନିର୍ବାଚନ କରିବାକୁ ୨ କମ୍ପାନୀ ସିଆରପିଏଫ୍‌, ୨ କମ୍ପାନୀ ବିଏସଏଫ ଓ ୧୦ ପ୍ଲାଟୁନ ରାଜ୍ୟ ପୁଲିସ୍‌ ମୁତୟନ ହେବେ। ଆସନ୍ତା ୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କର୍ମଚାରୀମାନେ ନିଜ ନିଜ ବୁଥ୍‌ ଅଭିମୁଖେ ଯିବେ। ଧାମନଗରରେ ୧୦୬ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି।

୮୦ ବର୍ଷରୁ ବୟସ୍କ ଭୋଟର ଓ ଭିନ୍ନକ୍ଷମଙ୍କ ନିମନ୍ତେ ପୋଷ୍ଟାଲ ବାଲାଟର ବ୍ୟବସ୍ଥା ହୋଇଛି। ଧାମନଗରର ୫୦୫ ଜଣ ଭୋଟର ପୋଷ୍ଟାଲ ଭୋଟ ଦେବାକୁ  ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୯୬ ଭୋଟରଙ୍କ ପୋଷ୍ଟାଲ ବାଲାଟ ସଂଗୃହୀତ ହୋଇ ଯାଇଛି।

ନିର୍ବାଚନ ପୂର୍ବରୁ ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ବେଳେ ୬୪୧ଟି ଲାଇସେନ୍ସ ବନ୍ଧୁକ ବିଭିନ୍ନ ଧାରାରେ ଡିପୋଜିଟ ହୋଇ ଯାଇଛି। ୧୯୦୯ ଲୋକଙ୍କୁ ବୁକ୍‌ କରାଯାଇଛି। ୧୭୨ଟି ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ୧୫ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଛି।

ରାଜନୈତିକ ଦଳମାନେ ପରସ୍ପର ବିରୋଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ କରୁଛନ୍ତି। ତୁରନ୍ତ  ଜିଲ୍ଲାପାଳଙ୍କ ନିକଟକୁ ଏହାକୁ ପଠାଯାଇ ଭେରିଫିକେସନ କରାଯାଉଛି। ୪୮ ଘଣ୍ଟା ଭିତରେ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରୁ ରିପୋର୍ଟ ମଗାଯାଉଛି। ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ସେ କହିଛନ୍ତି, ଏସ୍‌ଏଚ୍‌ଜି ମହିଳା ଟଙ୍କା ବଣ୍ଟା ଭାଇରାଲ ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇ ଏଫଆଇଆର କରାଯାଇଛି। ଏହାବାଦ କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆଇଆର କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe