ରାଜ୍ୟ ସରକାରଙ୍କ ନିଷ୍ପତ୍ତି; ଖୋଲିବ ଏହି ସବୁ ଦୋକାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍‌ଡାଉନ ଚାଲିଥିବା ବେଳେ କେଉଁ କେଉଁ ଦୋକାନ ଖୋଲିବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଥିଲା।ଏହାପରେ ରାଜ୍ୟ ସରକାର  ମଧ୍ୟ  ଲକ୍‌ଡାଉନ କଟକଣାକୁ କୋହଳ କରିଛନ୍ତି। ରାଜ୍ୟରେ କେଉଁ କେଉଁ ଦୋକାନ ଖୋଲିବ ସେ ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଦୋକାନ ଖୋଲିବାକୁ ଅନୁମତି ମିଳିଛି। […]

yyyyyyyyyyyyyyyyyyyyyyyyyyyy

Tapaswini Nayak
  • Published: Saturday, 25 April 2020
  • , Updated: 25 April 2020, 02:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍‌ଡାଉନ ଚାଲିଥିବା ବେଳେ କେଉଁ କେଉଁ ଦୋକାନ ଖୋଲିବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଥିଲା।ଏହାପରେ ରାଜ୍ୟ ସରକାର  ମଧ୍ୟ  ଲକ୍‌ଡାଉନ କଟକଣାକୁ କୋହଳ କରିଛନ୍ତି।

ରାଜ୍ୟରେ କେଉଁ କେଉଁ ଦୋକାନ ଖୋଲିବ ସେ ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଦୋକାନ ଖୋଲିବାକୁ ଅନୁମତି ମିଳିଛି।

କେଉଁ ଦୋକାନ ଖୋଲା ରହିବ। 
• ଗ୍ରାମାଞ୍ଚଳରେ ରେସିଡେନ୍ସିଆଲ୍ କଂପ୍ଲେକ୍ସ ଖୋଲା ଯାଇ ପାରିବ।

• ଗ୍ରାମାଞ୍ଚଳରେ ମାର୍କେଟ କଂପ୍ଲେକ୍ସ ମଧ୍ୟ ଖୋଲା ଯାଇ ପାରିବ ।
• ସହରାଞ୍ଚଳରେ ଗୋଟିକିଆ ଦୋକାନ ଖୋଲା ଯାଇ ପାରିବ ।
• ସହରାଞ୍ଚଳରେ ରେସିଡେନ୍ସିଆଲ କଂପ୍ଲେକ୍ସ ଖୋଲା ଯାଇ ପାରିବ ।
• ସହରାଞ୍ଚଳରେ ସାହି, ଗଳିରେ ଥିବା ଦୋକାନ ଖୋଲାଯାଇପାରିବ ।

କେଉଁ ଦୋକାନ ଖୋଲିବ ନାହିଁ ।
• ମଲ୍ଟି ବ୍ରାଣ୍ଡ୍ କିମ୍ବା ସିଙ୍ଗଲ ବ୍ରାଣ୍ଡ୍ ମଲ୍ ଖୋଲା ଯାଇପାରିବନି ।
• ସହରାଞ୍ଚଳରେ କୌଣସି ପ୍ରକାର ମଲ୍ ଖୋଲି ପାରିବ ନାହିଁ ।

ଦୋକାନ ଖୋଲିଲା ବେଳେ ରାଜ୍ୟ ସରକାର  କିଛି ସର୍ତ୍ତ ମାନିବାକୁ କହିଛନ୍ତି। ସେହି ସର୍ତ୍ତ ଗୁଡିକ ହେଲା-
• ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ।
• ସାମାଜିକ ଦୂରତା ନିୟମ ପାଳନ କରିବେ।
• ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ତେବେ ଗ୍ରାମାଞ୍ଚଳରେ କେଉଁ ଦୋକାନ ଖୋଲିବ ସେନେଇ  ଜିଲ୍ଲାପାଳ ଓ କମିଶନର ନିଷ୍ପତ୍ତି ନେବେ।  ସେହିପରି ସହରାଞ୍ଚଳରେ କେଉଁ ଦୋକାନ ଖୋଲିବ ମ୍ୟୁନିସିପାଲ କମିଶନର କହିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Related story