ବର୍ଦ୍ଧିତ ବିଜୁଳି ଶୁଳ୍କ ହ୍ରାସ ପାଇବ!

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ, ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ନକରି ବି ଓଡ଼ିଶାଠୁ କମ୍ ଦରରେ ଲୋକଙ୍କୁ ବିଜୁଳି ଦେଉଛି । ତେଣୁ ତୁରନ୍ତ ବର୍ଦ୍ଧିତ ଶୁଳ୍କକୁ ପ୍ରତ୍ୟାହାର କରାଯାଉ। ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୪ତାରିଖରୁ ବିଜୁଳି ଶୁଳ୍କ ୟୁନିଟ୍ ପିଛା ୩୦ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ […]

Electricity

Ordigital Desk
  • Published: Wednesday, 31 March 2021
  • , Updated: 31 March 2021, 10:45 PM IST

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ, ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ନକରି ବି ଓଡ଼ିଶାଠୁ କମ୍ ଦରରେ ଲୋକଙ୍କୁ ବିଜୁଳି ଦେଉଛି । ତେଣୁ ତୁରନ୍ତ ବର୍ଦ୍ଧିତ ଶୁଳ୍କକୁ ପ୍ରତ୍ୟାହାର କରାଯାଉ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୪ତାରିଖରୁ ବିଜୁଳି ଶୁଳ୍କ ୟୁନିଟ୍ ପିଛା ୩୦ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଓ ଚାପରେ ରାଜ୍ୟ ସରକାର ଏହି ବିଜୁଳି ଶୁଳ୍କ ବୃଦ୍ଧି ପ୍ରସଙ୍ଗରେ ପୁନର୍ବିଚାର ପାଇଁ ସହମତି ଦେଇଛନ୍ତି।

ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ରାଜ୍ୟ ସରକାର ଆବେଦନ କରିବେ ବୋଲି ଶକ୍ତିମନ୍ତ୍ରୀ ସୂଚନା ଦେଇଛନ୍ତି। ଶକ୍ତିମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି।

ଆଜି ବିଧାନସଭାରେ ପୂର୍ବାହ୍ନରେ କଂଗ୍ରେସ ଏହି ପ୍ରସଙ୍ଗକୁ ଗୃହରେ ଉଠାଇ ତୁରନ୍ତ ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି କରି ହଟ୍ଟଗୋଳ କରିଥିଲା। ପରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବର୍ଦ୍ଧିତ ବିଜୁଳି ଶୁଳ୍କକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ, ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ନକରି ବି ଓଡ଼ିଶାଠୁ କମ୍ ଦରରେ ଲୋକଙ୍କୁ ବିଜୁଳି ଦେଉଛି । ତେଣୁ ତୁରନ୍ତ ବର୍ଦ୍ଧିତ ଶୁଳ୍କକୁ ପ୍ରତ୍ୟାହାର କରାଯାଉ।

ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ସରକାର ଲୋକଙ୍କୁ ବିଜୁଳି ଛାଟ ମାରିଛନ୍ତି। କରୋନା ସମୟରେ ବିଦ୍ୟୁତ ଦରବୃଦ୍ଧି କରି ସରକାର ଅନ୍ୟାୟ କରିଛନ୍ତି। ବିଭିନ୍ନ କମ୍ପାନୀ ଉପରେ ୬ହଜାର କୋଟି ଟଙ୍କାର ବିଦ୍ୟୁତ ଦେୟ ବାକି ଅଛି । ତାକୁ ଆଦାୟ ନକରି ଗରିବ ଲୋକଙ୍କୁ ସରକାର ଶୋଷଣ କରୁଛନ୍ତି। ସରକାର ଯଦି ଏହି ବର୍ଦ୍ଧିତ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର ନକରିବେ ତା’ହେଲେ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରାଯିବ।

କଂଗ୍ରେସ ସଦସ୍ୟମାନେ ମଧ୍ୟ ବିଦ୍ୟୁତ ଦର ବୃଦ୍ଧି ପାଇଁ ଚାପ ପକାଇଥିଲେ। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ ପରେ ଚାଲିପାରିନଥିଲା। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ ଓ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ପରେ ଦ୍ୱିତୀୟାର୍ଦ୍ଧରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇ କହିଥିଲେ ଯେ, ବିଦ୍ୟୁତ ଶୁଳ୍କ ବୃଦ୍ଧିର ପୁନର୍ବିଚାର କରିବା ପାଇଁ ଓଇଆରସିଙ୍କ ପାଖରେ ରାଜ୍ୟ ସରକାର ଆବେଦନ କରିବେ। ଆଜି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ନେଇ ବିଧାନସଭାକୁ ଅଚଳ କରିଥିଲେ। ସେହିପରି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତିବାଦରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ମଧ୍ୟ ଓଇଆରସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Related story