ନେତା ଥଇଥାନ ଯୋଜନା: ବିଭାଗ ଅଡ଼ୁଆରେ, ବାହାରିପାରୁନି ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳୀୟ ନେତାମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟା ଭାବେ ଥଇଥାନ କରିବାର ୧୦ଦିନ ବିତିଲାଣି। କିନ୍ତୁ ଏହି ନେତାମାନେ ଏପର୍ଯ୍ୟନ୍ତ ଦାୟିତ୍ୱ ନେଇପାରୁନାହାନ୍ତି। ସେମାନଙ୍କର ନିଯୁକ୍ତିର ବିଧିବଦ୍ଧ ବିଜ୍ଞପ୍ତି କେବେସୁଦ୍ଧା ପ୍ରକାଶ ପାଇବ ତାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଏହି ନେତାମାନଙ୍କ ସରକାରୀ ନିଯୁକ୍ତି ସଂକ୍ରାନ୍ତ ସର୍ତ୍ତାବଳୀ ପ୍ରସ୍ତୁତ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଦାୟିତ୍ୱ ଦିଆଯାଇଥିବାବେଳେ ସେଥିରେ […]

bjd-1..

Manoranjan Sial
  • Published: Monday, 26 August 2019
  • , Updated: 26 August 2019, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳୀୟ ନେତାମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟା ଭାବେ ଥଇଥାନ କରିବାର ୧୦ଦିନ ବିତିଲାଣି। କିନ୍ତୁ ଏହି ନେତାମାନେ ଏପର୍ଯ୍ୟନ୍ତ ଦାୟିତ୍ୱ ନେଇପାରୁନାହାନ୍ତି। ସେମାନଙ୍କର ନିଯୁକ୍ତିର ବିଧିବଦ୍ଧ ବିଜ୍ଞପ୍ତି କେବେସୁଦ୍ଧା ପ୍ରକାଶ ପାଇବ ତାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଏହି ନେତାମାନଙ୍କ ସରକାରୀ ନିଯୁକ୍ତି ସଂକ୍ରାନ୍ତ ସର୍ତ୍ତାବଳୀ ପ୍ରସ୍ତୁତ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଦାୟିତ୍ୱ ଦିଆଯାଇଥିବାବେଳେ ସେଥିରେ କେତେକ ଆଇନଗତ ସମସ୍ୟା ଏବେ ବିଭାଗକୁ ଅଡ଼ୁଆରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଗଷ୍ଟ ୧୬ତାରିଖରେ ୩୬ଜଣ ଦଳୀୟ ନେତାଙ୍କୁ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟା ଓ ଅଧ୍ୟକ୍ଷ ଭାବେ ଥଇଥାନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଉପଦେଷ୍ଟା ଭାବେ ଥଇଥାନ ହୋଇଥିବା ୧୧ଜଣ ଦଳୀୟ ନେତାଙ୍କୁ ସରକାରୀସ୍ତରରେ ଏପର୍ଯ୍ୟନ୍ତ ଅବଗତ କରାଯାଇନଥିବାରୁ ସେମାନେ ଦାୟିତ୍ୱ ଗ୍ରହଣ କରିପାରୁନାହାନ୍ତି। ରାଜନେତାଙ୍କୁ ଥଇଥାନ ପାଇଁ ଟାଣିଓଟାରି ସରକାରୀସ୍ତରରେ ନୂଆ ପଦବୀ ସୃଷ୍ଟି କରିବା ମଧ୍ୟ ରାଜ୍ୟ ସରକାରଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କଲାଣି।

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଉପଦେଷ୍ଟାମାନଙ୍କ ନିଯୁକ୍ତି ସର୍ତ୍ତାବଳୀ କ’ଣ ରହିବ, ସେମାନଙ୍କୁ କେଉଁ ପାହ୍ୟାର ସୁବିଧାସୁଯୋଗ ମିଳିବ, ସେମାନେ କେଉଁସବୁ କାର୍ଯ୍ୟ କରିବେ ଓ କାହାକୁ ରିପୋର୍ଟ କରିବେ ସେସବୁର ବିସ୍ତୃତ ଗାଇଡଲାଇନ୍ ପ୍ରସ୍ତୁତ କରିବାର ଦାୟିତ୍ୱ ଏବେ ସାଧାରଣ ପ୍ରଶାସନ ବିଭାଗ ଉପରେ ନ୍ୟସ୍ତ ହୋଇଛି । କିନ୍ତୁ ଏସବୁ ଗାଇଡଲାଇନ୍ ଓ ସର୍ତ୍ତାବଳୀ ପ୍ରସ୍ତୁତି ବେଳେ ସାଧାରଣ ପ୍ରଶାସନ ବିଭାଗ ଏବେ ଆଇନ ବିଭାଗର ସହାୟତା ଲୋଡ଼ିଥିବା ଜଣାପଡ଼ିଛି। ଏହି ଉପଦେଷ୍ଟାମାନଙ୍କୁ କେଉଁ ପାହ୍ୟାରେ ଅବସ୍ଥାପିତ କଲେ ସମସ୍ୟା ହେବନି ତଥା ମନ୍ତ୍ରୀମାନଙ୍କ କ୍ଷମତା ଓ ଗରିମା ବଜାୟ ରହିବ, ତାହା ସୁନିଶ୍ଚିତ କରିବା ନିମନ୍ତେ ଆଇନ ବିଭାଗର ସହଯୋଗ ଲୋଡ଼ାଯାଇଛି। ଏହି କାରଣରୁ ଉପଦେଷ୍ଟାମାନଙ୍କ ନିଯୁକ୍ତି ସର୍ତ୍ତାବଳୀ ପ୍ରସ୍ତୁତ ନିମନ୍ତେ ଆହୁରି ଅଧିକ ଦିନ ଲାଗିବ ବୋଲି ସୂଚନା ମିଳିଛି

ଉଲ୍ଲେଖଯୋଗ୍ୟ, ଯେଉଁ ୧୧ଜଣଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି ସେମାନଙ୍କ ମଧ୍ୟରେ କିଛି ବରିଷ୍ଠ ନେତା ଥିବାବେଳେ କିଛି ଯୁବ ନେତା ମଧ୍ୟ ଅଛନ୍ତି। ସେମାନଙ୍କୁ ଯଦି ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦିଆଯାଏ ତା’ହେଲେ ବିଭାଗୀୟ ମନ୍ତ୍ରୀମାନଙ୍କୁ କାର୍ଯ୍ୟ କରିବାରେ ସମସ୍ୟା ରହିବ। ତା’ଛଡ଼ା ଏହି ଉପଦେଷ୍ଟାମାନଙ୍କ କାର୍ଯ୍ୟର ପରିସୀମା କ’ଣ ରହିବ, ସେମାନଙ୍କୁ ଆବଣ୍ଟିତ ହେବାକୁ ଥିବା କାର୍ଯ୍ୟାଳୟ କେଉଁସବୁ ଦିଗ ଉପରେ ବିଭାଗକୁ କି ପରାମର୍ଶ ଦେବ ତାକୁ ନେଇ ମଧ୍ୟ ସମସ୍ୟା ଉପୁଜିଛି। ତେବେ ତୃତୀୟ ମହଲାର ଚାପ ବୃଦ୍ଧି ପାଉଥିବାରୁ ସାଧାରଣ ପ୍ରଶାସନ ବିଭାଗ ଏବେ ଆଇନ ବିଭାଗ ସହ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବାରେ ଲାଗିଥିବା ଜଣାପଡ଼ିଛି।

Related story