କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ସରକାର। ସେମାନଙ୍କ ଦରମା ୫୦ ପ୍ରତିଶତ ବଢ଼ିଛି। କନିଷ୍ଠ ଶିକ୍ଷକମାନେ ମାସିକ ୯,୨୦୦ ଟଙ୍କା ପାଉଥିବା ବେଳେ ଏବେ ତାହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ମଧ୍ୟ ବଢ଼ିଛି। ସେମାନେ ପୂର୍ବରୁ ମାସିକ  ୭,୪୦୦ ଟଙ୍କା ପାଉଥିବା ବେଳେ ଏବେ ତାହା ୧୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୨ ଜାନୁଆରୀ ପହିଲାରୁ ଏହି ସମସ୍ତ […]

lokseva bhawan

Jitendra Garnayak
  • Published: Monday, 03 January 2022
  • , Updated: 03 January 2022, 02:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ସରକାର। ସେମାନଙ୍କ ଦରମା ୫୦ ପ୍ରତିଶତ ବଢ଼ିଛି। କନିଷ୍ଠ ଶିକ୍ଷକମାନେ ମାସିକ ୯,୨୦୦ ଟଙ୍କା ପାଉଥିବା ବେଳେ ଏବେ ତାହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି।

ସେହିଭଳି ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ମଧ୍ୟ ବଢ଼ିଛି। ସେମାନେ ପୂର୍ବରୁ ମାସିକ  ୭,୪୦୦ ଟଙ୍କା ପାଉଥିବା ବେଳେ ଏବେ ତାହା ୧୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୨ ଜାନୁଆରୀ ପହିଲାରୁ ଏହି ସମସ୍ତ ଶିକ୍ଷକଙ୍କ ବର୍ଦ୍ଧିତ ଦରମା ଲାଗୁ ହେବ।

ସରକାରଙ୍କ ଏହି ଘୋଷଣା ଫଳରେ ମୋଟ ୩୩,୦୩୮ ଶିକ୍ଷକ ଉପକୃତ ହେବେ। ସେମାନଙ୍କ ମଧ୍ୟରେ ୧୯,୭୧୪ ଜଣ କନିଷ୍ଠ ଶିକ୍ଷକ ଥିବା ବେଳେ ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଅଛନ୍ତି। ଆଉ ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୧ ତାରିଖରେ ନୂଆବର୍ଷ ଦିନ ରାଜ୍ୟ ସରକାର ୮୧୦୨ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରିଥିଲେ। ଏହି ଶିକ୍ଷକମାନେ ୨୦୧୫ ମସିହାରୁ ବିଭିନ୍ନ ସରକାରୀ ସ୍କୁଲରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିଲେ।

 

Related story