ସୋଶାଲ ମିଡିଆରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଉପରେ ବଢିବାରେ ଲାଗିଛି ବ୍ୟୟବରାଦର ବୋଝ । ଅର୍ଥାତ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା। ଏଭଳି ସ୍ଥିତିରେ ରାଜ୍ୟ ସରକାର ସୋଶାଲ ମିଡିଆରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ତଥ୍ୟ ସାମ୍ନାକୁ ଆସିଛି । ଗୃହରେ ବିଧାୟକ ଶଙ୍କର ଓରାମଙ୍କ […]

34

Tapas Behera
  • Published: Saturday, 13 July 2019
  • , Updated: 13 July 2019, 04:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଉପରେ ବଢିବାରେ ଲାଗିଛି ବ୍ୟୟବରାଦର ବୋଝ । ଅର୍ଥାତ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା। ଏଭଳି ସ୍ଥିତିରେ ରାଜ୍ୟ ସରକାର ସୋଶାଲ ମିଡିଆରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ତଥ୍ୟ ସାମ୍ନାକୁ ଆସିଛି । ଗୃହରେ ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ତୁଷାରକାନ୍ତି ବେହେରା ।

ତାଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ସିଏସ୍ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୧ କୋଟି ୮୩ ଲକ୍ଷ ୪୩ ହଜାର ଟଙ୍କା ନେଇସାରିଲାଣି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିନରେ ଥିବା ଓକାକ୍ ବିଭିନ୍ନ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପରେ କନ୍ସଲଟାନ୍ସି କାର୍ଯ୍ୟ ପାଇଁ ଘରୋଇ ସଂସ୍ଥାକୁ ନିୟୋଜିତ କରିଛି ।

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ତଥ୍ୟ ଅନୁଯାୟୀ, ସିଏସ୍ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ସମେତ ୱିପ୍ରୋ ଲିମିଟେଡ, ଥ୍ରୀ-ଆଇ ଇନ୍ଫୋଟେକ୍, ଜାତୀୟସ୍ତରର ଇ-ଆଣ୍ଡ ୱାଇ ଏଲ୍ଏଲ୍ପି ଆଦି ଏକାଧିକ କମ୍ପାନୀକୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟବରାଦ୍ କରାଯିବା ସହ ପୈଠ କରାଯାଇଛି ।

Related story