ଦେଢ଼ମାସ ପରେ ମନେପଡ଼ିଲା ‘ବରିଷ୍ଠ ନାଗରିକଙ୍କ ସୁରକ୍ଷା’: ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ କେନ୍ଦ୍ର ସରକାର ଜାରି କରିଥିବା ପରାମର୍ଶକୁ ଦୀର୍ଘ ପ୍ରାୟ ଦେଢ଼ମାସ ଧରି ଶୀତଳ ଭଣ୍ଡାରରେ ପକାଇ ରଖିବା ପରେ ଏବେ ସେକଥା ରାଜ୍ୟ ସରକାରଙ୍କ ମନେପଡ଼ିଛି। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବରିଷ୍ଠ ନାଗରିକଙ୍କ ପାଇଁ ଜାରି ହୋଇଥିବା ପରାମର୍ଶ ଉପରେ ପଦକ୍ଷେପ ନେବା ସହ ତ୍ରୈମାସିକ ଏହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ମାମଲା ବହୁ […]

yiop-

Hemant Lenka
  • Published: Friday, 28 August 2020
  • , Updated: 28 August 2020, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ କେନ୍ଦ୍ର ସରକାର ଜାରି କରିଥିବା ପରାମର୍ଶକୁ ଦୀର୍ଘ ପ୍ରାୟ ଦେଢ଼ମାସ ଧରି ଶୀତଳ ଭଣ୍ଡାରରେ ପକାଇ ରଖିବା ପରେ ଏବେ ସେକଥା ରାଜ୍ୟ ସରକାରଙ୍କ ମନେପଡ଼ିଛି। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବରିଷ୍ଠ ନାଗରିକଙ୍କ ପାଇଁ ଜାରି ହୋଇଥିବା ପରାମର୍ଶ ଉପରେ ପଦକ୍ଷେପ ନେବା ସହ ତ୍ରୈମାସିକ ଏହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ମାମଲା ବହୁ ପରିମାଣରେ ବୃଦ୍ଧି ପାଉଥିବାବେଳେ ଏତେ ଦିନ ପରେ ରାଜ୍ୟ ସରକାର ‘ବରିଷ୍ଠ ନାଗରିକଙ୍କ ସୁରକ୍ଷା’ କଥା ଚିନ୍ତା କରିବାକୁ ନେଇ ଆନ୍ତରିକତା ଦେଖାଇବା ଉପରେ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାର ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ନିମନ୍ତେ ଜାରି କରାଯାଇଥିବା ପରାମର୍ଶ ଆଧାରରେ ପଦକ୍ଷେପ ନେବାସହ ସେ ସମ୍ପର୍କରେ ପ୍ରତି ତିିନିମାସରେ ନିର୍ଦ୍ଧାରିତ ଫର୍ମାଟରେ ବିଭାଗକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟକୁ ଭାରତ ସରକାରଙ୍କ ନିକଟକୁ ପଠାଯିବ ବୋଲି ମଧ୍ୟ ଅବଗତ କରିଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉପସଚିବ ପୱନ ମେହେଟ୍ଟା ଗତ ଜୁଲାଇ ୧୩ତାରିଖରେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଚିଠି ଲେଖି କୋଭିଡ୍‌-୧୯ ମହାମାରୀରେ ବରିଷ୍ଠ ନାଗରିକ, ବୟସ୍କା ମହିଳା,ଭିନ୍ନକ୍ଷମ, ସମାଜର ନିଷ୍ପେଷିତ ବର୍ଗର ଲୋକଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାନେଇ ପରାମର୍ଶନାମା ଜାରି କରିଥିଲେ। ଏହାସହିତ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକମାନେ ରହୁଥିବା ଅଂଚଳକୁ ଚିହ୍ନଟ କରିବା, ସେମାନଙ୍କର ଡାଟବେସ୍ ପ୍ରସ୍ତୁତ ସହ ସ୍ୱାସ୍ଥ୍ୟ ସମସ୍ୟାର ସୂଚନା ସଂଗ୍ରହ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ବରିଷ୍ଠ ନାଗରିକଙ୍କୁ କାଉନସେଲିଂ ଓ ସେମାନଙ୍କୁ ଆଇନଗତ ସହାୟତା ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି।

କୋଭିଡ୍ ଯୋଗୁ ବରିଷ୍ଠ ନାଗରିକମାନଙ୍କୁ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିବାରୁ ସେମାନଙ୍କର ଆବଶ୍ୟକତା ହେଉଥିବା ମେଡିସିନ୍‌, ଘରୋଇ ସାମଗ୍ରୀ ଓ ଅନ୍ୟାନ୍ୟ ସେବା ସେମାନଙ୍କୁ ଘର ଦ୍ୱାର ମୁହଁରେ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ତେବେ କୋଭିଡ୍ ମହାମାରୀ ବ୍ୟାପିବାରେ ଲାଗିଥିବାବେଳେ ରାଜ୍ୟ ସରକାର ଏହି ପରାମର୍ଶନାମାକୁ ଦେଢ଼ମାସ ଧରି ଚାପି ରଖିବା ଓ ଏବେ ଜିଲ୍ଲାପାଳମାନଙ୍କୁ ସେସମ୍ପର୍କରେ ଅବଗତ କରିବାକୁ ନେଇ ପ୍ରଶ୍ନ ଉଠିଛି।

Related story