ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା। ଉନ୍ନତ ଜ୍ଞାନକୌଶଳରେ ଚାଷ କରିବାକୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ନବରଙ୍ଗପୁରର ଆରମ୍ଭ ହୋଇଛି ପାଇଲଟ୍‌ ପ୍ରୋଜେକ୍ଟ। ସେପଟେ କିନ୍ତୁ ଧାନ ଉପରେ ନିର୍ଭର କରୁଥିବା ଚାଷୀ ସରକାରଙ୍କ ଧାନକିଣା ନୀତି ଓ ବ୍ୟବସ୍ଥାକୁ ନେଇ ମୁଁହଫେରାଇ ନେଉଛନ୍ତି। SHG ଧାନକିଣାରେ ସାମିଲ କରିବା ପ୍ରତିବାଦରେ ଜୟପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଜି ଲୋକସେବା ସଦନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ […]

State-govt-new-AGRI-POLICY

Manoranjan Sial
  • Published: Wednesday, 28 August 2019
  • , Updated: 28 August 2019, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାରଙ୍କ ନୂଆ ଯୋଜନା। ଉନ୍ନତ ଜ୍ଞାନକୌଶଳରେ ଚାଷ କରିବାକୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ନବରଙ୍ଗପୁରର ଆରମ୍ଭ ହୋଇଛି ପାଇଲଟ୍‌ ପ୍ରୋଜେକ୍ଟ। ସେପଟେ କିନ୍ତୁ ଧାନ ଉପରେ ନିର୍ଭର କରୁଥିବା ଚାଷୀ ସରକାରଙ୍କ ଧାନକିଣା ନୀତି ଓ ବ୍ୟବସ୍ଥାକୁ ନେଇ ମୁଁହଫେରାଇ ନେଉଛନ୍ତି। SHG ଧାନକିଣାରେ ସାମିଲ କରିବା ପ୍ରତିବାଦରେ ଜୟପୁରରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ।

ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଜି ଲୋକସେବା ସଦନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଚାଷୀଙ୍କ ଆୟ ବହୁଗୁଣ କରିବା ପାଇଁ ସୁଇଚ୍‌ ଟିପି ଯୋଜନାର ଶୁଭାରମ୍ଭ କରୁଛନ୍ତି। ସେପଟେ କିନ୍ତୁ ସରକାରଙ୍କ ଧାନ କିଣା ନୀତିକୁ ବିରୋଧ କରି ଜୟପୁରର କମୁଲିପୁଟଠାରେ ଏନ୍ଏଚ୍ ଅବରୋଧ କରିଛନ୍ତି ଚାଷୀ। ସେମାନଙ୍କ ଅଭିଯୋଗ, ଖରିଫ ଧାନ ବିକିବା ପାଇଁ ଚାଷୀଙ୍କ ନାଁ ପଞ୍ଜୀକରଣ କରିବାକୁ କୁମୁଲିପୁଟ ଲ୍ୟାମ୍ପସକୁ ଗଲେ ସେଠାରୁ ନିରାଶ ହେବାକୁ ପଡ଼ୁଛି। ପଞ୍ଜୀକରଣ କରିବାକୁ ରୋକଠୋକ ମନାକରି ଦେଉଛନ୍ତି କର୍ମଚାରୀ। ଲ୍ୟାମ୍ପସ ବଦଳରେ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଧାନ କିଣିବା ପାଇଁ ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ବିରୋଧ କରି ସରକାରଙ୍କ ବିରୋଧରେ ବିଷ ଓଗାଳୁଛନ୍ତି ସ୍ଥାନୀୟ ଧାନଚାଷୀ।

ଏପଟେ ଚାଷୀଙ୍କ ଆୟକୁ ବହୁଗୁଣ କରିବାକୁ ସରକାର ଆରମ୍ଭ କରିଥିବା ଯୋଜନାରେ ନବରଙ୍ଗପୁରକୁ ପାଇଲଟ୍‌ ଜିଲ୍ଲା ଭାବେ ଗ୍ରହଣ କରାଯାଇଛି। ନୂଆ ଜ୍ଞାନ କୌଶଳରେ ଚାଷୀଙ୍କ ଆୟ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୧୨ଟି ସଂସ୍ଥାର ସହଯୋଗରେ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟର ଚାଷୀଙ୍କ ଆୟ ଗତ ୧୩ ବର୍ଷରେ ୭ ଗୁଣ ବଢିଛି ବୋଲି କୃଷିନୀତିରେ ଦାବି କରିଛନ୍ତି ସରକାର। ରାଜ୍ୟରେ ଚାଷୀର ମାସକୁ ଆୟ ୭ ହଜାର ୭୩୧ ଥିବା ବେଳେ ଏହାକୁ ଆହୁରି ବଢ଼ାଇବାକୁ ଯୋଜନା କରାଯାଉଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

କୃଷି ବିଭାଗର ଏହି ତଥ୍ୟରେ ସତ୍ୟତା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ସରକାରଙ୍କ ଭୁଲନୀତି ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ।

ଏଥର ଖରିଫ୍‌ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି। ଗତବର୍ଷ ୧୨ ଲକ୍ଷରୁ ଅଧିକ ଚାଷୀ ନାଁ ପଞ୍ଜୀକରଣ କରିଥିବା ବେଳେ ଏଥର ମାତ୍ର ୩ ଲକ୍ଷ ୬୪ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ତେଣୁ ଋଣୀ ଚାଷୀଙ୍କୁ ପଞ୍ଜୀକରଣ ପାଇଁ ପ୍ରବର୍ତ୍ତାଇବାକୁ ଏବେ ତତ୍ପର ହୋଇଛି ସମବାୟ ବିଭାଗ।

Related story