ଲକଡାଉନରେ ସହରାଞ୍ଚଳର ବୁଲା ପଶୁଜନ୍ତୁଙ୍କୁ ଖାଇବା ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀଜନିତ ୧୪ଦିନିଆ ଲକଡାଉନ୍ ଓ ଶଟଡାଉନ୍ ଜାରି ରହିଥିବାବେଳେ ରାଜ୍ୟ ସରକାର ସମସ୍ତ ସହରାଂଚଳରେ ବୁଲା ପଶୁଜନ୍ତୁଙ୍କୁ ଖାଇବା ନିମନ୍ତେ ଅର୍ଥ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଂଚଳ ପାଇଁ ଦୈନିକ ୨୦ହଜାର ଟଙ୍କା, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ଦିନକୁ ୧୦ହଜାର ଟଙ୍କା, ସମସ୍ତ ପୌର ପରିଷଦ ଅଂଚଳରେ ୫ହଜାର ଓ ସମସ୍ତ ଏନଏସିରେ ୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ସରକାର ଅନୁମତି […]

dogs

Ordigital Desk
  • Published: Friday, 07 May 2021
  • , Updated: 07 May 2021, 07:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀଜନିତ ୧୪ଦିନିଆ ଲକଡାଉନ୍ ଓ ଶଟଡାଉନ୍ ଜାରି ରହିଥିବାବେଳେ ରାଜ୍ୟ ସରକାର ସମସ୍ତ ସହରାଂଚଳରେ ବୁଲା ପଶୁଜନ୍ତୁଙ୍କୁ ଖାଇବା ନିମନ୍ତେ ଅର୍ଥ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଂଚଳ ପାଇଁ ଦୈନିକ ୨୦ହଜାର ଟଙ୍କା, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ଦିନକୁ ୧୦ହଜାର ଟଙ୍କା, ସମସ୍ତ ପୌର ପରିଷଦ ଅଂଚଳରେ ୫ହଜାର ଓ ସମସ୍ତ ଏନଏସିରେ ୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ସରକାର ଅନୁମତି ଦେଇଛନ୍ତି।

ରାଜ୍ୟ ନଗର ଉନ୍ନୟନ ସଚିବ ଜି ମାଥିଭାଥାନନ୍ ସମସ୍ତ ମହାନଗର ନିଗମ କମିଶନର, ପେରାଂଚଳ ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ମେ’ ୫ରୁ ୧୯ତାରିଖ ପର୍ଯ୍ୟନ୍ତ କରୋନା ଲକଡାଉନବେଳେ ବୁଲା ପଶୁଜନ୍ତୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍ ଯୋଗୁ ହଜାର ହଜାର ବୁଲା ପଶୁଜନ୍ତୁଙ୍କ ପାଇଁ ଏବେ ଖାଦ୍ୟ ଯୋଗାଡ଼ କରିବା କଠିନ ସମସ୍ୟା ହୋଇଛି ଓ ଏହାର ମଧ୍ୟ ଅନ୍ୟ ପ୍ରତିକୂଳ ଦିଗ ରହିଛି । ତେଣୁ ଲକଡାଉନ ସମୟରେ ସହରାଂଚଳରେ ବୁଲା ପଶୁଜନ୍ତଙ୍କ ଖାଇବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଅର୍ଥକୁ ଏସଆରସି କିମ୍ବା ସିଏମଆରଏଫ୍ ପାଣ୍ଠିରୁ ଖର୍ଚ୍ଚ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସହରାଂଚଳରେ ଅନାହାର ମୃତ୍ୟୁ ଏଡ଼ାଇବା ପାଇାଁ ବୁଲା କୁକୁର ଓ ପଶୁଜନ୍ତୁଙ୍କୁ ଏହି ଖାଦ୍ୟ ଦେବାକୁ କୁହାଯାଇଛି। ବୁଲା କୁକୁର ଓ ଜୀବଜନ୍ତୁଙ୍କ କଲ୍ୟାଣ, ଖାଇବା ଯୋଗାଣ କରି ବୁଲା କୁକୁର ଓ ପଶୁଜନ୍ତଙ୍କ ମଧ୍ୟରେ ଆକ୍ରୋଶକୁ କମାଇବା ଭଳି ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସହରାଂଚଳଗୁଡ଼ିକରେ ପଶୁଜନ୍ତଙ୍କ ପାଇଁ କାମ କରୁଥିବା ସଂସ୍ଥା ସହ ମହାନଗର କିମ୍ବା ପୌର ପରିଷଦଗୁଡ଼ିକ ଏମଓୟୁ ସ୍ୱାକ୍ଷର କରି ଏହି କାମ କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଲକଡାଉନର ପ୍ରଥମ ଦିନ ଅର୍ଥାତ୍ ମେ’ ୫ତାରିଖରୁ ଏହି ଚିଠି ଜାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର କୌଣସି ସହରାଂଚଳରେ ବୁଲା ପଶୁଜନ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଲକଡାଉନ୍ ଓ ଶଟଡାଉନବେଳେ ରାଜ୍ୟ ସରକାର ଅନୁରୂପ ଭାବେ ସହରାଂଚଳଗୁଡ଼ିକରେ ବୁଲା ପଶୁଜନ୍ତୁଙ୍କ ଖାଇବା ପାଇଁ ଥର୍ଥ ବ୍ୟବୟରାଦ କରିଥିଲେ।

Related story