ଅଢ଼େଇବର୍ଷ ପରେ ମନେପଡ଼ିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ: ମହିଳା ପ୍ରତିନିଧିତ୍ୱ ଶୂନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଅଢ଼େଇ଼ବର୍ଷ ଧରି ପଶ୍ଚିମଓଡ଼ିଶା ବିକାଶ ପରିଷଦକୁ ପଙ୍ଗୁ କରି ରଖିଥିବା ରାଜ୍ୟ ସରକାର ଆଜି ୧୩ଜଣ ସଦସ୍ୟଙ୍କୁ ପରିଷଦକୁ ମନୋନୀତ କରିଛନ୍ତି। ଏବେବି ପରିଷଦର ୧୦ଜଣିଆ ବିଶେଷଜ୍ଞ ସଦସ୍ୟ ପଦ ଖାଲି ପଡ଼ିଛି । ଆଶ୍ଚର୍ଯ୍ୟଜନକ ଭାବେ ସରକାର ଏହି ପରିଷଦରେ ପୁରୁଖା ବିଧାୟକ ଓ ସାଂସଦଙ୍କ ସମେତ ମହିଳାଙ୍କ ପ୍ରତିନିଧିତ୍ୱକୁ ଶୂନ କରିଛନ୍ତି। ଏପରିକି ପଶ୍ଚିମଓଡ଼ିଶାର ମନ୍ତ୍ରୀମାନଙ୍କୁ ମଧ୍ୟ ଏଥର ପରିଷଦରେ ସ୍ଥାନ ମିଳିନି। ମହିଳାଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିଜେଡି […]

odisha-secretariat

odisha-secretariat

Ordigital Desk
  • Published: Tuesday, 30 November 2021
  • Updated: 30 November 2021, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଅଢ଼େଇ଼ବର୍ଷ ଧରି ପଶ୍ଚିମଓଡ଼ିଶା ବିକାଶ ପରିଷଦକୁ ପଙ୍ଗୁ କରି ରଖିଥିବା ରାଜ୍ୟ ସରକାର ଆଜି ୧୩ଜଣ ସଦସ୍ୟଙ୍କୁ ପରିଷଦକୁ ମନୋନୀତ କରିଛନ୍ତି। ଏବେବି ପରିଷଦର ୧୦ଜଣିଆ ବିଶେଷଜ୍ଞ ସଦସ୍ୟ ପଦ ଖାଲି ପଡ଼ିଛି । ଆଶ୍ଚର୍ଯ୍ୟଜନକ ଭାବେ ସରକାର ଏହି ପରିଷଦରେ ପୁରୁଖା ବିଧାୟକ ଓ ସାଂସଦଙ୍କ ସମେତ ମହିଳାଙ୍କ ପ୍ରତିନିଧିତ୍ୱକୁ ଶୂନ କରିଛନ୍ତି। ଏପରିକି ପଶ୍ଚିମଓଡ଼ିଶାର ମନ୍ତ୍ରୀମାନଙ୍କୁ ମଧ୍ୟ ଏଥର ପରିଷଦରେ ସ୍ଥାନ ମିଳିନି। ମହିଳାଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବିଜେଡି ସରକାର ଏଥର ଜଣେ ହେଲେବି ମହିଳା ବିଧାୟକ ଓ ସାଂସଦଙ୍କୁ ପରିଷଦରେ ସାମିଲ କରିନାହାନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ ପଶ୍ଚିମଓଡ଼ିଶା ବିକାଶ ପରିଷଦରେ ଦୁଇଜଣଙ୍କୁ ଅଧ୍ୟକ୍ଷ ପଦରେ ବସାଇଥିବା ରାଜ୍ୟ ସରକାର ଉଦ୍ଦେଶ୍ୟମୂଳକ ଭାବେ ଏହି ପରିଷଦର ପୁର୍ନଗଠନ କରାଇନଥିଲେ। ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବିରୋଧୀ ଦଳର ସମାଲୋଚନାକୁ ଡରି ସରକାର ଏହି ପରିଷଦରେ ପୂର୍ଣ୍ଣାଙ୍ଗ ନିଯୁକ୍ତି ଦେଇଛନ୍ତି।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଆଜି ଜାରି ବିଜ୍ଞପ୍ତି ଅନୁସାରେ,ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମେତ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜେଡି ବିଧାୟକ କିଶୋର ମହାନ୍ତି, ପ୍ରଦୀପ ଅମାତ, ରୋହିତ ପୂଜାରୀ, ଶାରଦା ପ୍ରସାଦ ନାୟକ, ରାଜେନ୍ଦ୍ର ଢୋଲକିଆ, ସରୋଜ କୁମାର ମେହେର, ପ୍ରଦୀପ କୁମାର ଦିଶାରୀ ଓ ଦେବେଶ ଆଚାର୍ଯ୍ୟଙ୍କୁ ସଭ୍ୟ ଭାବେ ପଶ୍ଚିମଓଡ଼ିଶା ବିକାଶ ପରିଷଦରେ ସାମିଲ କରାଯାଇଛି।

