ଟିଟୋ ଲିଙ୍କ୍‌ ନେଇ ଚଢ଼ଉ: ପିସ୍ତଲ, ଗୁଳି ଓ ଟଙ୍କା ଜବତ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): କିଛି ଦିନର ନିରବତା ପରେ ଟିଟୋ ଲିଙ୍କ୍‌ ନେଇ କ୍ରାଇମ୍‌ବ୍ରାଞ୍ଚ ପୁଣି ସକ୍ରିୟ ହୋଇଛି। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ଦୀପ୍ତିରଞ୍ଜନ ଦାସଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରିଛି। ଡିଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଚଢ଼ଉ କରିଛି।  ସେଠାରୁ ଗୋଟିଏ ପିସ୍ତଲ୍‌ ସହିତ ୧୨ଟି ଗୁଳି ଜବତ କରାଯାଇଛି। ତା’ ସହିତ ୬୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଦୀପ୍ତିରଞ୍ଜନ ଦାସଙ୍କୁ ଅଟକ […]

tito

Jyoshna Pradhan
  • Published: Sunday, 09 September 2018
  • , Updated: 09 September 2018, 07:57 AM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): କିଛି ଦିନର ନିରବତା ପରେ ଟିଟୋ ଲିଙ୍କ୍‌ ନେଇ କ୍ରାଇମ୍‌ବ୍ରାଞ୍ଚ ପୁଣି ସକ୍ରିୟ ହୋଇଛି।

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ଦୀପ୍ତିରଞ୍ଜନ ଦାସଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରିଛି।

ଡିଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଚଢ଼ଉ କରିଛି।  ସେଠାରୁ ଗୋଟିଏ ପିସ୍ତଲ୍‌ ସହିତ ୧୨ଟି ଗୁଳି ଜବତ କରାଯାଇଛି। ତା’ ସହିତ ୬୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

ଦୀପ୍ତିରଞ୍ଜନ ଦାସଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହା ସହିତ ଭୁବନେଶ୍ୱରର ପଟିଆ ସ୍ଥିତ ତାଙ୍କର ଏକ ଫ୍ଲାଟ୍‌ରେ ମଧ୍ୟ ଚଢ଼ଉ କରାଯାଇଛି।

 

Related story