୩ ଆଇପିଏସଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ୩ଜଣ ଆଇପିଏସ୍ ଅଫିସରଙ୍କୁ ରାଜ୍ୟ ସରକାର ଆଜି ନୂଆ ନିଯୁକ୍ତି ଦେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଗ୍ରବାଦନିରୋଧ ପ୍ରଶିକ୍ଷଣ ସମାପ୍ତ କରିବାପରେ ୨୦୧୮ ବ୍ୟାଚର ୩ଜଣ ଆଇପିଏସଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମିଳିଛି। ୨୦୧୮ ବ୍ୟାଚ୍ ଆଇପିଏସ୍ ଜି. ଅବିଳାଶଙ୍କୁ ମାଲକାନଗିରି ଜିଲ୍ଲା ଅତିରିକ୍ତ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ତାଙ୍କ ବ୍ୟାଚର ନୀତେଶ ୱାଧୱାନିଙ୍କୁ ତାଳଚେର ଅତିରିକ୍ତ ଏସପି ଓ ଆଇପିଏସ୍ ସୁଶ୍ରୀଙ୍କୁ […]

Sachivalaya

Manoranjan Sial
  • Published: Wednesday, 18 November 2020
  • , Updated: 18 November 2020, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ୩ଜଣ ଆଇପିଏସ୍ ଅଫିସରଙ୍କୁ ରାଜ୍ୟ ସରକାର ଆଜି ନୂଆ ନିଯୁକ୍ତି ଦେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଗ୍ରବାଦନିରୋଧ ପ୍ରଶିକ୍ଷଣ ସମାପ୍ତ କରିବାପରେ ୨୦୧୮ ବ୍ୟାଚର ୩ଜଣ ଆଇପିଏସଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମିଳିଛି।

୨୦୧୮ ବ୍ୟାଚ୍ ଆଇପିଏସ୍ ଜି. ଅବିଳାଶଙ୍କୁ ମାଲକାନଗିରି ଜିଲ୍ଲା ଅତିରିକ୍ତ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ତାଙ୍କ ବ୍ୟାଚର ନୀତେଶ ୱାଧୱାନିଙ୍କୁ ତାଳଚେର ଅତିରିକ୍ତ ଏସପି ଓ ଆଇପିଏସ୍ ସୁଶ୍ରୀଙ୍କୁ କେସିଙ୍ଗା ଏସଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ଏହି ସମସ୍ତ ୩ ଜଣ ଆଇପିଏସ୍ ଚନ୍ଦକାସ୍ଥିତ ଏସଓଜି ପ୍ରଶିକ୍ଷଣ କେନ୍ଦ୍ରରେ ଉଗ୍ରବାଦନିରୋଧ ଉପରେ ପ୍ରଶିକ୍ଷଣ ନେଉଥିଲେ।

Related story