ରାଜ୍ୟ ସରକାର ୨୦୨୦ ଡିସେମ୍ବର ମାସରେ ଅବସରପ୍ରାପ୍ତ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସହ ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ ମଧ୍ୟ ପରିଷଦର ଅନ୍ୟ ୧୩ଜଣ ସଭ୍ୟଙ୍କୁ ନିଯୁକ୍ତି ନଦେଇ ପରିଷଦକୁ ପଙ୍ଗୁ କରି ପକାଇ ରଖିଥିଲେ । ଆଜି ୧୩ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେଇଥିବାବେଳେ ସେଥିରେ କଂଗ୍ରେସର ଜଣେ ଓ ବିଜେପିର ୩ଜଣଙ୍କୁ ପ୍ରତିନିଧିତ୍ୱ ମିଳିଛି । ବାକି ୧୦ଟି ସଭ୍ୟ ପଦକୁ ବିଜେଡି ସରକାର ନିଜ କବଜାରେ ରଖିଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ହେଉଛି ପଶ୍ଚିମଓଡ଼ିଶାରେ ଆଂଚଳିକ ବୈଷମ୍ୟ ଦୂର କରି ପଶ୍ଚିମଓଡ଼ିଶାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗଠନ ହୋଇଥିବା ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି । କିନ୍ତୁ ରାଜ୍ୟ ସରକାର ଏହାକୁ ରାଜନୀତିକ ଉଦ୍ଦେଶ୍ୟ ରଖି ପଙ୍ଗୁ କରି ରଖିଥିଲେ । କେବଳ ରାଜ୍ୟ କ୍ୟାବିନେଟ୍ ବିନା ରାଜ୍ୟ ଚାଲିବା ଯାହା ଠିକ୍ ସେଭଳି ପଶ୍ଚିମଓଡ଼ିଶା ବିକାଶ ପରିଷଦର ପୂର୍ଣ୍ଣାଙ୍ଗ ସଭ୍ୟଙ୍କୁ ନିଯୁକ୍ତି ନଦେଇ କେବଳ ଅଧ୍ୟକ୍ଷକୁ ଅବସ୍ଥାପିତ କରିବା ସେୟା । ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ କାମ ହେଉଛି କେବଳ ପରିଷଦ କାର୍ଯ୍ୟକୁ ତଦାରଖ ଓ ସୁପରିଚାଳନାକୁ ସୁନିଶ୍ଚିତ କରାଇବା । ଯାହାକି ଏକ ପ୍ରଶାସନିକ କ୍ଷମତା । କିନ୍ତୁ ପୂର୍ଣ୍ଣାଙ୍ଗ ପରିଷଦ ବିନା ନୀତିଗତ ନିଷ୍ପତ୍ତି ନେବାରେ ସମସ୍ୟା ରହିଥାଏ ।

ଉଲ୍ଲେଖଯୋଗ୍ୟ, ପଶ୍ଚିମଓଡ଼ିଶା ବିକାଶ ପରିଷଦରେ ଥିବା ପ୍ରାବଧାନ ଅନୁସାରେ ପରିଷଦରେ ଅଧ୍ୟକ୍ଷଙ୍କ ସମେତ ୧୪(୨ଜଣ ସାଂସଦ ଓ ୧୧ଜଣ ବିଧାୟକ)ଜଣ ମନୋନୀତ ସଭ୍ୟ ରହିବେ । ଆଉ ୧୦ଜଣ ବିଶେଷଜ୍ଞ ସଭ୍ୟଙ୍କୁ ମିଶାଇ ପୂର୍ଣ୍ଣାଙ୍ଗ ପରିଷଦରେ ମୋଟ ୨୬ଜଣ ସଦସ୍ୟ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story