ଅଟକ ପ୍ରସଙ୍ଗ: ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ

ଭୁବନେଶ୍ୱର: ଅଟକ ହୋଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀମାନେ ଆଜି  ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଭଳି ସେମାନଙ୍କୁ ତାଲା ପକାଇ ରଖାଯାଇଥିଲା ସେ ନେଇ କମିଶନଙ୍କୁ ଛାତ୍ରୀମାନେ ଜଣାଇଛନ୍ତି। ଏହାସହ ସେମାନେ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସେମାନଙ୍କୁ ନେଇ ମାନବ ବୋମାର ଉଦହାରଣ ଦେବା ପ୍ରସଙ୍ଗରେ ମଧ୍ୟ ଛାତ୍ରୀମାନେ କମିଶନଙ୍କଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ […]

r.d

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 09:12 AM IST

ଭୁବନେଶ୍ୱର: ଅଟକ ହୋଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀମାନେ ଆଜି  ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଭଳି ସେମାନଙ୍କୁ ତାଲା ପକାଇ ରଖାଯାଇଥିଲା ସେ ନେଇ କମିଶନଙ୍କୁ ଛାତ୍ରୀମାନେ ଜଣାଇଛନ୍ତି। ଏହାସହ ସେମାନେ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସେମାନଙ୍କୁ ନେଇ ମାନବ ବୋମାର ଉଦହାରଣ ଦେବା ପ୍ରସଙ୍ଗରେ ମଧ୍ୟ ଛାତ୍ରୀମାନେ କମିଶନଙ୍କଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିବା ବେଳେ କିଛି ଛାତ୍ରୀଙ୍କୁ ଏକ ହଲରେ ତାଲା ପକାଇ ଅଟକ ରଖା ଯାଇଥିବା ଅଭିଯୋଗ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ଛାଡ଼ି ଯିବା ପରେ କଲେଜ କର୍ତ୍ତୃପକ୍ଷ ତାଲା ଖୋଲିଥିଲେ।

Related story